ହାଇକୋର୍ଟଙ୍କ ବଡ ରାଏ, ପିଲା ପାଇଁ ନିଜ କ୍ୟାରିୟରକୁ ବଳି ଦେଇପାରିବେନି ମା’…. ଦେଖନ୍ତୁ ସମ୍ପୂର୍ଣ୍ଣ ଘଟଣା କଣ

ବନ୍ଧୁଗଣ କର୍ମଜୀବି ମହିଳାଙ୍କ ପାଇଁ ବମ୍ବେ ହାଇକୋର୍ଟ ଶୁଣାଇଲେ ଗୁରୁତ୍ଵପୂର୍ଣ୍ଣ ରାଏ । ଯାହା ଦେଶର କର୍ମଜୀବି ମହିଳାଙ୍କୁ ଆଶ୍ଵସ୍ତ କରିପାରିଛି । ପିଲା ଓ ଚାକିରି ମଧ୍ୟରେ ବୁଝାମଣା କରିବାକୁ ଜଣେ ମହିଳାଙ୍କୁ କେହି ବାଧ୍ୟ କରିପାରିବେ ନାହି । କ୍ଯାରିୟର ଓ ପିଲା ମଧ୍ୟରେ ଜଣଙ୍କୁ ବାଛିବାକୁ ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହି ବୋଲି ରାଏ ଶୁଣାଇଛନ୍ତି ବମ୍ବେ ହାଇକୋରୀ । ଏକ ମାମଲାର ଶୁଣାଣୀ କରିବା ସମୟରେ ଏହି ରାଏ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ମହିଳାଙ୍କ ରାଏ ତାଙ୍କ ବିପକ୍ଷରେ ଯାଇଥିବାରୁ ସେ ହାଇକୋର୍ଟରେ ଚ୍ଯାଲେଞ୍ଜ କରିଥିଲେ ।

ସୂଚନା ଅନୁଯାୟୀ ମହାରାଷ୍ଟ୍ର ଜନେକା ମହିଳା ପ୍ରଥମେ ପୁନେରେ ଚାକିରି କରିଥିଲେ । ସେ ଜଣେ ଇଞ୍ଜିନିୟର କିନ୍ତୁ ପରବର୍ତ୍ତୀ ସମୟରେ ପୋଲାଣ୍ଡରେ ଉଚ୍ଚ ପଦବୀରେ ନିଯୁକ୍ତି ପାଇଁ ଅର୍ଡର ଆସିଥିଲା । ହେଲେ ତାଙ୍କ ସହ ଜନ୍ମରୁ ରହିଥିବା ୯ ବର୍ଷର ଝିଅଙ୍କୁ ନେଇ ଆରମ୍ଭ ହୋଇଥିଲା ବିବାଦ । ସ୍ଵାମୀ ମହାରାଷ୍ଟ୍ରରେ ରହୁଥିବା ବେଳେ ସ୍ତ୍ରୀଙ୍କର ପୋଲାଣ୍ଡ ଗସ୍ତକୁ ବିରୋଧ କରିଥିଲେ ।

ଫଳରେ ପୁନେ ଫ୍ୟାମିଲି କୋର୍ଟରେ ସ୍ବାମୀଙ୍କ ଠାରୁ ଛାଡପତ୍ର ଆବେଦନ କରିଥିଲେ ସ୍ତ୍ରୀ । ହେଲେ କୋର୍ଟଙ୍କ ରାଏ ସ୍ବାମୀଙ୍କ ସପକ୍ଷରେ ଯାଇଥିଲା । ମହିଳା ଝିଅ ସହ ଅନ୍ୟ ଦେଶକୁ ଯାଇପାରିବେ ନାହି କି ସ୍ତ୍ରୀ ସ୍ବାମୀଙ୍କ ଅନୁମତି ବିନା ଝିଅର ସ୍କୁଲ ବଦଳାଇପାରିବ ନାହି ବୋଲି ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଭଳି ରାଏକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଜଣେମହିଳା ।

ସ୍ବାମୀଙ୍କ ଓକିଲ ଅଜବ ଯୁକ୍ତି ଦର୍ଶାଇ କୋର୍ଟଙ୍କ ନିଷ୍ପତିକୁ ନିଜ ଆଡକୁ କରିବାକୁ ଚାହୁଁଥିବା ବେଳେ ଏହା କାମ ଦେଇ ନ ଥିଲା । ବ୍ୟକ୍ତି ଜଣକ ଋଷ ଓ ୟୁକ୍ରେନ ଯୁଦ୍ଧକୁ ମୁଖ୍ୟ କାରଣ ଦର୍ଶାଇଥିଲା । ଯେ ହେତୁ ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିଲା ତେଣୁ ପୋଲାଣ୍ଡରେ ସ୍ଥିତି ଭଲ ନାହି । ତେଣୁ ସେଠାକୁ ଗଲେ ସେ ଆଉ ଝିଅକୁ ଦେଖିପାରିବେ ନାହି ବୋଲି କହିଥିଲେ ।

କିନ୍ତୁ ହାଇକୋର୍ଟ ଏହି ଯୁକ୍ତିକୁ ଖଣ୍ଡନ କରି ସ୍ତ୍ରୀଙ୍କର କ୍ଯାରିୟରକୁ ଗୁରୁତ୍ଵ ଦେଇଥିଲେ । ଝିଅ ଏବେ ଛୋଟ ଅଛି ତେଣୁ ମା ପାଖରେ ରହି ଯେ କୌଣସି ସ୍ଥିତିରେ ଖାପ ଖୁଆଇପାରିବ ବୋଲି କୋର୍ଟ ରାଏ ଦେଇଥିଲେ । ତା ଛଡା ଝିଅର ଲାଳନପାଳନ କରିବାରେ ମା ଆଜି ଯାଏଁ ଅଭାବ କରି ନାହାନ୍ତି । ଏଣୁ ଝିଅ ସହ ପୋଲାଣ୍ଡରେ ଚାକିରିରେ ଯୋଗ ଦେବାକୁ ମହିଳାଙ୍କୁ ଅନୁମତି ଦେଇଛି କୋର୍ଟ ।

ମହିଳାଙ୍କ ସ୍ଵାମୀଙ୍କ ପ୍ରତି ମଧ୍ୟ ଉଚିତ ବିଚାର କରିଛନ୍ତି କୋର୍ଟ । ଝିଅକୁ ବାପାଙ୍କ ସହ ଦେଖା କରିବାକୁ କେହି ରୋକିପାରିବେ ନାହି । ଯେତେବେଳେ ସ୍ତ୍ରୀଙ୍କୁ କାମରୁ ଅବସର ମିଳିବ ସେତେବେଳେ ସେ ଭାରତ ଆସି ସ୍ଵାମୀଙ୍କ ପାଖକୁ ଆସିବେ । ଫଳରେ ଝିଅ ବାପାଙ୍କ ସହ ସମୟ ବ୍ଯତୀତ କରିବା ସହ ସମ୍ପର୍କ ଗଭୀର ହୋଇପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟର ଏହି ରାଏ ପରେ ସସମ୍ମାନରେ ଗ୍ରହଣ କରିଛନ୍ତି ଉଭୟ ଦମ୍ପତି । ବନ୍ଧୁଗଣ ଆପଣଙ୍କର ଏହି ମାମଲା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *