ଯେବେ ସ୍ଵୟଂ ହନୁମାନ ବିପଜ୍ଜନକ କାର ଦୁର୍ଘଟଣାରୁ ବଞ୍ଚାଇଲେ ନିଜ ଭକ୍ତଙ୍କ ଜୀବନ, ତା ପରେ ଯାହା ହେଲା ସମସ୍ତ ରହିଗଲେ ଚକିତ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସତ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରଭୁ ହନୁମାନ ନିଜ ଭକ୍ତକୁ ରକ୍ଷା କରିବା ପାଇଁ ପୃଥିବୀ ପୃଷ୍ଠକୁ ଓଲହାଇ ଆସିଥିଲେ । ଏହି ଘଟଣା ଟି ବିହାରରେ ରହୁଥିବା ପାୟଲ ଗୁପ୍ତାଙ୍କର ଅଟେ । ସେ ପିଲାଦିନୁ ଭଗବାନ ହନୁମାନ ଓ ଶିବଙ୍କର ଭକ୍ତ ଅଟନ୍ତି ।

ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ପ୍ରଭୁ ବଜାରଙ୍ଗୀବାଲିଙ୍କର ପୂଜା କରିବା ମନା ଥିଲେ ମଧ୍ୟ ପାୟଲ ତାଙ୍କର ଶ୍ରଦ୍ଧାର ସହ ପୂଜା କରୁଥିଲେ । ଠାରେ ପାୟଲ ୨୧ ଦିନ ହନୁମାନ ଚାଳିଶା ପାଠ କରିବା ପାଇଁ ସଂକଳ୍ପ ନେବା ପରେ ଏହାର ଆରମ୍ଭ କରିଥିଲେ ।

୨୦୧୪ରେ ପାୟଲଙ୍କର ମ୍ୟାରେଜ ପରେ ସେ ନିଜ ସ୍ବାମୀଙ୍କ ସହ ଆମେରିକାରେ ସିଫ୍ଟ ହୋଇଗଲେ । ଅନେକ ପୂଜା ପାଠ କରିବାରେ ପାୟଲଙ୍କର ଗୋଟେ ସନ୍ତାନ ହେଲା । ଥରେ ପାଯଲ ହନୁମାନ ଚାଳିଶା ପାଠ କରିବା ସମୟରେ ତାଙ୍କ ସନ୍ତାନ କବାଟ ଖୋଲି କୁଆଡେ ପଳାଇ ଥିଲା । ଯେତେବେଳେ ପାଯଲ ଆଖି ଖୋଲିଲେ ନିଜ ଛୁଆକୁ ଦେଖିବାକୁ ନ ପାଇ ବ୍ୟସ୍ତ ବିବ୍ରତ ହୋଇ ପଡିଲେ ।

ଏହା ପରେ ପାୟଲ ନିଜ ଘରର ମୁଖ୍ୟ କବାଟ ଖୋଲା ଥିବାର ଦେଖି ବାହାରକୁ ଯାଇଥିଲେ । ବାହାରକୁ ଯାଇ ଦେଖିବାକୁ ପାଇଲେ ତାଙ୍କ ଛୁଆ କୁ ଜଣେ ଆମେରିକା ମହିଳା କୋଳରେ ଧରି ଠିଆ ହୋଇଛନ୍ତି । ଏହା ପରେ ପାୟଲ ସେହି ମହିଳାଙ୍କ ପାଖକୁ ଆସି ପଚାରିଲେ ଯେ ପିଲା କେମିତି ଏଠାକୁ ଆସିଲା । ଉତ୍ତର ରେ ମହିଳା କହିଥିଲେ ଯେ ସେ ଗାଡି ଚଳାଇ ଆସୁଥିବା ସମୟରେ ପିଲାଟି ରାସ୍ତାରେ ଯାଉଥିଲା ।

ମହିଳା ଜଣକ ଅନେକ ଚେଷ୍ଟା କରିବା ପରେ ଗାଡିର ବ୍ରେକ ମାରି ଗାଡି ଅଟକାଇ ପିଲାଟିକୁ ଧରିଛନ୍ତି । ଏ କଥା ଶୁଣିବା ପରେ ପାୟଲ ଆଖିରେ ଲୁହ ଚାଲି ଆସିଲା । ଏ ଘଟଣା ରୁ ପାୟଲ ଏହା ବୁଝିଲେ ଯେ ଏହା କେବଳ ପ୍ରଭୁ ହନୁମାନଙ୍କର ଚମତ୍କାର ଅଟେ । ଆଜି ଯଦି ତାଙ୍କ ଛୁଆ ବଞ୍ଚି ପାରିଛି ତାହା କେବଳ ତାଙ୍କର ହନୁମାନ ଚାଳିଶା ପାଠ କରିବା ପାଇଁ ଯାହାକୁ ସେ ନୀତିଦିନ କରି ଆସୁଥିଲେ ।

ପ୍ରଭୁ ହନୁମାନଙ୍କ କୃପା ରୁ ପାୟଲଙ୍କର ଛୁଆ ବଞ୍ଚି ପାରି ଥିବାରୁ ସେ ଆଜି ବି ହନୁମାନ ଚାଳିଶା ନୀତିଦିନ ପାଠ କରୁଛନ୍ତି । ଏହା ଛଡା ନିଜର କର୍ତ୍ତବ୍ୟ ପୁରା କରୁଛନ୍ତି ଓ କୌଣସି ଅବହେଳା କରୁ ନାହାନ୍ତି । ସେହି ଦିନରୁ ପାୟଲଙ୍କର ପ୍ରଭୁ ହନୁମାନଙ୍କ ଉପରେ ଅତୁଟ ବିଶ୍ଵାସ ଆସିବାକୁ ଲାଗିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *