ଘରର ସାମ୍ନାରେ ରଖନ୍ତୁ ନାହିଁ ଏହି 7 ଟି ଜିନିଷ, ଆସିପାରେ ମହା ବିପଦ….

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଘର ଭିତରେ ଥିବା ଜିନିଷ ନୁହେଁ । ବରଂ ଘର ବାହାରେ ଥିବା ଏମିତି ନାନା ଜିନିଷ ଅଛି ଯାହା ବାସ୍ତୁ ଦୋଷର କାରଣ ହୋଇଥାଏ । ଏହା ଘରେ ଥିବା ବ୍ୟକ୍ତିଙ୍କ ପାଇଁ ଶାରୀରିକ, ମାନସିକ, ଆର୍ଥିକ କ୍ଷତି ପହଞ୍ଚାଇ ଥାଏ । ଏଥିପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ କୁହା ଯାଇଥିବା ଏମିତି ଅନେକ ଜିନିଷ ଅଛି । ଯାହାକୁ ଘର ଆଗରୁ ବା ଆଖ ପାଖରେ ଥିଲେ ତୁରନ୍ତ ହଟାଇ ଦେବା ଉଚିତ । ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ଯାହାକୁ ଘର ସମୁଖରେ ରଖିବା ଅନୁଚିତ ହୋଇଥାଏ ।

1- ଘର ଆଗରେ ଯଦି କୌଣସି ସ୍ଥାନରେ ମଇଳା ପାଣି ଜମା ହୋଇ ରହିଥାଏ ତେବେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଆଦି ଏହି ମଇଳା ପାଣି ଘରର ପଶ୍ଚିମ ଦିଗରେ ଥାଏ ତେବେ ଧନ ଅଭାବ ହେବାର ମୁଖ୍ୟ କାରଣ ହୋଇଥାଏ । ଏହା ସହ ଗୃହ କର୍ତ୍ତା ଙ୍କର ନାମ ଖରାପ ହେବାର ସମ୍ଭାବନା ଥାଏ । ଏଣୁ ଘର ଆଗରେ ମଇଳା ପାଣି ଜମା ହୋଇଥିଲେ ତୁରନ୍ତ ଏହାକୁ ସଫା କରି ଦିଅନ୍ତୁ ।

2- ଘର ଆଗରେ ପଥର ଜମା ହେବା ମଧ୍ୟ ବାସ୍ତୁ ଦୋଷ ରେ ଅନୁକୂଳ ନୁହେଁ । ଏହା ଘରର ସଦସ୍ୟଙ୍କର ଉନ୍ନତି ରେ ବାଧା ସୃଷ୍ଟି କରିଥାଏ । ଏଣୁ ଘର ଆଗରେ ବା ଆଖ ପାଖରେ ପଥର ଜମା କରନ୍ତୁନି ।

3- ଘର ଆଗରେ ଯଦି କଣ୍ଟା ଜାତୀୟ ଗଛ ଥାଏ ତେବେ ଏହାର ଅର୍ଥ ଆପଣଙ୍କ ବିରୋଧୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ପାରିବାରିକ ଜୀବନରେ ମତଭେଦ ସୃଷ୍ଟି ରିଥାଏ । ଓ ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଦିଏ । ଏଥିପାଇଁ ଘର ଆଗରେ ଭୁଲରେ ବି କଣ୍ଟା ଜାତୀୟ ଲଗାଇବା ବା ରଖିବା ଉଚିତ ନୁହେଁ ।

4- ବାସ୍ତୁ ଅନୁଯାୟୀ ଘର ଆଗରେ କ୍ଷୀର ଜାତୀୟ ଗଛ ଯଥା ଅମୃତଭଣ୍ଡା ଗହ ଇତ୍ୟାଦି ରଖିବା ଉଚିତ ନୁହେଁ । ଘର ଆଗରେ ଦସ୍ତାବିନ ରହିବା ମଧ୍ୟ ଉଚିତ ନୁହେଁ । ଏହା ଦ୍ଵାରା ଦରିଦ୍ରତା ଦେଖା ଯାଇଥାଏ ।

5- ଘର ଆଗରେ ବିଜୁଳି ଖୁଣ୍ଟ ରହିବା ଉଚିତ ନୁହେଁ । ଏହା ଦ୍ଵାରା ଉନ୍ନତି ରେ ବାଧା ଆସିଥାଏ । ଏଣୁ ଘରର ମୁଖ୍ୟ ଦ୍ଵାର ଆଗରେ ବିଜୁଳି ଖୁଣ୍ଟ କରିବା ଉଚିତ ନୁହେଁ ।

6- ଘର ଆଗରେ ବଡ ଗଛ ରହିବା ଦ୍ଵାରା ବାସୁ ଦୋଷ ସୃଷ୍ଟି ହୋଇଥାଏ । ଘର ଉପରେ ଲଟା ଗଛ ମାଡିବା ଶତ୍ରୁ ବଢିବା ସହ ବସ୍ତୁ ଦୋଷ ବିଚାର କରାଯାଏ । ଘରର ଉନ୍ନତି ରେ ମଧ୍ୟ ବାଧା ଆଣିଥାଏ ।

7- ବାସ୍ତୁ ଅନୁଯାୟୀ ଘର ଆଗରେ ଓସାରିଆ ରାସ୍ତା ରହିବା ଉଚିତ ନୁହେଁ । ଏହା ଦ୍ଵାରା ଘରର ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦିଏ । ଓ ପରିବାରରେ ମନୋମାଳିନ୍ୟ ସୃଷ୍ଟି ହେବାର ସମ୍ଭାବନା ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *