ବୃଷ ରାଶିକୁ ଶୁକ୍ର ଚଳନ, ଜୁନ 18 ରୁ ଜୁଲାଇ 13 ପର୍ଯ୍ୟନ୍ତ 8ଟି ରାଶିର ଖୋଲିବ ଭାଗ୍ୟ, ହେବ ବଡ ପରିବର୍ତ୍ତନ

ଗ୍ରହ ମଣ୍ଡଳ ମଧ୍ୟରେ ଦୈତ୍ୟ ଗୁରୁ ଶୁକ୍ଲାଚାର୍ଜ୍ୟ ଓ ଗ୍ରହ ମଣ୍ଡଳ ମଧ୍ୟରେ ବୃହସ୍ପତିଙ୍କ ପରେ ଅଦ୍ଵିତୀୟ କ୍ଷମତାର ଅଧିକାରି ଗ୍ରହ ଶୁକ୍ର ଆସନତ ଜୁନ ମାସ ୧୮ ତାରିଖ ୨୦୨୨ ମସିହାରେ ନିଜର ଗୃହ ବୃଷ ରାଶିକୁ ଚାଳନ କରିବେ । ଶୁକ୍ର କରିବେ ରାଶି ପରିବର୍ତ୍ତନ ଯିଏ ନିଜ ଗୃହକୁ ଗମନ କରିବା ସମୟରେ ବୃଷ ରାଶିରେ ଅବସ୍ଥାନ କରିବେ । ଦୁଇ ଗ୍ରହ ନିଜସ୍ଵ ଗୃହରେ ରହି ଅନେକ ପ୍ରକାରର ସୁଖ ଓ ସୌଭାଗ୍ୟ ଅନେକ ରାଶିକୁ ପ୍ରଦାନ କରିବେ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଆପଣଙ୍କ ପାଇଁ ଦିତୀୟ ଓ ସପ୍ତମାର ସ୍ଵାମୀ ଶୁକ୍ରଦେବ ଅଛନ୍ତି । ଆପଣଙ୍କର ଆଏଙ୍କ କ୍ଷେତ୍ରରୁ ଅର୍ଥ ଆସିବ । କିନ୍ତୁ ମାନସିକ ଶାନ୍ତି ପ୍ରାପ୍ତ କରିବାରେ ବାଧା ସୃଷ୍ଟି ହେବ ।

ବୃଷ ରାଶି : ଲଗ୍ନ ଓ ଷଷ୍ଠର ସ୍ଵାମୀ ଲଗ୍ନରେ ବିରାଜମାନ କରିବେ । ପ୍ରତେକ କ୍ଷେତ୍ରରେ ପୂର୍ଣ୍ଣ ଶୁଭ ଫଳ ପ୍ରାପ୍ତ କରିବେ ।

ମିଥୁନ ରାଶି : ଦ୍ଵାଦଶ ଓ ପଞ୍ଚମର ସ୍ଵାମୀ ଦ୍ଵାଦଶରେ ଶୁକ୍ରଦେବ ଙ୍କ କୃପାରୁ ଶୁଭ ପୂର୍ଣ୍ଣ ଫଳ ପ୍ରାପ୍ତ ହେବ । ରାସ୍ଯାଧିପତି ବୁଧ ଏ ହେତୁ ଶୁକ୍ରଙ୍କ ସହ ଏକତ୍ରିତ ଅଛନ୍ତି ତେଣୁ ଯେଉଁ କାମ କରିବେ ସେଥିରେ ସଫଳ ହେବେ ।

କର୍କଟ ରାଶି : ଆପଣଙ୍କ ପାଇଁ ଏକାଦଶ ସ୍ଵାମୀ ଏକାଦଶାରେ କିନ୍ତୁ ରାସ୍ଯାଧିପତି ଚନ୍ଦ୍ରମା ଶୁକ୍ରଙ୍କ ସହ ସୁସମ୍ପର୍କରେ ରହିଲେ ଶୁକ୍ର ଚନ୍ଦ୍ରଙ୍କୁ ପସନ୍ଦ କରନ୍ତି ନାହି । ଆପଣ ମଧ୍ୟ ଫଳ ପ୍ରାପ୍ତ କରିବେ ।

