ଗ୍ରାହକଙ୍କ ପାଇଁ ବଡ ଖବର, ବଢିଲା ନୂଆ ଗ୍ୟାସ ଦର… ଦେଖନ୍ତୁ କେତେ?

ନମସ୍କାର ବନ୍ଧୁଗଣ । ମହଙ୍ଗା ମାଡ ସହ ଯୁଝୁଥିବା ଖାଉଟି ଙ୍କ ପାଇଁ ଖରାପ ଖବର ଆସିଛି । ଗୋଟେ ପକ୍ଷରେ ଘରୋଇ ସିଲିଣ୍ଡର ଦର ଅହେତୁକ ଭାବେ ବଢିଥିବା ବେଳେ ଏବେ ନୂଆ ଗ୍ଯାସ ଆଣିଲେ ପୂର୍ବ ଅପେକ୍ଷା ଦେବକୁ ପଡିବ ଅଧିକ ଟଙ୍କା । ଫଳରେ ନୂତନ ଘରୋଇ ସିଲିଣ୍ଡର କନେକସନ ନେବାକୁ ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଯିବ । ଖାଲି ଏତିକି ନୁହେଁ ବରଂ ଡବଲ ସିଲିଣ୍ଡର, ରେଗୁଲେଟର, ୫ କେଜି ସିଲିଣ୍ଡର ପାଇଁ ଅଧ୍ୟ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଆଜି ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବାକୁ ଯାଉଛି ।

ନୂଆ ଦର ଅନୁଯାୟୀ ଗ୍ରାହକ ମାନଙ୍କୁ ୧୪କେଜି ଘରୋଇ ସିଲିଣ୍ଡରର ନୂଆ ସଂଯୋଗ ପାଇଁ ୨୨୦୦ ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଯାଏଁ ଏଥିପାଇଁ ଗ୍ରାହକ ଙ୍କୁ ୧୪୫୦ ଟଙ୍କା ଦେବାକୁ ପଡୁଥିଲା । ଏହା ସହ ଗ୍ରାହକଙ୍କୁ ଡବଲ ସିଲିଣ୍ଡର ପାଇଁ ୨୯୦୦ ଟଙ୍କା ବଦଳରେ ଏଣିକି ୪୪୦୦ ଟଙ୍କା ଦେବାକୁ ପଡିବ । ଏହା ବାଦ ରେଗୁଲେଟର ପାଇଁ ଅଧିକ ଖର୍ଚ୍ଚ ଦେବାକୁ ପଡିବ ।

ରାଷ୍ଟ୍ରୀୟ ତୈଳ ବିତରଣ କମ୍ପୋନୀ ଗୁଡିକ ଗୁରୁବାର ଠାରୁ ଘରୋଇ ଗ୍ଯାସ ସଂଯୋଗ ଦର ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି । ଘରୋଇ ଏଲପିଜି ସଂଯୋଗ ବ୍ୟବସ୍ଥା ଅଧୀନରେ କମ୍ପାନୀ ଗୁଡିକ ୧୪.୨ କେଜିର ଏଲପିଜି ସିଲିଣ୍ଡରର ସିକ୍ଯୁରିଟି ଜମା ରାଶିରେ ମଧ୍ୟ ୭୫୦ ଟଙ୍କା ଯାଏଁ ବୃଦ୍ଧି କରିଛନ୍ତି ।

ଏହା ଫଳରେ ଏକ ନୂତନ ରନ୍ଧନ ଗ୍ଯାସ ସଂଯୋଗ ପାଇବା ପାଇଁ ପୂର୍ବ ରୁ ୧୪୫୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏଥିପାଇଁ ୨୨୦୦ ଟଙ୍କା ଦେବାକୁ ପଡିବ । ଏହା ସହ ଶିକୁରୀଟି ଡିପୋଜିତ ଭାବେ ୭୫୦ ଟଙ୍କା ଦେବାକୁ ପଡିବ । ପୂର୍ବରୁ ରେଗୁଲେଟର ପାଇଁ ୧୫୦ ଟଙ୍କା ଦେବାକୁ ପଡୁଥିବା ବେଳେ ନୂଆ ରେଗୁଲେଟର ପାଇଁ ୨୫୦ ଟଙ୍କା ଦେବାକୁ ପଡିବ ।

ବର୍ଦ୍ଧିତ ଦର ଅନୁଯାୟୀ ୧୨୪ କେଜିର ଶିଂଗଲ ସିଲିଣ୍ଡର ପାଇଁ ପୂର୍ବ ରୁ ୧୪୫୦ ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ଏଏବେ ୨୨୦୦ ଟଙ୍କା ଦେବାକୁ ପଡିବ । ଡବଲ ସିଲିଣ୍ଡର ପାଇଁ ପୂର୍ବ ରୁ ୨୯୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆଜି ଠାରୁ ଏଥିପାଇଁ ୪୪୦୦ ଟଙ୍କା ଦେବାକୁ ପଡିବ ।

ଏହ ସହ ୫ କେଜି ସିଲିଣ୍ଡର ପାଇଁ ପୂର୍ବ ରୁ ୮୦୦ ଟଙ୍କା ସିକ୍ଯୁରିତି କରୁଥିବା ବେଳେ ଏବେ ଏଥିପାଇଁ ୧୧୫୦ ଟଙ୍କା ଖର୍ଚ୍ଚା କରିବାକୁ ପଡିବ । କେବା ଏତିକି ନୁହେଁ ବରଂ ପାସ ବୁକ ପାଇଁ ଅଲଗା ୨୫ ଟଙ୍କା, ଗ୍ଯାସ ପାଇପ ପାଇଁ ଅଲଗା ୧୫୦ ଟଙ୍କା ଦେବାକୁ ପଡିବ ।

ଗୋଟେ ପକ୍ଷରେ ଘରୋଇ ଏଲପିଜି ଦର ବାରମ୍ବାର ବୃଦ୍ଧି ପାଉଥିବା ବେଳେ ଏବେ ୧୦୦୦ ଟଙ୍କା ଟପି ଯାଇଥିବା ବେଳେ ଗ୍ଯାସ କନେକସନ ପାଇଁ ବଢିଥିବା ଦର ଲୋକଙ୍କ ପାଇଁ ଚିନ୍ତା ବଢାଇଛି । ବୋଇସେସ କରି ମଧ୍ୟବିତ୍ତ ଲୋକଙ୍କ ପାଇଁ ଚଡକ ପଡିଲା ପରି ମନେ ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଗ୍ଯାସ କନେକସନ ବୃଦ୍ଧି କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *