ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହି ୮ ଟି ଜିନିଷ ସମସ୍ତ ମନସ୍କାମନା ପୂରା ହେବ

ସପ୍ତାହର ସାତ ଦିନ ମଧ୍ୟରୁ ଗୁରୁବାର ଦିନ ଟି ହେଉଛି ମା ଲଷ୍ମୀଙ୍କ ପ୍ରିୟ ବାର । ଏପରି କୁହାଯାଏ କି ମା ଲଷ୍ମୀଙ୍କ ର ପୂଜା କରିବା ପାଇଁ ଏହି ଦିନଟି ବହୁତ ଭଲ ଅଟେ । ଏହିଦିନ ଵିଶେଷ ଭାବେ ମା ଲଷ୍ମୀଙ୍କ ପୂଜା ଅର୍ଚ୍ଚନା କଲେ ବିଶେଷ ଫଳ ଓ ଆର୍ଶୀବାଦ ମିଳିଥାଏ । ଗୁରୁବାର ଦିନ ଯଦି ମା ଲଷ୍ମୀଙ୍କ ର ପୂଜା ଅର୍ଚ୍ଚନା କରାଯାଏ । ତେବେ ମା ଲଷ୍ମୀଙ୍କ କୃପା ମିଳିଥାଏ ।

ଘରେ ଅର୍ଥ ସମସ୍ୟା ଦୂର ହୋଇଥାଏ । ଶାନ୍ତି ବଜାୟ ରହିଥାଏ । ମା ଲଷ୍ମୀଙ୍କୁ ଧନ ର ଦେବୀ କୁହାଯାଏ । ତେଣୁ ଯଦି ଆପଣ ଧନ ଅର୍ଜନ କରିବାକୁ ଚାହୁଁଛନ୍ତି ତେବେ ଆପଣଂକୁ ମା ଲଷ୍ମୀଙ୍କ ଆର୍ଶୀବାଦ ମିଳିବା ଅତ୍ୟନ୍ତ ଆବଶ୍ୟକ । ତେବେ ମା ଲଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଟିକେ କଷ୍ଟକର ହୋଇଥାଏ । ତେବେ ଗୁରୁବାର ଦିନ କିଛି ନିୟମ ମାନି ଚଳିଲେ ଆପଣଂକ ର ଜୀବନ ସୁଖମୟ ହୋଇଥାଏ ।

 

ତେବେ କଦଳୀ ଗଛ କୁ ବହୁତ ଶୁଭ ମଣାଯାଏ । ଏହାର ପ୍ରତେକ ଟି ଅଂଶ କାର୍ଯ୍ୟ ରେ ଆସିଥାଏ । ପୂଜାରେ ମଧ୍ୟ ଆସିଥାଏ । ଏହାର ଫଳ, ପତ୍ର, ଆଦି ପୂଜା ରେ କାର୍ଯ୍ୟ ରେ ଆସିଥାଏ । ତେବେ ପ୍ରତେକ ପୂଜା ରେ କଦଳୀ ଗଛ ମଧ୍ୟ ଆସିଥାଏ । ତେବେ ଗୁରୁବାର ଦିନ କଦଳୀ ଗଛର ମୂଳରେ କିଛି ଜିନିଷ ଦେବା ଦ୍ୱାରା ଏହାର ଆପଣଙ୍କ ଜୀବନରେ ବହୁତ ଭଲ ପ୍ରଭାବ ପଡିଥାଏ ।

ଯଦି ଆପଣ ଗୁରୁବାର ଦିନ କଦଳୀ ଗଛରେ ହଳଦୀ ପାଣି ଦେବେ ତେବେ ଆପଣଙ୍କ ର ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହୋଇଥାଏ ଓ ଭାଗ୍ୟର ଉନ୍ନତି ହୋଇଥାଏ । ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଵତୁରା ହୋଇଥିବା କିଛି ବୁଟ ଓ ଗୁଡ଼ ଦେବେ ତେବେ ଆପଣଙ୍କ ଜୀବନରେ କଳହ ଓ ଅଶାନ୍ତି ଦୂର ହୋଇଥାଏ । ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଗୋଟା ହଳଦୀ ଖଣ୍ଡ ଦେବେ ତେବେ ଆପଣଙ୍କ ଜୀବନ ର ସବୁ ସମସ୍ୟା ଦୂର ହୋଇଯିବ ।

ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ମିଶ୍ରି ପାଣି ଅର୍ପଣ କରିବା ଦ୍ୱାରା ତେବେ ଆପଣ ଆରମ୍ଭ କରୁଥିବା କିଛି ନୂଆ କାର୍ଯ୍ୟ ସଫଳ ହୋଇଥାଏ ଓ ଅଟକି ଥିବା କାର୍ଯ୍ୟ ମଧ୍ୟ ସଫଳ ହୋଇଥାଏ । ଯେଉଁ ବ୍ୟକ୍ତି ମାନେ ଧନୀ ହେବାକୁ ଚାହୁଁଛନ୍ତି ତେବେ ସେମାନେ ଗୁରୁବାର ଦିନ କଦଳୀ ଗଛ ମୂଳରେ ୧ ଟଙ୍କା ପୋତି ଦିଅନ୍ତୁ ଏହା କରିବା ଦ୍ୱାରା ମା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଯଦି ଆପଣଙ୍କ ବିବାହ ଜୀବନରେ ସମସ୍ୟା ଦେଖାଯାଇଥାଏ ବା ଆପଣଙ୍କ ବିବାହ ହେଇପାରୁ ନ ଥାଏ ତେବେ ଆପଣ ଗୁରୁବାର ଦିନ କଦଳୀ ମୂଳରେ ୨ ଖଣ୍ଡ ଗୋଟା ହଳଦୀ ଅର୍ପଣ କରନ୍ତୁ । ଏହା ଦ୍ୱାରା ବିବାହ ଦୋଷ ଦୂର ହୋଇଥାଏ । ଆପଣ ଗାଧୋଇ ସାରି ପ୍ରତେକ ଗୁରୁବାର ଦିନ କଦଳୀ ଗଛ ମୂଳରେ ପାଣି ଦେଲେ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ । ପ୍ରତେକ ଗୁରୁବାର ଦିନ କଦଳି ଗଛ ମୂଳରେ ଚନ୍ଦନର ଘୋରା ବା ହଳଦୀର ଘୋରା ଦେବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ବଜାୟ ରହିଥାଏ ।

Leave a Reply

Your email address will not be published. Required fields are marked *