ସିଂହ ରାଶି : ଆପଣଙ୍କ ପାଇଁ ଦଶମ ତୃତୀୟ ଭାବର ସ୍ଵାମୀ ଦଶମରେ ଅଛନ୍ତି । ତେଣୁ ଆପଣ ଅନେକ ପ୍ରକାରର ନୂଆ କାମ ପାଇଁ ଭାଗ୍ଯର ସହଯୋଗ ପାଇବେ । ଅନେକ ପ୍ରକାରର କର୍ମ କ୍ଷେତ୍ରରେ ଜନିତ ଉନ୍ନତି ଆପଣ ପାଇବେ ।

କନ୍ୟା ରାଶି : ଆପଣଙ୍କ ପାଇଁ ନବମ ଓ ଦ୍ଵିତୀୟ ଭାବର ସ୍ଵାମୀ ନବମରେ ତେଣୁ ଆପଣ ମାନେ ପୂର୍ଣ୍ଣ ଶୁଭ ଫଳ ପ୍ରାପ୍ତ କରିବେ ।

ତୁଳା ରାଶି : ଆପଣଙ୍କ ପାଇଁ ଅଷ୍ଟମ ଓ ପ୍ରଥମ ଭାବର ସ୍ଵାମୀ ଅଷ୍ଟମରେ ତେଣୁ ର୍ଟୁଲା ରାଶି ରାସ୍ୟାଧିପତି ନିଜେ ଶୁକ୍ରଦେବ ଅଟନ୍ତି । ଅନେକ ଶୁଭ ଫଳ ପ୍ରାପ୍ତ କରିବେ ।

ବିଛା ରାଶି : ଆପଣଙ୍କ ପାଇଁ ସପ୍ତମ ଓ ଦ୍ବାଦଶର ସ୍ଵାମୀ ସପ୍ତମରେ ଅଛି । ବିବାହ ସମ୍ପନ୍ନ ହେବା ସହ ଦାଂପତ୍ଯ ଜୀବନ ସୁଖମୟ ରହିବ ।

ଧନୁ ରାଶି : ଆପଣଙ୍କ ପାଇଁ ଷଷ୍ଠ ଓ ଏକାଦଶର ସ୍ଵାମୀ ଷଷ୍ଠରେ ତେଣୁ ଆପଣଙ୍କର ଅଯଥା ଶତ୍ରୁ ସୃଷ୍ଟି ହେବ । ବାଦ ବିବଦରେ ଘେରି ହୋଇ ରହିବେ ।

ମକର ରାଶି : ଆପଣଙ୍କ ପାଇଁ ପଞ୍ଚମ ଓ ଦଶମର ସ୍ଵାମୀ ପଞ୍ଚମ ଭାବରେ ଅଛନ୍ତି ତେଣୁ ନୂତନ ଦ୍ରବ୍ଯ କ୍ରୟ, ଦୂର ସ୍ଥାକୁ ଯାତ୍ରା କରିବେ ।

କୁମ୍ଭ ରାଶି : ଆପଣଙ୍କ ପାଇଁ ଚତୁର୍ଥ ଓ ନବମ ଭାବର ସ୍ଵାମୀ ଚତୁର୍ଥରେ ଅଛନ୍ତି ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ ।

ମୀନ ରାଶି : ଆପଣଙ୍କ ପାଇଁ ତୃତୀୟ ଓ ଅଷ୍ଟମ ଭାବର ସ୍ଵାମୀ ତୃତୀୟରେ ଅଛନ୍ତି ତେଣୁ ଭାତୃ ବିବାଦ, ଶତ୍ରୁ ସୃଷ୍ଟିର ଯୋଗ ରହିଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *