ଗାର୍ଲଫ୍ରେଣ୍ଡ ବା ବୟଫ୍ରେଣ୍ଡଙ୍କ ପସନ୍ଦର ରଙ୍ଗରୁ ଜାଣନ୍ତୁ ତାଙ୍କର ସ୍ଵଭାବ

ରଙ୍ଗର ପର୍ବ ହୋଲି ଏହି ବର୍ଷ ୧୦ ମାର୍ଚରେ ପଡୁଛି । ହୋଲିର ଦହନ ୯ମାର୍ଚରେ କରାଯିବ । ଖୁସିରେ ଭରା ଏହି ପର୍ବରେ ଚାରିପଟେ ରଙ୍ଗୀନ ପରିବେଶ ଦେଖିବାକୁ ମିଳିଥାଏ । କିଏ ନୀଳ ,କିଏ ଗୋଲାପି ତ କିଏ ଲାଲ ରଙ୍ଗରେ ରଙ୍ଗେଈ ହୋଇଥାଏ । ଏହି ରଙ୍ଗ ମଣିଷଙ୍କ ଦୁନିଆରେ ଖାସ ମହତ୍ଵ ହୋଇଥାଏ ଏବଂ ସବୁ ବ୍ୟକ୍ତିଙ୍କର କିଛି ନ କିଛି ରଙ୍ଗ ପସନ୍ଦ ହୋଇଥାଏ । ରଙ୍ଗର ପସନ୍ଦରୁ ହିଁ ଆପଣ ଆପଣଙ୍କର ଗାର୍ଲଫ୍ରେଣ୍ଡ ,ସାଙ୍ଗ ବା କାହାର ବି ସ୍ଵଭାବ ଜାଣି ହୋଇଥାଏ ।

କେମିତି ଜାଣନ୍ତି-

– ଜୋତିଷ ଅନୁସାରେ ଯେଉଁ ଲୋକ ଧଳା ରଙ୍ଗ ପସନ୍ଦ କରିଥାନ୍ତି ସେ ସଜ୍ଜନ,ସରଳ ,ଦୟାଳୁ ,ସଚ୍ଚା ଆଦି ତାଙ୍କର ଗୁଣ ହୋଇଥାଏ । ଆତ୍ମବିଶ୍ଵାସ ରେ ଭରା ଏହି ଲୋକଙ୍କର ଆବାଜ ଉଚ୍ଚା ହୋଇଥାଏ । ଏମାନେ ଟିକେ କଟୁକଥା କହିଥାନ୍ତି ।

– କଳା ରଙ୍ଗ ପସନ୍ଦ କରୁଥିବା ଲୋକ ସାମାନ୍ୟ ଉଦାସ ଏବଂ ନିରାଶ ପ୍ରକୃତିର ହୋଇଥାନ୍ତି । ଏମାନେ ସ୍ଵଭାବରେ ରାଗି ବି ହୋଇଥାନ୍ତି । ଏମାନଙ୍କର ବ୍ୟକ୍ତିତ୍ବ ଆକର୍ଷଣ ,ଦିଖିବାକୁ ସୁନ୍ଦର ଏବଂ ଆତ୍ମବିଶ୍ଵାସୀ ହୋଇଥାନ୍ତି । ଉପରେ କଠୋର ଏବଂ ଭିତରେ ନରମ ସ୍ଵଭାବର ହୋଇଥାନ୍ତି ।

 

-ହଳଦିଆ ରଙ୍ଗ ପସନ୍ଦ କରୁଥିବା ଲୋକ ଗପ ସପରେ ରୁଛି ରଖିଥାନ୍ତି ଏବଂ ଜିଜ୍ଞାସୁ ହୋଇଥାନ୍ତି । ଏମାନଙ୍କୁ ଅନ୍ୟ ବିଷୟରେ ଜାଣିବା ପାଇଁ ବହୁତ ଭଲ ଲାଗିଥାଏ । ଏମାନେ ଯେଉଁଠିକି ବି ଯାଆନ୍ତି ସମସ୍ତଙ୍କର କେନ୍ଦ୍ର ବିନ୍ଦୁ ହୋଇ ରହିଥାନ୍ତି ।

– ଗୋଲାପି ରଙ୍ଗ ପସନ୍ଦ କରୁଥିବା ଲୋକ ପ୍ରକୃତିର ନିକଟ ହୋଇଥାନ୍ତି । ସ୍ଵଭାବରେ ନରମ ହୃଦୟର ହୋଇଥାନ୍ତି । ଏହି ଲୋକ ଭଗବାନଙ୍କ ଉପରେ ବିଶ୍ଵାସ ରଖିଥାନ୍ତି ଏବଂ ଭଲ ପାଇବାକୁ ବହୁତ ମହତ୍ଵ ଦେଇଥାନ୍ତି । ଏମିତି ଲୋକ ସାହାସୀ ,ଧର୍ଯ୍ୟବାନ ଏବଂ ଜ୍ଞାନୀ ହୋଇଥାନ୍ତି ।

– ଲାଲ ରଙ୍ଗ ପସନ୍ଦ କରୁଥିବା ଲୋକ ସତର୍କ ରହିଥାନ୍ତି । ଏମାନେ କାହାକୁ ବି ଧୋକା ଦିଅନ୍ତି ନାହିଁ । ହୃଦୟରୁ ସଫା ହୋଇଥାନ୍ତି ଏହି ଲୋକ । ଏମାନଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ ।

– ସବୁଜ ରଙ୍ଗ ପସନ୍ଦ କରୁଥିବା ଲୋକ ଅହଙ୍କାରୀ ହୋଇନଥାନ୍ତି । ଏମାନେ ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି । ଏମାନେ ବାଦ ବିବାଦରୁ ଦୂରରେ ରହିଥାନ୍ତି ।

– ନୀଳ ରଙ୍ଗ ଯେଉଁ ଜାତକକୁ ପସନ୍ଦ ହୋଇଥାଏ ସେମାନେ ଗମ୍ଭୀର ବିଚାରର ହୋଇଥାନ୍ତି । ଏମାନଙ୍କର ମନରେ କଣ ଚାଲିଛି ତାହା ଜାଣିବା ବହୁତ ମୁସ୍କିଲ ହୋଇଥାଏ । ଏମାନଙ୍କର ଯୋଜନା ପ୍ରତ୍ୟକ ମୁହୁରତରେ ବଦଳି ଥାଏ ।

– ନାରଙ୍ଗି ରଙ୍ଗ ପସନ୍ଦ କରୁଥିବା ଲୋକ ସ୍ନେହମୟୀ ହୋଇଥାନ୍ତି । ଏମାନଙ୍କର ଅଧିକ ସାଙ୍ଗ ଥାନ୍ତି । ଏମାନେ ଅଧିକ ଦାୟିତ୍ଵ ନେଇପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *