ତେବେ କଣ ଆପଣ ଜାଣିଛନ୍ତି ଯେ ଏଣ୍ଡୁଅ ନିଜ ରଙ୍ଗ କଣ ପାଇଁ ବଦଳି ଥାଏ ? ଜାଣନ୍ତୁ ବୈଜ୍ଞାନିକ ଏବଂ ପ୍ରାକୃତିକ କାରଣ

ବହୁରୂପି ଏଣ୍ଡୁଅ ରଙ୍ଗ ବଦଳିବା ବିଷୟରେ ଆପଣ ଭଲ ଭାବରେ ଜାଣିଥିବେ ବା ଦେଖିଥିବେ ମଧ୍ୟ, ନିଜ ଏହି ପ୍ରକୃତି ପାଇଁ ଏଣ୍ଡୁଅ ବହୁତ ପ୍ରସିଦ୍ଧ ଅଟେ, କିନ୍ତୁ କଣ ଆପଣ ଜାଣିଛନ୍ତି ବା ଭାବିଛନ୍ତି ଯେ ଏଣ୍ଡୁଅ ନିଜ ରଙ୍ଗ କଣ ପାଇଁ ଏବଂ କେମିତି ବଦଳିଥାଏ ? ଯଦି ଆପଣ ଭାବି ନାହାନ୍ତି ତେବେ ଭାବନ୍ତୁ ଆଜି ଆମେ ଆପଣଙ୍କୁ ଏହାର ବୈଜ୍ଞାନିକ ଏବଂ ପ୍ରାକୃତିକ ଦୁଇ କାରଣ ବିଷୟରେ କହିବୁ ।

ପ୍ରାକୃତିକ କାରଣ :

ଦୁନିଆରେ ସବୁ ଯିବ ଜନ୍ତୁଙ୍କର ନିଜର ଗୋଟେ ବିଶେଷ ହୁନର ଅଟେ, ଯାହା ଦ୍ଵାରା ସେ ନିଜ ଜୀବନ ଜ୍ଞାପନ କରିଥାଏ, ଏମିତି ଗୋଟେ ହୁନର ଏଣ୍ଡୁଅକୁ ମଧ୍ୟ ପ୍ରାପ୍ତ ଅଛି, ଏମିତି ମାନ୍ୟତା ଅଛି ଯେ ଏଣ୍ଡୁଅ ନିଜ ସୁରକ୍ଷା ଅନୁଯାଇ ରଙ୍ଗ ବଦଳି ଥାନ୍ତି, ଶିକାରୀମାନଙ୍କ ଠାରୁ ବଞ୍ଚିବା ପାଇଁ ଏଣ୍ଡୁଅ ଯେଉଁ ଜାଗାରେ ବସିଥାଏ ସେହି ରଙ୍ଗ ଧାରଣ କରିଥାଏ, ଏଣ୍ଡୁଅ ନିଜ ରଙ୍ଗ ପରିବର୍ତନ କରି ନିଜକୁ ବଞ୍ଚାଇ ଥାଏ । ଏହା ଛଡା ଏଣ୍ଡୁଅ ନିଜ ପେଟ ପୋଷିବା ପାଇଁ ଶିକାର ମଧ୍ୟ କରିଥାଏ, ଶିକାର କରିବା ସମୟରେ ମଧ୍ୟ ଏଣ୍ଡୁଅ ରଙ୍ଗ ବଦଳିଥାଏ, ଏହା ଦ୍ଵାରା ଶିକାର ହଉଥିବା ଜନ୍ତୁକୁ ଆଭାସ ହୋଇ ନଥାଏ ଯେ ତାର ଶିକାର ହବାକୁ ଯାଉଛି ଏବଂ ସେ ପଳାଇ ଯାଏ ନାହିଁ ଓ ଏହି ସମୟ ଲାଭ ଉଠାଇ ଏଣ୍ଡୁଅ ନିଜ ଶିକାର କରିଥାଏ ।

ବୈଜ୍ଞାନିକ କାରଣ :

ଗୋଟେ ରିସର୍ଚ ଅନୁଯାଇ ଏହା ଜଣା ପଡିଛି ଯେ ଏଣ୍ଡୁଅ ନିଜ ଭାବନା ଅନୁଯାଇ ରଙ୍ଗ ବଦଳି ଥାନ୍ତି, ରାଗ, ଆକ୍ରମକତା, କଥା ହବା ପାଇଁ ଏବଂ ଅନ୍ୟ ଏଣ୍ଡୁଅମାନଙ୍କୁ ନିଜ ମୁଡ ବିଷୟରେ ଜଣେଇବା ପାଇଁ ମଧ୍ୟ ରଙ୍ଗ ବଦଳି ଥାନ୍ତି । ରିସର୍ଚ ଅନୁଯାଇ ବେଳେ ଏଣ୍ଡୁଅ ନିଜ ଚମକ ବଦଳିବା ପାଇଁ ମଧ୍ୟ ରଙ୍ଗ ବଦଳନ୍ତି, ତେବେ ବିପଦ ସମୟରେ ଏଣ୍ଡୁଅ ନିଜ ରଙ୍ଗ ସହ ନିଜ ଆକାର ମଧ୍ୟ ବଦଳି ନିଅନ୍ତି, ଏଣ୍ଡୁଅ ଦରକାର ପଡିଲେ ନିଜ ଆକାର ବଡ ଏବଂ ଛୋଟ ମଧ୍ୟ କରି ନିଅନ୍ତି ।

କେମିତି ବଦଳନ୍ତି ରଙ୍ଗ :

ଏଣ୍ଡୁଅ ଶରୀର ଉପରେ ଗୋଟେ ଫୋଟୋନିକ କୃଷ୍ଟଲ ନାମକ ପରତ ହୋଇଥାଏ ଯାହା ପରିବେଶ ଅନୁଯାଇ ରଙ୍ଗ ବଦଳିବା ରେ ସାହାଜ୍ଯ କରିଥାଏ, ଫୋଟୋନିକ କୃଷ୍ଟଲ ପରତ ପ୍ରକାଶ କୁ ପ୍ରଭାବିତ ହୋଇଥାଏ, ଯାହା ଦ୍ଵାରା ଏଣ୍ଡୁଅ ରଙ୍ଗ ପରିବର୍ତନ ହୋଇଥାଏ, ତେବେ ଯେତେବେଳେ ଏଣ୍ଡୁଅ ଯୋଶ ବଢିଥାଏ ତେବେ ଫୋଟୋନିକ କୃଷ୍ଟଲ ଢିଲା ପଡିଥାଏ ଏହା ଦ୍ଵାରା ନାଲି ଏବଂ ହଳଦିଆ ରଙ୍ଗ ପରିବର୍ତିତ ହୋଇଥାଏ । ତେବେ ଏଣ୍ଡୁଅ ଶାନ୍ତ ରହିଲେ ଏହି କୃଷ୍ଟଲ ନେଳି ରଙ୍ଗ ଏଣ୍ଡୁଅ କୁ ପ୍ରଦାନ କରିଥାନ୍ତି । ବହୁତ ଗରମ ହେଲେ ଏହି ପରତ ଏଣ୍ଡୁଅକୁ ଗରମରୁ ବଞ୍ଚାଇ ଥାଏ ।

Leave a Reply

Your email address will not be published. Required fields are marked *