ଧନତେରସରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଚମକି ଉଠିବ ଆପଣଙ୍କ ଭାଗ୍ୟ

ଦୀପାବଳି ଦିନ ଘରକୁ ଧନସମ୍ପତି ଓ ଖୁସି ଆଣିବାପାଇଁ ଆମେ ମା ଲକ୍ଷ୍ମୀଙ୍କ ପୂଜା କରିଥାଉ । ଦୀପାବଳିର ୨ଦିନ ପୂର୍ବରୁ ଧନତେରସ ପଡେ । ଏହିଦିନ ଠାରୁ ହିଁ ଦୀପାବଳିର ଆରମ୍ଭ ହେଇ ଯାଇଥାଏ । କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଧନତେରସ ଦିନ ଭଗବାନ ଧନ୍ବନ୍ତରୀ ନିଜ ସହ ଅମୃତର କଳସ ଓ ଆୟୁର୍ବେଦ ନେଇ ଆସିଥିଲେ । କୁହାଯାଏ ଧନତେରସ ଦିନ କିଛି କିନାକିଣି କଲେ ଶୁଭ ହେଇଥାଏ । ଦୀପାବଳି ସମ୍ଭଧିୟ କିଣାକିଣି ମଧ୍ୟ ଏହିଦିନ କରାଯାଏ ।

ଆଜି ଆମେ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଏହି ଦିନ କିଣିଲେ ଆପଣଙ୍କ ଘରକୁ ଖୁସିର ଲହଡି ମାଡିଆସିବ ।

–         କୁହାଯାଏ କି ଯେତେବେଳେ ଭଗବାନ ଧନ୍ଵନ୍ତରୀ ପ୍ରକଟ ହେଇଥିଲେ ତେବେ ସେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ । ତେଣୁ ଧନତେରସ ଦିନ ପିତଳର ପାତ୍ର କିଣିବା ଶୁଭ ଅଟେ ।

–         ଚାନ୍ଦି ଚନ୍ଦ୍ରମାଙ୍କ ଧାତୁ ହେଇଥିବାରୁ ଧନତେରସ ଦିନ ରୂପା ର କିଛି ବସ୍ତୁ ଘରକୁ ଅଣାଯାଏ । ଏହି ଦିନ ରୂପା  କିଣିଲେ ଘରେ ଯଶ, କୀର୍ତ୍ତି ଓ ସମ୍ପତିର ବୃଦ୍ଧି ହେଇଥାଏ ।

–         ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କ ସହ କଉଡି ବି ପ୍ରକଟ ହୋଇଥିଲେ । ଧନତେରସ ଦିନ କଉଡି କ୍ରୟ କରି ଆପଣ  ତାକୁ ଦୀପାବଳି ଦିନ ପୂଜା କରନ୍ତୁ ଏବଂ ତାକୁ ନିଜର ସିନ୍ଧୁକରେ ରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଧନ ହାନି ହେବନାହିଁ ।

–         ଧନତେରସ ଦିନ ଧନିଆର ବୀଜ କ୍ରୟ କରି ତାକୁ ଦୀପାବଳି ଦିନ ରୋପଣ କଲେ ଧନ ହାନି ହୁଏ ନାହିଁ ।

–         ଧନତେରସ ଦିନ ଦୀପାବଳି ସମ୍ଭଧିତ ସାମଗ୍ରୀ ଯଥା ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି, ମାଟି ଦୀପ ଇତ୍ୟାଦି କ୍ରୟ କରିବା ଉଚିତ ।

ଯଦି ଆପଣ ବି ଧନ ସମ୍ବନ୍ଧିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ଏଥିରୁ ମୁକ୍ତି ଚାହୁଁ ଛନ୍ତି ତେବେ ଏହି ବର୍ଷ ଧନ୍ତେରସ ଦିନ ଆପଣ ଏହି ସବୁ ଜିନିଷ କିଣି ନିଜ ଘରକୁ ଆଣନ୍ତୁ । ଦେଖିବେ ଆପଣଙ୍କର କେବେ ବି ଧନ ସମବାଧିତ କୌଣସି ସମସ୍ୟା ଦେଖା ଦେବ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *