ବାସ୍ତୁ ଅନୁସାରେ ନିଜ ସମସ୍ୟାକୁ ନେଇ ଘରେ ରଖନ୍ତୁ ଅଲଗା ଅଲଗା ଧାତୁରେ ପ୍ରସ୍ତୁତ କଇଁଛ – ଜାଣନ୍ତୁ ଆପଣଙ୍କ ସମସ୍ୟା ପାଇଁ କେଉଁ କଇଁଛ ରଖିବେ

ସମସ୍ତ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ଯା ନିଶ୍ଚୟ ଥାଏ। ସେହି ସବୁ ସମସ୍ୟାରୁ ମୁକ୍ତି ପାଇଁ ସାଧାରଣତଃ ଆମେମାନେ ଭଗବାନଙ୍କର ଶରଣାପନ୍ନ ହୋଇଥାଉ ଏବଂ ପୂଜା ପାଠ କରିଥାଉ । କିନ୍ତୁ ଏହା ବ୍ଯତୀତ ଅନ୍ୟ କିଛି ମଧ୍ୟ ଅଚିହ ଯାହା ଆପଣଙ୍କ ସମସ୍ଯା ସମାଧାନ କରିପାରିବ । ବାସ୍ତୁ ଶାସ୍ତ୍ର ଓ ଫେଙ୍ଗ୍ସୁଇରେ ମଧ୍ୟ ଏହି ସବୁ ସମସ୍ଯାର ସମାଧାନ ଉଲ୍ଲେଖ ଅଛି । ସେହି ସମ୍ବନ୍ଧିତ ଆଜି ଆମେ ଆପଣଙ୍କୁ “କଇଁଛ” ସମ୍ବନ୍ଧିତ କିଛି କାମର ଉପାୟ କହିବାକୁ ଯାଉଛୁ । କଇଁଛକୁ ବହୁତ ଶୁଭ ବୋଲି ମନାଯାଏ । ହିନ୍ଦୁ ଧର୍ମରେ କୁହାଯାଏ କି ଭଗବାନ ବିଷ୍ଣୁଙ୍କର ଗୋଟେ ଅବତାର ହେଉଛି କଚ୍ଛପ ଆବତାର । ସେଥିପାଇଁ କଇଁଛକୁ ବହୁତ ଶୁଭ ମନାଯାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଘରେ କେଉଁ ଭଳି କଇଁଛ ରଖିଲେ କି ପ୍ରକାରର ଲାଭ ମିଳେ ସେ ବିଷୟରେ ।

ସନ୍ତାନ ପ୍ରାପ୍ତି ପାଇଁ-

ଯଦି କୌଣସି ଦମ୍ପତ୍ତିଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ସନ୍ତାନ ପ୍ରାପ୍ତି ହେଉ ନାହିଁ, ତେବେ ଘରେ ଏମତି କଇଁଛ ଆଣି ରଖନ୍ତୁ କି ଯାହାର ପିଠି ଉପରେ ଗୋଟେ ଛୋଟ ଛୁଆ କଇଁଛ ବସିଥିବ । ଏହା କରିବା ଦ୍ଵାରା ସନ୍ତାନ ସୁଖ ପ୍ରାପ୍ତ ହୁଏ ।

ଘରେ ସୁଖ ଶାନ୍ତି ପାଇଁ-

ଘରେ ଲଢେଇ, ଝଗଡା ଏବଂ କଳି ହେବା ବହୁତ ସାଧାରଣ କଥା ଅଟେ । ବେଳେ ବେଳେ ଏହି ଝଗଡା ବହୁତ ବଢିଯାଏ ଏବଂ କଥା ଆଉ ଆମ ଅଧୀନରେ ରୁହେନୀ । ଏହିଭଳି ସ୍ଥିତିରେ ଆପଣ ଘରେ କଇଁଛର ଯୋଡା ରଖନ୍ତୁ । ଏହା ଦ୍ଵାରା ଘରେ ସକାରାତ୍ମକ ପରିବେଶ ରୁହେ ଓ ଝଗଡା ହୁଏ ନାହିଁ ।

ଧନର ଅଭାବ ଦୂର କରିବା ପାଇଁ-

ଯଦି ଆପଣଙ୍କ ଘରେ ଆର୍ଥିକ ସ୍ଥିତି ଭଲ ନାହିଁ, ବା ଅଫିସ, ଦୋକାନରେ କ୍ଷତି ହେଉଛି ତେବେ ଏହି ଉପାୟ କରନ୍ତୁ । ନିଜ ଘର, ଅଫିସ ବା ଦୋକାନର ଉତ୍ତର ଦିଗରେ ‘ କାଚରେ ପ୍ରସ୍ତୁତ କଇଁଛ ରଖନ୍ତୁ’ । ଏହାକୁ କୌଣସି ଶୁଖିଲା ସ୍ଥାନରେ ନ ରଖି ପାଣିଥିବା ପାତ୍ରରେ ରଖନ୍ତୁ । ଏହା ଦ୍ଵାରା ଘରେ ଧନର ଅଭାବ ହେବ ନାହିଁ ।

କର୍ମରେ ଉନ୍ନତି ପାଇଁ-

ଯଦି ଆପଣ ନିଜ କର୍ମରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ଘରେ ‘ ଧାତୁରେ ପ୍ରସ୍ତୁତ କଇଁଛ’ ରଖିବା ଦରକାର। ଏମିତି କରିବା ଦ୍ଵାରା ଆପଣଙ୍କ କର୍ମ ଜୀବନରେ ବହୁତ ଲାଭ ହେବ ।

Leave a Reply

Your email address will not be published. Required fields are marked *