Shivling Puja: ଘରେ ଶିବଲିଙ୍ଗ ରଖିବାର 10ଟି ଜରୁରୀ ନିୟମ, ନିତ୍ୟ ଶିବଲିଙ୍ଗ ପୂଜା ବିଧି

ଆଜି ଆମେ ଆପଣଙ୍କୁ ଘରେ ଶିବଲିଙ୍ଗ ରଖିବା ପାଇଁ କେଉଁ ସମସ୍ତ ନୀତି ନିୟମ କରିବାକୁ ପଡିଥାଏ ଓ ଏହାର ପୂଜା ବିଧି ବିଷୟରେ କହିବୁ । ଯଦି ଆପଣ ଘରେ ଶିବଲିଙ୍ଗ ସ୍ଥାପନ କରିବାକୁ ଚାହୁଁଛନ୍ତି ତେବେ ତାହାର ଆକାର ଆଙ୍ଗୁଠି ଠାରୁ ବଡ ହେବା ଉଚିତ ନୁହେଁ । ଅର୍ଥାତ ଯେତେ ବଡ ଆପଣଙ୍କର ଆଙ୍ଗୁଠି ଅଛି ତାହାର ଛୋଟ ଓ ନଚେତ ସେହି ଆକାର ଶିବଲିଙ୍ଗ ଘରେ ସ୍ଥାପନା କରିବା ଉଚିତ । ଆପଣ ଘରେ ଯେ କୌଣସି ଧାତୁରେ ତିଆରି ଶିବଲିଙ୍ଗ ସ୍ଥାପିତ କରି ପାରିବେ ।

କିନ୍ତୁ ଆପଣ ଯେତେବେଳେ ପୂଜା କରୁଛନ୍ତି ତେବେ ନୀତି ନିୟମ ଅନୁସାରେ ପୂଜା କରନ୍ତୁ । କହିଦେଉଛୁ କି ଘରେ କେବେ ବି ଗୋଟିଏରୁ ଅଧିକ ଶିବଲିଙ୍ଗ ରଖନ୍ତୁ ନାହିଁ । ବର୍ତ୍ତମାନ ଚାଳନ୍ତୁ ଜାଣିବା କି ଶିବଲିଙ୍ଗ ଉପରେ କେଉଁ ଜିନିଷ ଚଢାଇବା ଉଚିତ ଓ କେଉଁ ଜିନିଷ ଚଢାଇବା ଉଚିତ ନୁହେଁ ।

ଭଗବାନ ଶିବଙ୍କ ପ୍ରିୟ ଜିନିଷ ହେଉଛି ଧତୁରା ଫୁଲ, ଭାଙ୍ଗ ଓ ବେଲପତ୍ର, ଧଳା ଚନ୍ଦନ, ଭସ୍ମ । ଏହି ସବୁ ଜିନିଷ ଶିବଲିଙ୍ଗ ଉପରେ ଅର୍ପିତ କରିଲେ ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଭୁଲରେ ବି ଶିବଲିଙ୍ଗ ଉପରେ କେତକୀ ଫୁଲ, ତୁଲସୀ ପତ୍ର, ସିନ୍ଦୁର, ହଳଦୀକୁ ବ୍ୟବହାର କରିବେ ନାହିଁ । କୁହାଯାଏ କି ଘରେ ଯେଉଁ ଶିବଲିଙ୍ଗ ଅଛି ତାହା କେବେ ବି ଶୁଖିଲା ରହିବା ଉଚିତ ନାହିଁ । ସର୍ବଦା ଏହା ଉପରେ ପାଣି ପଡୁଥିବା ଦରକାର ।

ସବୁବେଳେ ଶିବଲିଙ୍ଗଙ୍କ ଉପରେ ପାଣିର ଧାରା ପଡୁଥିବା ଦରକାର । ସବୁଦିନ ସକାଳ ସମୟରେ ଶିବଲିଙ୍ଗଙ୍କୁ କ୍ଷୀର, ପାଣି କିମ୍ବା ପଞ୍ଚାମୃତ ଦ୍ଵାରା ଅଭିଷେକ କରନ୍ତୁ । ଧ୍ୟାନ ରଖନ୍ତୁ କି ଆପଣ ଶିବଲିଙ୍ଗକୁ ଯେଉଁ ପାତ୍ରରେ ରଖିଛନ୍ତି ତାହା ତମ୍ବା ପାତ୍ର ହୋଇଥିବା ଦରକାର । କହିଦେଉଛୁ କି ଶିବଲିଙ୍ଗରୁ ବାହାରୁ ଥିବା ପାଣିକୁ କେବେ ବି ତୁଲସୀ ଗଛରେ ଦେବେ ନାହିଁ, ଆପଣ ଏହି ପାଣିକୁ ଅନ୍ୟ କୌଣସି ବି ଗଛରେ ଦେଇ ପାରିବେ । ଘରର ଉତ୍ତର ପୂର୍ବ ଦିଗରେ ହିଁ ଆପଣ ଶିବଲିଙ୍ଗ ସ୍ଥାପନା କରନ୍ତୁ ।

ପୂର୍ବ ଦିଗରେ ବି ଆପଣ ଶିବଲିଙ୍ଗ ସ୍ଥାପନା କରି ପାରିବେ । ଦକ୍ଷିଣ ଦିଗରେ କେବେ ବି ଶିବଲିଙ୍ଗ ସ୍ଥାପାନ କରିବେ ନାହିଁ । ଶିବଲିଙ୍ଗରୁ ବାହାରୁଥିବା ପାଣି ସବୁବେଳେ ଉତ୍ତର ଦିଗରେ ବହିବା ଦରକାର । ଶିବଲିଙ୍ଗ ସହ କୌଣସି ବି ଧାତୁର ନାଗ ରଖିବା ବହୁତ ଆବଶ୍ୟକ ଅଟେ । ଧ୍ୟାନ ରଖିବେ କି ଶିବଲିଙ୍ଗର ଉପରି ଭାଗ କେବେ ବି ଖାଲି ରଖିବେ ନାହିଁ । ଏହା ଉପରେ ସବୁବେଳେ ବେଳପତ୍ର କିମ୍ବା ଫୁଲ ଥିବା ଦରକାର । ମନେ ରଖନ୍ତୁ କି ଶିବଲିଙ୍ଗକୁ କେବେ ବି ଏକୁଟିଆ ପୂଜା କରନ୍ତୁ ନାହିଁ ।

ଶିବଙ୍କ ସହ ପରିବାର ସହ ଶିବଲିଙ୍ଗର ପୂଜା କରିବା ଉଚିତ । ଯେମିତି କି ଆପଣ ମାତା ପାର୍ବତୀ, ଗଣେଶ, କାର୍ତ୍ତିକ, ନନ୍ଦୀ ଓ ନାଗଙ୍କ ଫଟୋ ରଖି ବି ପୂଜା କରି ପାରିବେ । ଆପଣ ଦୁଇ ବେଳା ଶିବଲିଙ୍ଗର ନୀତି ନିୟମ ଅନୁସାରେ ପୂଜା କରନ୍ତୁ । ଏହିଭଳି ପୂଜା କରିବା ଦ୍ଵାରା ଆପଣଙ୍କୁ ନିଶ୍ଚିତ ରୂପରେ ଶୁଭ ଫଳ ମିଳିବ ।

Leave a Reply

Your email address will not be published. Required fields are marked *