ଘରର ଚାବିକାଠି ଭୁଲରେ ବି ଏହି ସ୍ଥାନରେ ରଖନ୍ତୁ ନାହିଁ , ଭୟଙ୍କର ବିପଦ ଆସିପାରେ….

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଘରର ମହିଳାଙ୍କ ହାତରେ ଚାବିକାଠି ରହିଥାଏ । ଘରର ପୁରୁଷ ହୁଅନ୍ତୁ କି ମହିଳା ଯିଏ କି ରୋଜଗାର କରନ୍ତୁ ନା କାହିଁକି ଘରର ସବୁ ଦାୟିତ୍ଵ ମହିଳା ମାନେ ନେଇଥାନ୍ତି । ଏଣୁ ଘରର ଧନ ସମ୍ପତି ରକ୍ଷା କରିବାର ଦାୟିତ୍ଵ ମହିଳାଙ୍କ ଉପରେ ରହିଥାଏ । ସେଥିପାଇଁ ସେମାନେ ଘରର ସବୁ ଚାବି କୁ ଏକାଠି କରି ରଖିଥାନ୍ତି । ବାସୁ ଶାସ୍ତ୍ର ଅନୁଯାୟୀ ଚାବିକାଠି ସମ୍ଭାଳି ରଖିବା ପାଇଁ ବିଶେଷ ସ୍ଥାନ ଓ ନିୟମ ରହିଛି ।

ଯାହାକୁ ଆପଣେଇଲେ ଘରେ ଟଙ୍କା ପଇସାର ଖର୍ଚ୍ଚ ହୋଇ ନ ଥାଏ । ଆଜି ଆମେ ଜାଣିବା ଚାବିକାଠି କେଉଁ ସ୍ଥାନରେ ରଖିବା ଉଚିତ ଓ ଅନୁଚିତ ହୋଇଥାଏ । 1- ମହିଳା ମାନଙ୍କର ଅଣ୍ଟା ରେ ଚାବିକାଠି ରହିବା ଶୁଭ ହୋଇଥାଏ । ପ୍ରାଚୀନ କାଳରେ ମହିଳା ମାନେ ଅଣ୍ଟା ରେ ଚାବି କାଟିକୁ ରଖୁଥିଲେ । ଏହାକୁ ମଧ୍ୟ ଶୁଭ ମାନାଯାଏ । ଯେଉଁ ମାନେ ଚାବିକାଠି ଅଣ୍ଟାରେ ରଖନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ସବୁ ଇଛା ପୂରଣ କରନ୍ତି ।

2- ସାଧାରଣତଃ ଲୋକ ମାନେ ନିଜ ଘରର ଚାବିକାଠି କୁ ଶୋଇବା ସମୟରେ ତକିଆ ତଳେ ରଖିଥାନ୍ତି । ଏହା ଅଶୁଭ ହୋଇଥାଏ । ଯେତେ ଧନ ରୋଜଗାର କରିଲେ ବି ତକିଆ ତଳେ ଚାବିକାଠି ରଖିବା ଦ୍ଵାରା ଟଙ୍କା ପଇସା କେବେ ବି ସ୍ଥିର ହୋଇ ରୁହେ ନାହିଁ । ଏହା ଦ୍ଵାରା ଅଯଥା ଖର୍ଚ୍ଚ ହୋଇଥାଏ ।

3- ଘରର ଚାବିକାଠି କୁ ଘରର ଡ୍ରଇଙ୍ଗ ରୁମରେ କେବେ ବି ଟାଙ୍ଗି କି ରଖିବା ଅନୁଚିତ । ଏହା ଉପରେ ସମସ୍ତଙ୍କର ନଜର ପଡିଥାଏ । ଏମିତି କରିବା ଦ୍ଵାରା ଟଙ୍କା ପଇସା ଚୋରୀ ହେବାର ବା ହଜି ଯିବାର ସମ୍ଭାବନା ଥାଏ । ଏଣୁ ଘରର ଚାବି କୁ ଅନ୍ୟ ର ନଜର ଠାରୁ ଦୂରେଇ ରଖିବା ଉଚିତ ।

4- ଚାବିକାଠି କୁ ଭୁଲରେ ବି ବାଥରୁମ କାନ୍ଥ ରେ ଟାଙ୍ଗି କି ରଖିବା ଉଚିତ ନୁହେଁ । କାରଣ ଏମିତି କରିବା ଦ୍ଵାରା ଚନ୍ଦ୍ରମାଙ୍କର ଅଶୁଭ ଦ୍ରୁଷ୍ଟି ପରିବାର ଉପରେ ପଡିଥାଏ । ଯାହା ଫଳରେ ଅଯଥା ଖର୍ଚ୍ଚ ବଢିଥାଏ ।

5- ଶୋଇବା ଘରର ଉତ୍ତର ଦିଗର କାନ୍ଥ ରେ ଚାବିକାଠି ରଖିବା ଶୁଭ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ । ଓ ଘରେ କେବେ ବି ଟଙ୍କା ପଇସାର କେବେ ବି ଅଭାବ ହୋଇ ନ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *