ଲକ୍ଷ ଲକ୍ଷ ଟଙ୍କା ଦେଇ ରାନୁମଣ୍ଡଲଙ୍କୁ ବଲିଉଡରେ ଗାଇବାକୁ ପ୍ରଥମ ସୁଯୋଗ ଦେଇଥିବା ହିମେଶ ରେଶମିଆଙ୍କ ସମ୍ପତ୍ତି କେତେ ଜାଣନ୍ତୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବର୍ତ୍ତମାନର ଇନ୍ଟରନେଟ ଭାଇରାଲ ହେଉଥିବା ନାମ ରାନୁ ମଣ୍ଡଲ ଙ୍କୁ ଏବେ ବଲୀଉଡ ରେ ପ୍ରଥମ ଗୀତ ଗାଇବାର ସୁଯୋଗ ମିଳିଛି । ଏହାକୁ ଦେଖି ସାରା ଦେଶରେ ଏବେ ଚର୍ଚ୍ଚା ଚାଲିଛି । ତେବେ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିବା ହିମେଶ ମଧ୍ୟ ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କର ଏହି ଦୟାବାନ ହୃଦୟ ପାଇଁ ଖୁବ ପରିଚିତ । ହିମେଶ ବଲୀଉଡ ରେ ଏକ ଭଲ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଖୁବ ଜଣାଶୁଣା । ସେ କେବଳ ସଙ୍ଗୀତ ନିର୍ଦେଶନା ନୁହେଁ ବରଂ ଚଳଚିତ୍ର ନିର୍ଦେଶନା ଠୁ ଆରମ୍ଭ କରି ପ୍ରଯୋଜନା ମଧ୍ୟ ଅକରିଛନ୍ତି ।

ତାଙ୍କର କ୍ଯାରିୟର ବିଶେଷ ସଫଳ ନଥିଲେ ବି ସେ ବଲୀଉଡ ରେ ନିଜର ସ୍ଥାନ ବଜାୟ ରଖିଛନ୍ତି  । ହିମେଶ ରାନୁଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ହ୍ୟାପୀ ହାର୍ଡି ଏଣ୍ଡ ହୀର’ ଫିଲ୍ମର ଏକ ଗୀତ ତେରିମେରି କାହାନୀ ଗାଇବା ଲାଗି ୬ଲକ୍ଷ ଟଙ୍କା ପାରିଶ୍ରମିକ ଦେଇଛନ୍ତି । ତେବେ ୪୫ ବର୍ଷ ବୟସ୍କ ହିମେଶ ମୁମ୍ବାଇରେ ହୋଇଥିଲେ । ତାଙ୍କର ବାପା ଜଣେ ସଂଗୀତକାର ଅଟନ୍ତି । ତେବେ ତାଙ୍କ ବାପଙ୍କର ସ୍ଵପ୍ନ ପୁରା କରିବା ପାଇଁ ସେ ଏହି ଫିଲ୍ମ ଜଗତକୁ ଆସିଥିଲେ ।

ସଲମାନଙ୍କ ଫିଲ୍ମ ‘ତେରେ ନାମ’ରେ ବଲିଉଡ ଡେବ୍ୟୁ କରିଥିଲେ ହିମେଶ । ଏହା ପୂର୍ବରୁ ସେ ଏଚଆର ଏଣ୍ଟରପ୍ରାଇଜର୍ସ ନାମକ ଏକ ପ୍ରଡକ୍ସନ ହାଉସରେ ସେ କାମ କରୁଥିଲେ । ହିମେଶଙ୍କ ବର୍ତ୍ତମାନ ସମ୍ପତ୍ତିର ପରିମାଣ ହିସାବ କଲେ ପ୍ରାୟ ୪ ମିଲିୟନ ଡଲାର ହେବ । ସେ ତାଙ୍କ କ୍ୟାରିୟରର ପ୍ରଥମ ରୋଜଗାର ସଙ୍ଗିତ ନିର୍ଦ୍ଦେଶକ ଭାବେ କରିଥିଲେ । ତା ପରେ କିଛି  ଗୀତ ଗାଇ ଓ ଅଭିନୟ କରିଥିଲେ ମଧ୍ୟ ସେଥିରେ ଏତେଟା ସଫଳ ହୋଇପାରିନାହାନ୍ତି । ହେଲେ ବଲିଉଡରେ ତାଙ୍କର ପାରିଶ୍ରମିକ ୧୦ କୋଟି ଟଙ୍କା ରହିଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *