ଘରେ ଲଗାନ୍ତୁ ଏହି 2ଟି ଗଛ, ଏତେ ଧନ ବର୍ଷିବ କି ସମ୍ଭାଳି ପାରିବେନି- Vastu Tips

ବନ୍ଧୁଗଣ ଆମେ ଲଗାଉଥିବା ଗଛ ମାନଙ୍କ ମଧ୍ୟରୁ ଏପରି ଅନେକ ଗଛ ରହିଅଛି ଯାହା ଶୁଭ ହେବା ସଙ୍ଗେ ସଙ୍ଗେ ସେଥିରେ କିଛି ଔଷଧୀୟ ଗୁଣ ମଧ୍ୟ ଲୁଚି ରହିଥାଏ । ଏହା ସମ୍ବନ୍ଧରେ ପ୍ରାଏ ସମସ୍ତେ ଜାଣି ନଥାନ୍ତି । ମାତ୍ର ଆମେ ଆଜି ଆପଣଙ୍କୁ ତାହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଦେବାକୁ ଯାଉଅଛୁ । ଯାହା ଶୁଣି ମାନେ ରଖିଲେ ଆପଣଙ୍କ ବହୁତ ଉପକାର ହେବ । ବନ୍ଧୁଗଣ ନୀତିଦିନ ଜୀବନରେ ଆମେ ଅନେକ ସାମଗ୍ରୀ ବ୍ୟବହାର କରିଥାଉ, ଆପଣ ଜାଣିଛନ୍ତି କି ସେଗୁଡିକର ମୂଳ ତତ୍ଵ ରୂପେ ତାହାର ଗଛ କେତେ ଶୁଭ ତଥା ସକାରାତ୍ମକ ଊର୍ଜା ନେଇ ଆସିଥାଏ ।

ବନ୍ଧୁଗଣ ସଂସାରର ସମସ୍ତ ବସ୍ତୁ ର କିଛି ନା କିଛି ସକାରାତ୍ମକ ଊର୍ଜା ଏବଂ ନାକାରତ୍ମକ ଊର୍ଜା ମଧ୍ୟ ରହିଥାଏ । ଆମେ ସେହି ସବୁ ତତ୍ଵ ର ଗୁଣ ବିଷୟରେ ଜାଣିବା ଆବଶ୍ୟକ । କାରଣ ଯଦି ଆମ୍ଭେମାନେ ତାହାକୁ ଭଲ ଭାବେ ମାନେ ରଖିଥାଉ ତେବେ ତାହା ପ୍ରତକ୍ଷରେ ହେଉ କିଅବା ପରୋକ୍ଷରେ ହେଉ ଆମକୁ ବହୁତ ସାହାଜ୍ଯ କରିଥାଏ । ଆସନ୍ତୁ ଏବେ ଜାଣିବା ତାହା କେଉଁ ଦୁଇଟି ଗଛ ଅଟେ ଯାହା ଆମ ପାଇଁ ବହୁତ ଶୁଭ ହୋଇଥାଏ ।

୧- ହଳଦୀ ଗଛ;- ବନ୍ଧୁଗଣ ଏହା ଏକ ଏଭଳି ଗଛ ଅଟେ ଯାହା ଘର ପାଇଁ ଶୁଭ ହେବା ସଙ୍ଗେ ସଙ୍ଗେ ଏହାର ଫଳ ଆମ ଶରୀର ର ବହୁତ ଉପକାର କରିଥାଏ । ବନ୍ଧୁଗଣ ହଳଦୀ ଗଛର ଗଣ୍ଠି ଭଳି ଏକତ୍ରିତ କରି ଆମେ ତାକୁ ଲଗାଇଥାଉ । ଏହାର ଫୁଲ ମଧ୍ୟ ହୋଇଥାଏ । ବନ୍ଧୁଗଣ ଆପଣ ପ୍ରାଏ ତ ଜାଣିଛନ୍ତି ଏହାର ଅନେକ ଆୟୁର୍ବେଦିକ ଲାଭ ରହିଅଛି । ହଳଦୀ ସବୁ ଶୁଭ କାମରେ ବ୍ୟବହାର ହେବା ସଙ୍ଗେ ସଙ୍ଗେ, ଆମେ ନୀତିଦିନ କରୁଥିବା ହାଣ୍ଡିଶାଳ ରେ ମଧ୍ୟ ଖାଦ୍ଯ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରିଥାଉ । ଏହା ବ୍ୟତିତ ବ୍ୟକ୍ତି ଙ୍କୁ କିମ୍ବା ପିଲାଙ୍କୁ ଥଣ୍ଡା ଜର ହେଲେ, ଆମେ ଦୁଗ୍ଧ ରେ ହଳଦୀ ଗୁଣ୍ଡ ମିଶ୍ରିତ କରି ତାହାକୁ ସେବନ କରିଥାଉ ।

