ଆଜିକାଲିର ପରିବର୍ତ୍ତିତ ଲାଇଫ୍ ଷ୍ଟାଇଲରେ ଅନିୟମିତ ଖାଦ୍ୟପେୟ, ସେଥିରେ ପୌଷ୍ଟିକ ତତ୍ତ୍ଵର କମି, ଫାଷ୍ଟ୍ ଫୁଡ୍ ଅଧିକ ସେବନ, ତା ସହିତ ଚିନ୍ତାରେ ରହିବା ଇତ୍ୟାଦି କାରଣରୁ ଶାରୀରିକ ଦୁର୍ବଳତା ହେବା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି । ଯଦି ଆପଣ କମ୍ ପରିଶ୍ରମ କାମରେ ସବୁବେଳେ ଥକ୍କା, ଶରୀରରେ ଯନ୍ତ୍ରଣା, ସିଡି ଚଢ଼ିବା ଓ ଓହ୍ଲାଇବାରେ ଧଇଁସଇଁ ହେବା ଇତ୍ୟାଦି ସମସ୍ୟା ର ସାମ୍ନା କରୁଛନ୍ତି ତ ଏହା ଆପଣଙ୍କ ଶାରୀରିକ ଦୁର୍ବଳତା ର ସଂକେତ ହୋଇପାରେ ।
ଶାରୀରିକ ଦୁର୍ବଳତା କାରଣରୁ ଛୋଟ ଛୋଟ ରୋଗ ମଧ୍ୟ ବଡ଼ ରୂପ ଧାରଣ କରିଥାଏ । ଏହି ଛୋଟ ଛୋଟ ରୋଗ ଲାଗିରହିଲେ ଏହା ଆମ ଜୀବନ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଘରେଇ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ । ଯାହା ସାହାଯ୍ୟରେ ଆପଣ ସହଜରେ ଶାରୀରିକ ଦୁର୍ବଳତା କମ୍ କରିପାରିବେ ।
ଶାରୀରିକ ଦୁର୍ବଳତା ଦୂର କରିବା ପାଇଁ ଘରେଇ ଉପାୟ
1 . ଯଦି ଆପଣ ବି ଶରୀରରେ ଦୁର୍ବଳତା ବା ବାରମ୍ବାର ଥକ୍କାପଣର ସମସ୍ୟାରେ ଚିନ୍ତିତ ତେବେ ପ୍ରତିଦିନ ଡାଲଚିନି ପାଉଡରକୁ ମହୁ ସହ ମିଶାଇ ସେବନ କରନ୍ତୁ, ଏହାଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହେବ ଓ ଇମ୍ୟୁନ ସିଷ୍ଟମ ମଜବୁତ୍ ହେବ ଓ ଶରୀର ଶକ୍ତିଶାଳୀ ହେବ ।
2. ନିୟମିତ ଭାବରେ କ୍ଷୀର ଓ କଦଳୀ ସେବନ କରିବା ଶରୀରର ଦୁର୍ବଳତା କମ୍ କରିବାର ଭଲ ଉପାୟ । ତା ସହିତ ଶରୀର ର ହାଡ଼ଗୁଡିକ ମଜବୁତ୍ ହୋଇଥାଏ ।
3. ପ୍ରତିଦିନ ଜାଇଫଳ, ଯାଇତ୍ରି କିମ୍ବା ଅଶ୍ଵଗନ୍ଧା ର ଚୂର୍ଣ୍ଣ କୁ କ୍ଷୀର ସହିତ ଦିନକୁ ଦୁଇ ଥର ସେବନ କଲେ ଶରୀରକୁ ଶକ୍ତି ମିଳିଥାଏ । ଏହା ସହିତ ରକ୍ତ ବା ଆଇରନର ଅଭାବ ଦୂର ହୋଇଥାଏ, ଯାହାଦ୍ଵାରା ଶାରୀରିକ ଦୁର୍ବଳତା ଓ ଥକ୍କାପଣରୁ ଆରାମ ମିଳିଥାଏ ।
4 . ନିୟମିତ ଭାବରେ 5 ଟି ବାଦା ଓ 5 ଟି ଖଜୁରୀ ଖାଇଲେ ଶରୀରକୁ ଶକ୍ତି ମିଳିଥାଏ । ଯେଉଁଥିରେ ଶରୀରର ଥକ୍କାପଣ କମ୍ ହୋଇଥାଏ ।
5. ଗହମ ବା ଖିସିମିସ୍ କୁ ରାତିରେ ପାଣିରେ ପକାଇ ରଖନ୍ତୁ । ସକାଳୁ ସେଇ ପାଣି ପିଇଲେ କିଛି ଦିନ ଭିତରେ ଥକ୍କାପଣ ଦୂର ହୋଇଯିବ ।
ଆଶା କରୁଛୁ ଆପଣଙ୍କର ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ କାମରେ ଆସିବ, ନିଶ୍ଚିନ୍ତ ଏହାର ପ୍ରୟୋଗ କରନ୍ତୁ ଦେଖିବେ ଶରୀର କେତେ ଶକ୍ତିଶାଳୀ ହେଉଛି । ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ପସନ୍ଦ ଆସିଥାଏ ତେବେ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଭିନ୍ନ ଭିନ୍ନ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।