ହୀରାକୁଦ ଡ୍ୟାମ କେମିତି ନିର୍ମାଣ ହୋଇଥିଲା ? ହୀରାକୁଦ ଡ୍ୟାମ କେବେ ନିର୍ମାଣ କରା ଯାଇଥିଲା ? ଜାଣନ୍ତୁ ସଂପୂର୍ଣ୍ଣ ଇତିହାସ ।

ବନ୍ଧୁଗଣ ଆଜି ଆମେ ଜାଣିବା ହୀରାକୁଦ ଡ୍ୟାମ କେମିତି ନିର୍ମାଣ ହୋଇଥିଲା ଓ ହୀରାକୁଦ ଡ୍ୟାମ ର କିଛି ରହସ୍ୟମୟ କଥା ବିଷୟରେ । 1937 ମସିହା ରେ ବଡ ବନ୍ୟା ପରେ ଇଞ୍ଜିନିୟର ଏମ ଭିଶଭିଷେଶ ରାୟ ଚିନ୍ତା କରିଥିଲେ ମହାନଦୀ ରେ ଡ୍ୟାମ ତିଆରି କରିବାକୁ । ସେ ଚିନ୍ତା କରିଲେ କି ପ୍ରତି ବର୍ଷ ମହାନଦୀ ରେ ହେଉଥିବା ବନ୍ୟା କୁ ରୋକିବା ପାଇଁ ଏକ ଡ୍ୟାମ ନିର୍ମାଣ କରିବାକୁ । ସେହି ସମୟରେ ପ୍ରତି ବର୍ଷ ବନ୍ୟା କାରଣରୁ ଅନେକ କ୍ଷୟ କ୍ଷତି ଘଟୁ ଥିଲା ।

ମହାନଦୀ ଆଖପାଖର ଲୋକଙ୍କୁ ହଇରାଣ ହେବାକୁ ପଡିଥାଏ । ଏମ ଭିଷଭିଶେଷ ରାୟ ପ୍ରଥମେ ପ୍ରସ୍ତାବ ରଖିଥିଲେ ମହାନଦୀ ରେ ଡ୍ୟାମ ନିର୍ମାଣ କରିବାକୁ । 1945 ରେ ଯେବେ ବି ଆର ଆମ୍ବେଦକର ଚେୟାରମ୍ୟାନ ଥିଲେ ମହାନଦୀ ରେ ହୀରାକୁଦ ଡ୍ୟାମ ହୋଇ ପାରିବ କି ନାହିଁ ରିସର୍ଚ କରିବାକୁ ଅନୁମତି ଦେଇଥିଲେ । 1946 ମାର୍ଚ୍ଚ 15 ରେ ଓଡିଶାର ଗଭର୍ଣ୍ଣ ସାରା ହାର୍ଦଳ ଲୁଇସ ହୀରାକୁଦ ଡ୍ୟାମ ନିର୍ମାଣ ଭାର ନେଇଥିଲେ ।

ଭାରତର ପ୍ରଥନ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ 12 ଏପ୍ରିଲ 1948 ରେ ହିରାକୁଦ ଡ୍ୟାମ ର ଶୁଭାରମ୍ଭ କରିଥିଲେ । ଡ୍ୟାମ ର ସାଉଣ୍ଡ ଓ ଟେକନିକାଲ ଚେକ ପାଇଁ ଏକ ମଜବୁତ କମିଟି ହୀରାକୁଦ ଡ୍ୟାମ ରେ ଆପାର୍ଟ ମେଣ୍ଟ କରା ଯାଇଥିଲା । ଡ୍ୟାମ ର ମୁଖ୍ୟ ବନ୍ଧା ର ଲମ୍ବା 4.8 କିମି । ହୀରାକୁଦ ଡ୍ୟାମ ଦୁଇ ପାହାଡ କୁ ଜଏଣ୍ଟ କରାଯାଇ ତିଆରି ହୋଇଛି ।

ଗୋଟେ ପଟେ ଲକ୍ଷ୍ମୀ ଟୁବୁରି ଓ ଅନ୍ୟ ପଟେ ଚଣ୍ଡିଳ ଟୁବୁରି । ଓଡିଶାର ସମ୍ବଲପୁର ସହର ଠାରୁ ମାତ୍ର 15 କିମି ଦୂର ରେ ରହିଛି ହିରାକୁଦ ଡ୍ୟାମ । ଏହି ଡ୍ୟାମ ଏସିଆ ର ଲମ୍ବା ଡ୍ୟାମ ଭାବେ ପରିଚିତ । ଏହି ଡ୍ୟାମ ଓଡିଶାର ବୃହତ୍ତମ ଡ୍ୟାମ ଅଟେ । ଏହି ଡ୍ୟାମର ଉଚ୍ଚତା 200 ଫୁଟ । ଏହି ଡ୍ୟାମ ରେ ମୋଟ 98ଟି ଗେଟ ଅଛି । ସେଥିରୁ 64 ଟି ସୁଇସ ଗେଟ ଓ 34 ଟି କ୍ରେଷ୍ଟ ଗେଟ ଅଛି ।

ଏହି ଡ୍ୟାମ ତିଆରି କରିବାର ମୂଳ ଲକ୍ଷ୍ୟ ଥିଲା ବିଜୁଳି ବାହାର କରିବା ଓ ଜଳସେଚନ କରିବା । ପଶ୍ଚିମ ଓଡିଶାର ଚାଷ ଜମି କୁ ଜଳସେଚନ କରିବା ଏହାର ମୂଳ ଲକ୍ଷ୍ୟ ଥିଲା । ଡ୍ୟାମ ର ଜଳସେଚନ ରୁ 1 ଲକ୍ଷ 59 ହଜାର 106 ହେକ୍ଟର ର ଖଋ ଫସଲ ହୋଇଥାଏ । ସେହିପରି 1 ଲକ୍ଷ 8 ହଜାର 385 ହେକ୍ଟର ର ରବି ଫସଲ ହୋଇଥାଏ ।

ଏହି ଡ୍ୟାମ ନିର୍ମିତ ପରେ 15 ହଜାର ଲୋକ ପ୍ରଭାବଇତ ହୋଇଥିଲେ । ଓ ପ୍ରାୟ 2ହଜାର ପରିବାର ବିସ୍ଥାପିତ ହୋଇଥିଲେ । ସେହି ସମୟରେ ହୀରାକୁଦ ଡ୍ୟାମ ତିଆରି ହେବ ପାଇଁ 92.80 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । 1956 ଜୁନ 19ରେ ଡ୍ୟାମ ନିର୍ମିତ ହୋଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *