ହଠାତ ବ୍ରିଜ୍ ଉପରୁ ବଢ଼ି ପାଣିକୁ ଡେଇଁ ପଡ଼ିଲେ, ଦେଖୁ ଦେଖୁ ପାଣି ସୁଅରେ ଭାସି ଚାଲିଗଲେ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ସାରା ରାଜ୍ଯରେ ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖା ଯାଇଛି । ଯାହା କାରଣରୁ ସବୁ ନଦୀ ପାଖରେ ବନ୍ୟା ପାଣି ଦେଖିବାକୁ ଲୋକ ମାନଙ୍କର ଗହଳି ଯମୁଛି । ଏହାରି ମଧ୍ୟରେ ଅନେକ ଘଟଣା ସାମନା କୁ ଆସିବାରେ ଲାଗିଛି । ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୁଣ୍ଡଳୀ ବ୍ରିଜ ପାଖରେ । ବ୍ରିଜ ଉପରେ ଗାଡି ରଖି ଷ୍ଟାଣ୍ଡ ମାରିଲେ । ହେଲେ ଟା ପରେ ପକେଟ ରୁ ମୋବାଇଲ ଆଉ ପର୍ସ ବାହାର କରି ଗାଡି ଉପରେ ରଖିଲେ । ଆଉ ହଠାତ ବ୍ରିଜ ଉପରୁ ବଢି ପାଣିକୁ ଡେଇଁ ପଡିଲେ ।

ଚାହୁଁ ଚାହୁଁ ବନ୍ୟା ପାଣି ର ପ୍ରଖର ସୁଅ ରେ କୁଆଡେ ଭାସି ପଳାଇଲେ ଯୁବକ ଜଣକ । ଏମିତି ଏକ ଅଭାବବୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମୁଣ୍ଡଳୀ ବ୍ରିଜ ଉପରେ । ଆଜି ସକାଳୁ ଏଭଳି ଆଶ୍ଚର୍ଯ୍ୟ ଜଣକ ଘଟଣା ଦେଖିବାକୁ ମିଳିଛି । ନଗତ ନଗତ ଏବେ ବନ୍ୟା ସ୍ଥିତି ରେ ସୁଧାର ଆସିବ । କିନ୍ତୁ ମୁଣ୍ଡଳୀ ରେ ଅକାତ କାଟ ପାଣି । ବନ୍ୟା କମିଥିଲେ ବି ପାଣିର ସୁଅ କମି ନାହି ।

ପାଣି ଦେଖିବା ଲାଗି ମୁଣ୍ଡଳୀ ବ୍ରିଜ ଉପରେ ସବୁବେଳେ ଭିଡ ଯମୁଛି ଲୋକ ମାନଙ୍କର । ଲୋକେ ସେମାନଙ୍କର ଗାଡିକୁ ସାଇଡ ରେ ଲଗାଇ ବନ୍ୟା ପାଣି ଦେଖିଥାନ୍ତି । କିନ୍ତୁ ଆଜି ଜଣେ ଯୁବକ ବ୍ରିଜ ଉପରେ ନିଜ ଗାଡି ରଖିବା ପରେ ତାଙ୍କ ପକେଟ ରୁ ମୋବାଇଲ ଓ ପର୍ସ ବାହାର କରି ଗାଡି ଉପରେ ରଖିଥିଲେ । ଆଉ ଦେଖୁ ଦେଖୁ ପାଣି ଭିତରକୁ ଡେଇଁ ପଡିଥିଲେ ।

ଲୋକେ ତାଙ୍କୁ ଅଟକାଇ ଚାହିଁଥିଲେ ବି ସେ କାହା କଥା ଶୁଣି ନ ଥିଲେ । ଆଉ ଦେଖୁ ଦେଖୁ ଯୁବକ ପାଣି ଭିତରେ ଭାସିଗଲେ । ଯୁବକ ଜଣକ ହେଉଛନ୍ତି ଭୁବନେଶ୍ଵର ଶୈଳୀ ଶିବ ବିହାରର ଅଞ୍ଚଳ ର ବିଶ୍ଵଦେବ ଦାସ । ତାଙ୍କ ନିଜ ଘର ହେଉଛି ଖୋର୍ଦ୍ଧା ତୁରିନ୍ତିରା ରେ । ସେ ବନ୍ୟା ପାଣିକୁ ଡେଇଁବା ସମୟରେ ନିଶା ରେ ଚୁର ଥିବାର ଲୋକେ କହିଛନ୍ତି ।

ବ୍ରିଜ ଉପରେ ଓଲଟା ବସିବା ପରେ ପାଣି ଭିତରକୁ ଡେଇଁ ପଶିଥିଲେ । ଏହି ଖବର ପ୍ରଚାର ହେବା ପରେ ଅଗ୍ନିସମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ଯୁବକ ଙ୍କୁ ଖୋଜିବାରେ ଲାଗିଛି । ହେଲେ ଏ ଯାଏଁ ତାଙ୍କର କୌଣସି ସନ୍ଧାନ ମିଳି ନାହି । ତେବେ ସେ ନିଶା ରେ ଥିବା କାରଣରୁ ପାଣିରେ ଗଳି ପଡିଛନ୍ତି ନା ଅନ୍ୟ କୌଣସି କାରଣ ଥାଇପାରେ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *