ଏହି ୫ଟି ଭୁଲ କାରଣରୁ ୱୋର୍ଲ୍ଡ କପ ହାରିଲେ ଭାରତୀୟ ଦଳ, ନିଜେ କ୍ୟାପଟେନ ହରମନପ୍ରୀତ କୌର ବି ହେଉଛନ୍ତି ଦୋଷୀ

୧୨ ବର୍ଷର ଟି ୨୦ ୱାର୍ଲ୍ଡ କପର ଇତିହାସରେ ପ୍ରଥମ ଥର ଭାରତୀୟ ଦଳ ଏହି ଟୁର୍ନାମେଣ୍ଟର ଫାଇନାଲରେ ଜାଗା କରିଥିଲା । ଇଣ୍ଡିଆ ପାଖରେ ପ୍ରଥବ ଖିତାବ ଜିତିବା ପାଇଁ ମୌକା ଥିଲା ,କିନ୍ତୁ ୪ଥର ଚାମ୍ପିୟନ ଦଳ ଅଷ୍ଟ୍ରେଲିଆ ୮୫ରନରେ ବାଜିମାରି ନେଲା ଏବଂ ପଞ୍ଚମ ଟି୨୦ ବିଶ୍ଵକପ ନିଜ ନାମରେ କରିନେଲା । ଏହି ମ୍ୟାଚରେ ଭାରତର ଗୋଟିଏ ନୁହେଁ ବରଂ ୫ଟି ବଡ ଭୁଲ ହୋଇଛି, ଯାହା କାରଣରୁ ଦଳକୁ ହାରିବାକୁ ପଡିଲା । ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ ।

ପ୍ରଥମ ଭୁଲ- ଭାରତୀୟ ବୋଲ୍ଲର ଦେଲେ ରନ

୮୦ ହଜାରରୁ ଅଧିକ ଦର୍ଶକଙ୍କ ମଧ୍ୟରେ ଭାରତୀୟ ଦଳ ଟସ ହରାଇ ଦେଲେ । ଅଷ୍ଟ୍ରେଲିଆ ନିଜ ଦର୍ଶକଙ୍କ ସାମ୍ନାରେ ନିର୍ଦ୍ଧାରିତ ୨୦ ଓଭରରେ ୧୮୪ ରନ କଲେ । ଏହି ସମୟରେ ଭାରତୀୟ ଦଳର ଏକମାତ୍ର ତେଜ ଖେଳାଳି ଶିଖା ପାଣ୍ଡେ ଅଧିକ ବାଡେଇଥିଲେ । ସେ ୪ଓଭରରେ ୫୨ ରନ କରିଥିଲେ, ଯାହା ମହିଳା ଟି୨୦ ୱୋର୍ଲ୍ଡକପ ଇତିହାସରେ ଖେଳାଳିଙ୍କ ଠାରୁ ସବୁଠାରୁ ଅଧିକ ରନ ଥିଲା । ୪ଜଣ ସ୍ପିନ ଖେଳାଳି ମିଶି ୧୬ଓଭରରେ ୧୩୨ରନ ଖର୍ଚ କଲେ ଯାହା ଟିମ ପାଇଁ ହାରିବାର କାରଣ ହେଲା ।

ଦ୍ଵିତୀୟ ଭୁଲ- କ୍ୟାଚ ଛାଡିଲେ, କଙ୍ଗାରୁ ଓପନର୍ସ କଲେ ଧମାଲ

ଭାରତୀୟ ଦଳ ଅଷ୍ଟ୍ରେଲିଆ ଦଳକୁ ସହଜରେ ଆଉଟ କରିବାର ଉଦେଶ୍ୟ ରଖିଥିଲେ ,କିନ୍ତୁ ଆରମ୍ଭରୁ ହିଁ ଭାରତୀୟ ଦଳର ଖେଳାଳିମାନେ ୩ଟି କ୍ୟାଚ ଛାଡିଲେ । ଯାହାର ପରିଣାମ ଦଳକୁ ଭୋଗିବାକୁ ପଡିଲା ଏବଂ କଙ୍ଗାରୁ ଦଳର ଖେଳାଳି ବେଥ ମୁନି ଏବଂ ଏଲିସା ହିଲି ଦଳକୁ ତୋଫାନ ଆରମ୍ଭ ଦେଇଥିଲେ । ସେମାନେ ୧୦୦ରୁ ଅଧିକ ରନ କରିଥିଲେ ।

ତୃତୀୟ ଭୁଲ- ଶେଫାଳିଙ୍କ ଉପରେ ନିର୍ଭର

ଭାରତୀୟ ଦଳର ଖେଳାଳି ଶେଫାଳି ୧୮୫ରନ କରିବାର ଲକ୍ଷ ରଖିଥିଲେ ,କିନ୍ତୁ ସେ ୨ରନ ରନ କରି ଆଉଟ ହୋଇଗଲେ ତ ପୁରା ଦଳ ବିଚଳିତ ହୋଇଗଲା । ଦିତୀୟ ସଲାମୀ ଖେଳାଳି ସୃତି ମନ୍ଧାନା ,ଯେମିମା ରାଡ୍ରିଗ୍ସ ,କ୍ୟାପଟେନ ହରମନପ୍ରିତ କୌର ଏବଂ ତାନିୟା ଭାଟିୟା ଭାର ସମ୍ଭାଳି ପାରିଲେ ନାହିଁ ଏବଂ ଦଳ ୯୯ରନରେ ଅଲ ଆଉଟ ହୋଇଗଲା ।

ଚତୁର୍ଥ ଭୁଲ- କ୍ୟାପଟେନ ହରମନପ୍ରୀତ ଫେଲ

କ୍ୟାପଟେନର କାମ ହେଉଛି ଦଳକୁ ଠିକରେ ନିବୃତ କରିବା ଏବଂ ଠିକ ସମୟରେ ସେ କାମ କରିବେ । ହରମନପ୍ରୀତଙ୍କ କାନ୍ଧ ଉପରେ ଦାୟିତ୍ଵ ଥିଲା କି ସେ ଅଧିକ ରନ କରିବେ କିନ୍ତୁ ସେ ୩୦ରନ କରିଥିଲେ । ଯାହାର ପରିଣାମ ଦଳକୁ ଭୋଗିବାକୁ ପଡିଲା ।

ପଞ୍ଚମ ଭୁଲ- ଚାପରେ ଅଲଗାହେଲା ଭାରତୀୟ ଦଳ

ଫାଇନାଲ ମୁକାବିଲା ପୂର୍ବରୁ ଭାରତୀୟ ଦଳ ବିରୁଦ୍ଧରେ ଅଷ୍ଟ୍ରେଲିଆ ଦଳର ଖେଳାଳି ମିଠାମିଠା ବୟାନ ଦେଇଥିଲେ । ତାଙ୍କ ଦଳର ଖେଳାଳି ମେଗନ ସ୍କଟ କହିଥିଲେ କି ତାଙ୍କୁ ଶେଫାଳି ବର୍ମା ଏବଂ ସୃତି ମନ୍ଧାନଙ୍କ ବିରୁଦ୍ଧରେ ଖେଳିବାକୁ ଡର ଲାଗିଥାଏ । ଯେତବେଳେ ଅଷ୍ଟ୍ରେଲିଆ ଦଳର ଦୃତ ଖେଳାଳି ଓଲ୍ହାଇଲେ ଭାରତର ୪ଟି ୱିକେଟ ପକାଇଦେଲେ । ଶେଷରେ ଅଷ୍ଟ୍ରେଲିଆ ହିଁ ଜିତିଲା ।

Leave a Reply

Your email address will not be published. Required fields are marked *