ହୋଲି ଖେଳିବାକୁ କରୁଛନ୍ତି ପ୍ରସ୍ତୁତି ତାହେଲେ ସାବଧାନ, କୋରୋନା ଭାଇରସ କରିପାରେ ଆକ୍ରମଣ: ଚାଇନୀଜ ବିଶେଷଜ୍ଞ

ହୋଲି ଖେଳିବା ପାଇଁ ପ୍ରସ୍ତୁତି କରୁଥିବା ଲୋକଙ୍କୁ ବହୁତ ଅଧିକ ସାବଧାନ ରହିବାର ଦରକାର ଅଛି । କୋରୋନା ଭାଇରସର ଚାଇନୀଜ ବିଶେଷଜ୍ଞ କହିଛନ୍ତି କି ହୋଲି ପରେ କୋରୋନା ଭାଇରସରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ବଢିଯାଇ ପାରେ । ଆଶଙ୍କା ଅଛି କି ହୋଲି ସମୟରେ କୋରୋନା ଭାଇରସ ଦୃତ ବେଗରେ ବ୍ୟାପିବ । ଏହି ସମୟରେ ତାପମାତ୍ରା କୋରୋନା ଭାଇରସ ପାଇଁ ଉପଯୋଗୀ ଥିଲା ,ଯାହା ୩୦ଡିଗ୍ରୀ ରୁ କମ ଥିଲା । ଯାହାପରେ କୋରୋନା ଭାଇରସ ବହୁତ ଜଲ୍ଦି ବ୍ୟାପିଗଲା ।

ଚାଇନାର ଯେତେ ବି ଲୋକଙ୍କ ସହିତ କଥାବାର୍ତା ହୋଇଛି ସେମାନେ ଏହି କଥା କହିଛନ୍ତି କି ପର୍ବ ପାଳିବା ପାଇଁ ଏକାଠି ହୋଇଥିଲେ ଏବଂ ତାପରେ ଭାଇରସର ଘଟଣା ବଢିଗଲା ।

ଚୀନରେ ଏହିଥର ମାଉସ ଇୟର ଆରମ୍ଭ ହୋଇଛି ଯାହାକୁ ଚାଇନୀଜ ଏଷ୍ତ୍ରୋଲୋଜିରେ ଗୋଲ୍ଡେନ ରେଟ ଇୟର କହନ୍ତି । ଏହି ବର୍ଷ ବି ନୂଆବର୍ଷ ପାଳନ କରିବା ପାଇଁ ଦୁନିଆସାରା ଚାଇନୀଜ ଲୋକ ନିଜ ଘର ଚାଇନା ଫେରିଥିଲେ ।ଚୀନରେ ବର୍ଷର ସବୁଠାରୁ ବଡ ଫ୍ୟାମିଲି ରିୟୁନିୟନ ଚାଇନୀଜ ନିୟୁ ଇୟର ହୋଇଥାଏ । କୋରୋନା ବ୍ୟାପିବା ସମୟରେ ଚାଇନାରେ ହିଁ ରହିଲେ ଏବଂ ପରେ ଭାରତକୁ ଫେରି ଅମିତ ଦେଶମୁଖ କହିଥିଲେ ‘ପର୍ବ ପାଳିବା ପରେ କୋରୋନା ମାମଲା ବଢିବାର ମୁଁ ଦେଖିଛି ।

ଚାଇନୀଜ ଷ୍ଟଡିଜ ଇଣ୍ଡିଆନ ଓବରସିଜର ଡାଇରେକ୍ଟର ପ୍ରସୂନ ଶର୍ମା କହିଛନ୍ତି ‘ଚାଇନାରେ ପର୍ବ ସମୟରେ ଏହିଥର ଯାହାହେଲା ସେଥିରୁ ଭାରତକୁ ଶିଖିବା ଦରକାର’। ହୋଲିରେ ଲୋକମାନେ ଶରୀରର ବହୁତ ପାଖକୁ ଆସିଥାନ୍ତି ଏବଂ ଚେହେରାରେ ରଙ୍ଗ ଲଗାଇବା ପାଇଁ ହାତ ବଢାଇଥାନ୍ତି ,କୋରୋନା ନାକ ଏବଂ ଆଖି ପର୍ଯ୍ୟନ୍ତ ଆସିବାରୁ ବ୍ୟାପୁଚ୍ଛୀ କିନ୍ତୁ ୨ଫିଟ ଦୂର ହୋଇଥାଏ ତାହେଲେ ଏହାର ବ୍ୟାପିବାର ସମ୍ଭାବନା କମ ହୋଇଥାଏ । ଏଥିପାଇଁ ଭାରତୀୟଙ୍କୁ ଏହିଥର ଦୂରରୁ ହୋଲି ପାଳିବା ଦରକାର ବା ଘରେ ବସି ଫୋନରେ ହିଁ ଶୁଭକାମନା ଦେଇଦିଅନ୍ତୁ । ସବୁଠାରୁ ଭଲ ହୋଲି ସେତବେଳେ ହେବ ଯେତବେଳେ ହୋଲି ପାଳିବେ ନାହିଁ ।

ଚାଇନାରେ ସବୁବର୍ଷ ଏକ ପଶୁର ନାମ ହୋଇଥାଏ ,ବାହାର ପଶୁର ଆଧାର ଉପରେ ବର୍ଷ ହୋଇଥାଏ । ମାଉସ ଚାଇନୀଜ ଏଷ୍ତ୍ରୋଲୋଜିର ପ୍ରଥମ ବର୍ଷ ହୋଇଥାଏ । ଏହାପୂର୍ବରୁ ଏହା ୨୦୦୮ରେ ଆସିଥିଲା । ୨୦୧୯ରେ ଯେଉଁ ବର୍ଷ ଯାଇଛି ତାହା ପିଗର ଥିଲା, Golden Rat ଇନ ୟାଙ୍ଗ ଥିୟୋରି ହିସାବରେ ନୂଆ ଆରମ୍ଭ ଚିହ୍ନ ବୋଲି କୁହାଯାଇଥାଏ । ମୂଷା ପ୍ରଜାତିର ବ୍ୟବହାରର ଆଧାରରେ ଅନୁମାନ କରାଯାଇଥାଏ କି ଲୋକଙ୍କ ବର୍ଷ କେମିତି କଟିବ । ଭାରତରେ କେତେକ ଜାଗାରେ ତାପମାତ୍ରା ୩୦ରୁ କମ ଅଛି । ହୋଲିରେ ଏକାଠି ହେଲେ ଏହି ଭାଇରସ ଦୃତଗତିରେ ବ୍ୟାପିବ । WHO କହିଛନ୍ତି କି ଏହାକୁ ରୋକିବା ପାଇଁ ପବ୍ଲିକ ପ୍ଲେସରେ ଲୋକଙ୍କ ଭିଡ ରୋକିବା ଭଲ ଉପାୟ ଅଟେ ।

Leave a Reply

Your email address will not be published. Required fields are marked *