ଏମଏସ ଧୋନୀଙ୍କ ଆଶୀର୍ବାଦ ନବା ପାଇଁ ଫ୍ୟାନ ଧୋନୀଙ୍କ ଗୋଡ ତଳେ ପଡିଗଲେ, ମାହି ଏହା ପରେ କଲେ କିଛି ଏମିତି

ଏମଏସ ଧୋନୀ ଚେନେଇ ରେ ଅଛନ୍ତି ଓ ଆଇପିଏଲ ତିଆରିରେ ଲାଗି ରହିଛନ୍ତି, ଯେତେବେଳେ ଧୋନୀ ଷ୍ଟାଡିୟମ ରେ ପ୍ରବେଶ କଲେ ଫ୍ୟାନ୍ସ ତାଙ୍କ ନା ଡାକିବା ଆରମ୍ଭ କଲେ ଷ୍ଟାଡିୟମ ରେ କେବଳ ଧୋନୀ ଧୋନୀ ଶୁବୁଥିଲା । ଗୋଟେ ଫ୍ୟାନ ସିକ୍ଯୁରୀଟି ଘେରା ଭାଙ୍ଗି ଧୋନୀଙ୍କ ଆଶୀର୍ବାଦ ନବା ପାଇଁ ତାଙ୍କ ପାଖକୁ ପହଞ୍ଚି ଗଲା, ଏହି ଲୋକ ଭିଡିଓ ଭାଇରାଲ ହଉଛି । ଧୋନୀ ତାଙ୍କ ଆଇପିଏଲ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ଷ୍ଟାଡିୟମରେ ଯାଇଥିଲେ ଯେଉଁଠି ସେ ଅନ୍ୟ ଖେଳାଳିମାନଙ୍କ ସହ ନେଟରେ ପ୍ରାକ୍ଟିସ କରୁଥିଲେ ।

ସୋଶିଅଲ ମିଡିଆ ରେ ଧୋନୀଙ୍କ ବହୁତ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ତାଙ୍କ ଛକା ବହୁତ ପ୍ରସିଦ୍ଧ ଅଟେ କିନ୍ତୁ ଏହି ଭିଡିଓ ଅଲଗା ଭିଡିଓ ଠାରୁ ବହୁତ ଅଲଗା ଅଟେ ।

ଭିଡିଓ ରେ ଧୋନୀ ବ୍ୟାଟିଙ୍ଗ ପ୍ରାକ୍ଟିସ କରୁଛନ୍ତି, ସେହି ସମୟରେ ଗୋଟେ ଫ୍ୟାନ ତାଙ୍କ ଆଡକୁ ଧାଇଁ ଆସିଲେ । ସେହି ଫ୍ୟାନ ଧୋନୀ ଗୋଡ ତଳେ ପଡି ଆଶୀର୍ବାଦ ନେଲେ ଏହା ପରେ ଧୋନୀ ତାଙ୍କୁ ଉଠେଇଲେ ଓ ଫିଲ୍ଡ ବାହାରକୁ ଯିବା ପାଇଁ କହିଲେ । ଯାହା ପରେ ସେହି ଫ୍ୟାନ୍ସ ଫେରି ଗଲେ, ଏହା ଆପଣମାନେ ମଧ୍ୟ ଜାଣିଥିବେ ଯେ ଧୋନୀ ନିଜ ଫ୍ୟାନ୍ସ ସହ ସମୟ ବିତେଇବା ପସନ୍ଦ କରନ୍ତି ଓ ସମୟ ପାଇଁ ଫ୍ୟାନ୍ସ ସହ ସେଲଫି ମଧ୍ୟ ନିଅନ୍ତି ଓ ଅଟୋଗ୍ରାଫ ମଧ୍ୟ ଦିଅନ୍ତି । ପ୍ରାକ୍ଟିସ ସେଶନ ପରେ ମଧ୍ୟ ଫେରିଲା ପରେ ଆଗ ଫ୍ୟାନ୍ସମାନଙ୍କ ସହ ଦେଖା କରିଥିଲେ ଓ ଅଟୋଗ୍ରାଫ ମଧ୍ୟ ଦେଇଥିଲେ ।

ଧୋନୀଙ୍କୁ ଫ୍ୟାନ୍ସ ସହ ସମୟ ବିତେଇବା ପସନ୍ଦ, କିଛି ଦିନ ପ୍ରାକ୍ଟିସ କଲା ପରେ ଧୋନୀ ରାଁଚୀ ଫେରି ଯିବେ । କିଛି ଦିନ ପରେ ସେ ନିଜ ଟିମକୁ ଜୋଏନ କରିବେ, ୨୯ ମାର୍ଚ ରେ ଆଇପିଏଲ ପ୍ରଥମ ମ୍ୟାଚ ଚେନେଇ ସୁପର କିଂସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହବ । ଧୋନୀ ଟେଷ୍ଟ ମ୍ୟାଚ ଠାରୁ ସନ୍ୟାସ ନେଇଛନ୍ତି କିନ୍ତୁ ୩୮ ବର୍ଷ ଏହି ବିକେଟକିପର ବଲ୍ଲେବାଜ ସୀମିତ ଓଭର ରେ ଭବିଷୟରେ ଖେଳିବେ ବୋଲି କୁହା ଯାଉଛି ।

Leave a Reply

Your email address will not be published. Required fields are marked *