ଗରିଲ୍ଲା ର ଆଗରେ ପଡିଗଲା ୪ବର୍ଷର ପିଲା, ତାପରେ ଗରିଲ୍ଲା ଯାହା କରିଲା ତାହା ଦେଖିଲେ ଆପଣଙ୍କ ହୃଦୟ ଥରିବ

ଚିଡିଆଖାନାରେ ବିଭିନ୍ନ ପ୍ରକାର ଜୀବଜନ୍ତୁ, ପଶୁ ପକ୍ଷୀ ମାନଙ୍କୁ ଦେଖିବା ବହୁତ ରୋମାଞ୍ଚ କର ହୋଇଥାଏ । ସେଠାରେ ଆମେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଏବଂ ପକ୍ଷୀ ଦେଖିବାକୁ ପାଇଥାଉ, କିଛି ଏମିତି ବି ଥାନ୍ତି ଯାହାର ନାମ ବି ଆମେ ଶୁଣିନଥିବା । ସେଠାରେ ଆମେ ବହୁତ ଖତରନାକ ଜୀବଙ୍କୁ ବି ବହୁତ ଦୂରରୁ ଦେଖିଥାଉ । କିନ୍ତୁ ଏହି ଜୀବ ମାନଙ୍କୁ ଦେଖିବାର ମଜା କେବେ କେବେ କେତେ ଲୋକଙ୍କ ପାଇଁ ସଜା ବି ବନି ଯାଇଥାଏ ।

ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଏହି ପରି କିଛି ଭିଡିଓ ଆପଣ ଦେଖିଥିବେ ।

ଯେଉଁଥିରେକି ଲୋକ ପଶୁ ମାନଙ୍କୁ ଦେଖି ଦେଖି ତାଙ୍କ ପାଖକୁ ଗଳିପଡିଥାନ୍ତି ଏବଂ ତା ପରେ ତାଙ୍କ ସହିତ ଯାହା ହୋଇଥାଏ, ତାହା ବିଷୟରେ ଭାବିଲେବି ଆମର ରୁମ ଟାଙ୍କୁରି ଉଠିଥାଏ । କିଛି ବର୍ଷ ପୂର୍ବେ ଦିଲ୍ଲୀର ଚିଡିଆଖାନାରେ ହୋଇଥିବା ଏକ ଦୁଃଖ ଭରା ଘଟଣା ଆପଣଙ୍କର ମନେ ଥିବ, ଯେଉଁଥିରେ ଏକ ଲୋକ ହଠାତ ସିଂହ ସାମ୍ନାକୁ ଗଳିପଡିଥିଲା ଯାହାକୁ ସିଂହ ବହୁତ ନୃଶଂସ ଭାବରେ ମାରି ଦେଇଥିଲା ।

ଆଜି ଯେଉଁ ଭିଡିଓ ଆପଣ ଦେଖିବାକୁ ଯାଉଛନ୍ତି ସେ ବି ଏମିତି ଏକ ଘଟଣା ଯେଉଁଥିରେ ଏକ ଛୋଟ ପିଲା ହଠାତ ଗରିଲ୍ଲା ଆଗକୁ ଗଳିପଡିଥିଲା । ଏବଂ ତାହା ପରେ ସେଠାର ଦୃଶ୍ୟ ଏମିତିଥିଲା ଯାହାକୁ ଦେଖି ଆପଣ ବି ଡରରେ ଥରି ଯିବେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗିଛି ,ଏବଂ ଏହାକୁ ଏପର୍ଯ୍ୟନ୍ତ କୋଟିଏ ଲୋକ ଦେଖିଛନ୍ତି ।

ଆମେରିକାର ସିନସିନାଟୀ ଚିଡିଆଖାନା ଦୁନିଆ ଭିତରେ ପ୍ରସିଦ୍ଧ ଅଟେ । ଏଠାରୁ ବି ଏକ ସେହିପରି ଘଟଣା ସାମ୍ନାକୁ ଆସିଛି ,ଯେଉଁଠିକି ଏକ ୪ବର୍ଷର ପିଲା ଗରିଲ୍ଲା ର ୧୦-୧୨ ଫୁଟ ବାଡ ତଳକୁ ଗଳିପଡିଲା । ସେହି ସମୟରେ ବାଡ ପାଖରେ ୩ଟି ଗରିଲା ଥିଲେ । ସେଥି ମଧ୍ୟରୁ ଦୁଇଟି ଗରିଲାଙ୍କୁ ହଟାଇ ଦିଆଗଲା, କିନ୍ତୁ ଏକ ୧୭ବର୍ଷର ଗରିଲ୍ଲା ହିଂସ୍ର ହୋଇଗଲା ଏବଂ ସେ ୧୦ ମିନିଟ ପର୍ଯ୍ୟନ୍ତ ପିଲାଟିକୁ ପାଣିରେ ବୁଡାଇବାକୁ ଲାଗିଲା ।

ସେଥିରେ ବି ଅଧା ଫୁଟର ପାଣି ଭରାଯାଇଥିଲା । ଚିଡିଆଖାନାର ଅଧିକାରୀ ଯେତବେଳେ ଗରିଳାକୁ ଗୁଳି ମାରିଲେ ସେତବେଳେ ପିଲାଟି ଗରିଲ୍ଲାର ହାତରେ ଥିଲା । ମରିଯାଇଥିବା ଗରିଲ୍ଲାର ନାମ ହରାମ୍ବେ ବୋଲି କୁହାଯାଇଛି । ଏହି ପୁରା ଘଟଣାରେ ପିଲାଟିର ଜୀବନ ତ ବଞ୍ଚିଗଲା, କିନ୍ତୁ ଗରିଲ୍ଲାକୁ ନିଜ ଜୀବନ ସହିତ ହାତ ଧୋଇବାକୁ ପଡିଗଲା । ଏହି ଭିଡିଓରେ ପିଲା ଏବଂ ଗରିଲ୍ଲା ଭିତରେ ହେଇଥିବା ସଂଘର୍ଷ ର ରେକଡିଙ୍ଗ ସାମ୍ନାକୁ ଆସିଛି ।

ଭିଡିୟର ଲୋକମାନେ ଡରରେ ଚିତ୍କାର କରୁଥିବାର ବି ଶୁଣାଯାଉଛି । ଏହି ଭିଡିଓ ସାମ୍ନାକୁ ଆସିଲାପରେ ସବୁ ଲୋକ ଚିଡିଆଖାନାର ଅଧିକାରୀଙ୍କୁ ବହୁତ ତାରିଫ କରିଛନ୍ତି । ସେମାନେ କହିଥିଲେ କି ପିଲାଟିର ଜୀବନ ବିପଦରେ ଅଛି ବୋଲି ଦେଖି ସେମାନେ ଗରିଲ୍ଲାକୁ ଗୁଳି ମାରିବା ପାଇଁ ସ୍ତିର କରିଥିଲେ । ଏହା ଆମ ସମସ୍ତଙ୍କ ପାଇଁ ବହୁତ କଠିନ କିନ୍ତୁ ଠିକ ନିଷ୍ପତ୍ତି ଥିଲା ।

Leave a Reply

Your email address will not be published. Required fields are marked *