ସ୍ତ୍ରୀ ର ଏହି ୪ ଟି ଅଙ୍ଗରେ ଥିଲେ କଳା ଜାଇ ସ୍ୱାମୀ ଓ ପରିବାର ହୋଇଥାନ୍ତି ଧନୀ || Ajira Anuchinta

ସମୁଦ୍ରଶାସ୍ତ୍ର ଅନୁସାରେ ଭାଗ୍ୟଶାଳି ନାରୀମାନଙ୍କ ଲକ୍ଷଣ ସାଧାରଣ ନାରୀମାନଙ୍କ ଠାରୁ ଅଲଗା ହୋଇଥାଏ । ପ୍ରାଚୀନ ସମୁଦ୍ର ଶାସ୍ତ୍ର ଅନୁସାରେ କିଛି ନାରୀ ମାନେ ଜନ୍ମ ରୁ ବହୁତ ଭାଗ୍ୟବାନ ହୋଇଥାନ୍ତି । ସେମାନେ ନିଜ ଭାଗ୍ୟ ସହିତ ଜନ୍ମ ହୋଇଥାନ୍ତି ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ଶରୀରରେ ଏପରି କିଛି ଚିହ୍ନ ରହିଥାଏ ଯାହା ତାଙ୍କ ସ୍ଵାମୀ ଓ ତାଙ୍କ ପରିବାରର ଭାଗ୍ୟ ଓ ଜୀବନଶୈଳୀ ବିଷୟରେ ଦର୍ଶାଇଥାଏ । ସେହିପରି ଭାବରେ ନାରୀମାନଙ୍କ ର କୌଣସି ନା କୌଣସି ଅଙ୍ଗରେ କଳାଜାଇ ରହିଥାଏ ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ କଳାଜାଇ କୁ ନେଇ ଅନେକ କଥା କୁହା ଯାଇ ଅଛି । ତେବେ ସେହି ପରି ଭାବରେ ନାରୀମାନଙ୍କ ର ଶରୀରରେ କେଉଁ କେଉଁ ସ୍ଥାନରେ କଳାଜାଇ ରହିବା ଦ୍ଵାରା ତାଙ୍କ ସ୍ଵାମୀ ଓ ପରିବାର ପାଇଁ ଲାଭ ଦାୟକ ହୋଇଥାଏ ।

ଆଜି ଆମେ ତାହା ସମ୍ଭନ୍ଧ ରେ ଆଜି ଆମେ ଜାଣିବା । ପ୍ରଥମ ସ୍ଥାନ ଯେଉଁ ନାରୀମାନଙ୍କର ପାଦରେ କଳାଜାଇ ରହିଥାଏ ସେମାନେ ବହୁତ ବୁଦ୍ଧିମାନ ଅଟନ୍ତି । ଏମାନେ ସର୍ବଦା ନିଜ ସ୍ଵାମୀ ଓ ପରିବାରର ମଙ୍ଗଲ କାମନା କରିଥାନ୍ତି । ଏହି ନାରୀମାନେ ବହୁତ କମ ଖର୍ଚ ରେ ଘର ଚଳାଇ ନିଅନ୍ତି ଓ ବହୁତ କମ ପଇସା ରେ ମଧ୍ୟ ନିଜ ପରିବାର ଲୋକଙ୍କୁ ହସ ଖୁସି ରେ ରଖିଥାନ୍ତି । ଏମାନଙ୍କ ସ୍ଵାମୀ ମାନେ ବହୁତ ଧନୀ ହୋଇଥାନ୍ତି ।

ଏହି ନାରୀମାନେ ଅସହାୟ ଲୋକଙ୍କ ସାହାର୍ଯ୍ୟ କରିବାକୁ ବହୁତ ଭଲ ପାଆନ୍ତି । ଦ୍ଵିତୀୟ ସ୍ଥାନ ଯେଉଁ ନାରୀମାନଙ୍କ ନାଭିରେ ବା ନାଭି ର ତଳେ ବା ସେଥିର କୌଣସି ଆଖ ପାଖ ସ୍ଥାନ ରେ କଳାଜାଇ ରହିଥାଏ ତେବେ ସେମାନେ ନିଜ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନେ ଯେଉଁ ଘରେ ପାଦ ରଖନ୍ତି ସେହିଘରେ ମାତା ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷା ହୋଇଥାଏ ।

ତୃତୀୟ ସ୍ଥାନ ଟି ହେଉଛି ଯେଉଁ ନାରୀମାନଙ୍କ ର ନାକର ଉପରି ଭାଗରେ କଳାଜାଇ ରହିଥାଏ ସେହି ନାରୀ ମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘରେ ଧନ ର ବର୍ଷା ହୋଇଥାଏ ଏହି ନାରୀମାନଙ୍କ ର ସଞ୍ଚୟ କରିବା ଲକ୍ଷଣ ଥିବାରୁ ଏମାନଙ୍କ ସ୍ଵାମୀ ଓ ପରିବାର ଲୋକ ଙ୍କୁ କେବେବି ଭବିଷ୍ୟତ ରେ ପଇସା ଜନିତ ସମସ୍ଯା ଆସିନଥାଏ । ଚତୁର୍ଥ ସ୍ଥାନ ହେଉଛି କପାଳ ର ମଧ୍ୟ ଭାଗ ।

ଯେଉଁ ନାରୀ ମାନଙ୍କର କପାଳ ର ମଧ୍ୟ ଭାଗରେ କଳାଜାଇ ରହିଥାଏ ସେମାନେ ବହୁତ ଭାଗ୍ୟବତି ଓ ଧନବାନ ହୋଇଥାନ୍ତି , ଏହା ଛଡା ସେମାନେ ଯେଉଁ ଘରକୁ ବିବାହ କରିଯାଇଥାନ୍ତି ସେହି ଘର ପାଇଁ ଏମାନେ ବହୁତ ଲକ୍ଷ୍ମୀବନ୍ତ ଅଟନ୍ତି । ଏମାନଙ୍କ ସ୍ଵାମୀ ମାନେ ମଧ୍ୟ ଏମାନଙ୍କୁ ବିବାହ କରିବା ପରେ ବହୁତ ଜଲ୍ଦି ଧନବାନ ହୋଇଥାନ୍ତି । ଏମାନଙ୍କ ସ୍ଵାମୀ ମାନଙ୍କର ବ୍ୟବସାୟ ରେ ହେଉଥିବା ଉନ୍ନତି ମଧ୍ୟ ଏମାନଙ୍କ କାରଣରୁ ହୋଇଥାଏ । ଏମାନେ ନିଜ ସ୍ଵାମୀ ଓ ପାରିବା ପାଇଁ ବହୁତ ଭାଗ୍ୟବାନ ହୋଇଥାନ୍ତି । ତେଣୁ ଯେଉଁ ନାରୀ ମାନଙ୍କ ର ଶରୀରର ଏହି ସବୁ ସ୍ଥାନରେ କଳାଜାଇ ରହିଥାଏ ସେହିମାନେ ବହୁତ ଭାଗ୍ୟବାନ ଅଟନ୍ତି ।

Leave a Reply

Your email address will not be published. Required fields are marked *