ଘରେ ବସି ନିଜର ଅକ୍ସିଜେନର ଲେବୁଲ ବଢାନ୍ତୁ! ଜାଣନ୍ତୁ କେମିତି

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଭାରତରେ ଭୂ-ତା-ଣୁର ଦ୍ଵିତୀୟ ଲହରୀ ଆରମ୍ଭ ହୋଇ ଯାଇଛି । କିନ୍ତୁ ଏହା ମଧ୍ୟରେ ଅକ୍ସିଜେନର ଅଭାବ ବି ଦେଖିବାକୁ ମିଳୁଛି । ଯାହାକି ଭୂ-ତା-ଣୁ ଠାରୁ ବି ଆହୁରି ଅଧିକ ଚିନ୍ତାର ବିଷୟ ଅଟେ । ବର୍ତ୍ତମାନ ସମୟରେ ଅକ୍ସିଜେନର ଅଭାବ ଯୋଗୁ ଦେଶରେ ବହୁତ ସ୍ଵଚନୀୟ ଅବସ୍ଥା ବି ଦେଖିବାକୁ ମିଳୁଛି । ଏମିତିରେ ଆମେ ଆପଣଙ୍କୁ କହିଦେଉଛୁ କି ଯଦି ଆପଣଙ୍କର ଭୂ-ତା-ଣୁ ହୋଇଛି ତେବେ ଆପଣ ଅକସି ମିଟରରେ ନିଜର ଅକ୍ସିଜେନର ଲେବୁଲ ଦେଖି ନିଜର ସ୍ଥିତି ବିଷୟରେ ଜାଣି ପାରିବେ ।

ଯଦି ଅକ୍ସିଜେନ ଲେବୁଲ ୯୫ରୁ ୯୯ ମଧ୍ୟରେ ରହୁଛି ତେବେ ଆପଣଙ୍କର ରକ୍ତରେ ଅକ୍ସିଜେନର ପରିମାଣ ସଠିକ ଅଛି । ଏମିତିରେ ଯଦି ଅକ୍ସିଜେନ ଲେବୁଲ ୯୫ରୁ କମ ହୋଇ ଯାଉଛି ତେବେ ଏହା ବି-ପ-ଦ ଅଟେ ।

ଏମିତିରେ ଯଦି ଆପଣଙ୍କୁ ଭୂ-ତା-ଣୁ ହୋଇ ଯାଉଛି କିମ୍ବା ଅନ୍ୟ କୌଣସି କାରଣରୁ ଯଦି ଆପଣଙ୍କର ଅକ୍ସିଜେନ କମ ହୋଇ ଯାଉଛି ତେବେ ଆପଣ ଘରେ ବସି ନିଜର ଅକ୍ସିଜେନ ଲେବୁଲ ବଢାଇ ପାରିବେ । କେତେକ ଡାକ୍ତରମାନେ ବି ଏହାକୁ ନେଇ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । କିଛି ଦିନ ପୂର୍ବରୁ ରାମଦେବ ବାବା ମଧ୍ୟ କହିଥିଲେ କି ଆପଣ ସକାଳ ସମୟରେ ଅନୁଲମ ବିଲମ କରୁଛନ୍ତି ତେବେ ଆପଣଙ୍କର ଅକ୍ସିଜେନ ଲେବୁଲ ଠିକ ରହିବ ।

ଏମିତିରେ ଆଜି ଆମେ ଆପଣଙ୍କୁ କିଛି ପ୍ରଣାଳୀ କହିବୁ ଯାହାକୁ କରିବା ଦ୍ଵାରା ଆପଣ ଘରେ ବସି ନିଜର ଅକ୍ସିଜେନ ଲେବୁଲକୁ ବଢାଇ ପାରିବେ । ଡ. କ୍ଷୀରୋଦଙ୍କ ଅନୁସାରେ ଆପଣ ଘରେ ନିଜର ଖଟ ଉପରେ ତକିଆ ସାହାର୍ଯ୍ୟରେ ନିଜର ଅକ୍ସିଜେନ ଲେବୁଲକୁ ବଢାଇ ପାରିବେ । ଏଥିପାଇଁ ପ୍ରଥମେ ଆପଣ ଗୋଡ ତଳେ ଗୋଟିଏ ତକିଆ, ଜଙ୍ଘ ତଳେ ତକିଆ, ତଳ ପେଟ ତଳେ ତକିଆ, ଛାତି ତଳେ ତକିଆ, ବେକ ତଳେ ତକିଆ ରଖି ବେକକୁ ସାଇଡ କରି ଲମ୍ବା ନିଶ୍ଵାସ ନିଅନ୍ତୁ ଓ ଛାଡନ୍ତୁ ।

ସେହିଭଳି ୩୦ ମିନିଟ କରିବାକୁ ପଡିବ ।  ଏହିଭଳି କରିବା ଦ୍ଵାରା ରସ ଗୁଡିକ ତଳକୁ ଚାଲି ଆସିବ । ଏହା ପରେ ଏହି ରସ ଗୁଡିକ ଆପଣଙ୍କ ବେକ ପାଖକୁ ଚାଲି ଆସିବ । ଯଦି ଆପଣ ଏହାକୁ ଭିତରକୁ ନେଇଯିବେ ତେବେ ଏହା ଝାଡା ରୂପରେ ବାହାରି ଯିବ । ନଚେତ ଆପଣ ମୁହଁରୁ ବି ଏହାକୁ ବାହାର କରି ପାରିବେ । ଏହିଭଳି କରିବା ଦ୍ଵାରା ସେହି ସମସ୍ତ ଲଙ୍ଗ ଟିସୁ ଗୁଡିକ ବାହାରିଯିବ ।

ଏହା ପରେ ଆପଣ ଏହାକୁ ଡାହାଣ ପଟେ ଓ ବାମ ପଟେ ମାଡି ହୋଇ ଶୋଇ କରନ୍ତୁ । ଏମିତିରେ ଆପଣ ଏହାକୁ ଯେତେବେଳେ ତିନୋଟି ପୋଜିସନରେ ୩୦ ମିନିଟ ହିସାବରେ କରିବେ ଏହି ରସ ଗୁଡିକ ମନକୁ ମନ ବାହାରି ଆସିବ । ଏହା ପରେ ୪୫ ଡିଗ୍ରୀ ଆଙ୍ଗେଳରୁ ୯୦ ଡିଗ୍ରୀ ମଧ୍ୟରେ ବସି ଆପଣ ଯଦି ନିଶ୍ଵାସ ନେବେ ଓ ଛାଡିବେ ଉପରେ ଯେତିକି ବି ରସ ଥିବ ତାହା ବି ବାହାରି ଯିବ । ଏହାକୁ ବିନା ପ୍ରେସରେ କେବଳ ଗୁରୁତ୍ଵାକର୍ଷଣ ବଳରେ ୨ ଘଣ୍ଟା ମଧ୍ୟରେ ଅକ୍ସିଜେନ ଲେବୁଲ ବଢାଇ ପାରିବେ ।

Leave a Reply

Your email address will not be published. Required fields are marked *