ବନ୍ଧୁଗଣ ଏହା ବାୟୁ କୁ ସୁଦ୍ଧ କରିଥାଏ । ଏହା ବ୍ଯତୀତ ଏହାର ଔଷଧୀୟ ଗୁଣ ରହିଥିବାରୁ ଏହା ବାୟୁରେ ଥିବା ନାନା ପ୍ରକାରର କୀଟାଣୁ କୁ ମଧ୍ୟ ମାରିଥାଏ । ଏହା ଯେଉଁଠାରେ ଲାଗି ଥାଏ ସେହି ଜାଗତି ଅତ୍ୟନ୍ତ ଶସ୍ୟଶାମଳ ରେ ପରିପୂର୍ଣ୍ଣ ହୋଇଯାଏ । ଏହି ଗଛଟି ବହୁତ ଆକର୍ଷଣ ମଧ୍ୟ ହୋଇଥାଏ । ହଳଦୀ ଗଛ ବାଲିର ମାଟିରେ ଭଲ ଭାବରେ ବଢିଥାଏ । ଏଥିରୁ ବହୁତ ପରିମାଣରେ ହଳଦୀ ମଧ୍ୟ ଆମେ କାଢି ପାରିବା । ଏହା ଛୋଟ ଗମଲା ରେ ମଧ୍ୟ ବଢିଥାଏ । ବନ୍ଧୁଗଣ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ଯେ, ହିନ୍ଦୁ ଧର୍ମର ପର୍ବ ପ୍ରଥମା ଅଷ୍ଟମୀ ରେ ହଳଦୀ ପତ୍ର ର ବ୍ୟବହାର କରି ମନଲାଖି ପିଠା ଗଢା ଯାଇ ଘରର ଜ୍ୟେଷ୍ଠ ଙ୍କୁ ପୂଜା କରାଯାଇଥାଏ ।

୨- ଅପରାଜିତା ଗଛ;- ବନ୍ଧୁଗଣ ଏହି ଗଛ ର ଫୁଲ ବହୁତ ସୁନ୍ଦର ହୋଇଥାଏ । ଏହାର ଫୁଲ ନୀଳ ଏବଂ ଧଳା ରଙ୍ଗର ଦେଖା ଯାଇଥାଏ । ଏହାର ବୀଜ ବହୁତ ସହଜରେ ଗ୍ରୋ ହେଇଯାଇଥାଏ । ଗଛଟିକୁ କାଟି ମଧ୍ୟ ଅନ୍ୟ ଜାଗାରେ ଗଛ ଲଗାଇପାରୁ । ମାତ୍ର ଏହାର ବୀଜ ରୁ ଅତ୍ୟଧିକ ଉନ୍ନତ ମାନର ଲାଭ ମିଳିଥାଏ । ବିଜଦ୍ଵାର ଗଛଟି ଅଧିକ ଶୀଘ୍ର ଗ୍ରୋ କରିଥାଏ । ମଟର ର ମଞ୍ଜି ଭଳି ଖୁବ ପତଳା ପତଳା ବୀଜ ହୋଇଥାଏ ଏହାର । ଏହି ଗଛଟିରେ ଥଣ୍ଡା ସମୟରେ ଫୁଲ ଆସିନଥାଏ, ବାକି ଅନ୍ୟ ସିଜନ ରେ ଫୁଲ ଆସିଥାଏ ।

ଏହାର ଫୁଲ ଅତ୍ୟନ୍ତ ମନଲୋଭକ ହୋଇଥାଏ ଏହା ଛଡା ପୂଜାରେ ମଧ୍ୟ ବହୁଳ ଭାବରେ ବ୍ୟବହାର ହୋଇଥାଏ । ବନ୍ଧୁଗଣ ମାନ୍ୟତା ଅଛି ଯେ, ଏହା ସମସ୍ତ ନକାରତ୍ମକ ଊର୍ଜା କୁ କ୍ଷୟ କରିଥାଏ । ବନ୍ଧୁଗଣ ଏହା ଥିଲା ୨ ଟି ଶୁଭ ଗଛର ବିବରଣୀ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *