ହୋଲିର ପାଉଁଶ ଘରର ଏହି ଜାଗାରେ ଚୁପଚାପ ରଖି ଦିଅ, ହେବ ଏତେ ଧନର ବର୍ଷା କି ସମ୍ଭାଳି ପାରିବେନି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ ।

ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ଅନୁସା ରେ ହୋଲି ଦିନ ଯେଉଁ ହୋଲିକା ଦହନ ହୋଇଥାଏ । ତାହାର ପାଉଁଶ କୁ ଆଣି ଘର ର ଏହି ସ୍ଥାନ ରେ ରଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ତେବେ ଆସନ୍ତୁ ଏହି ବିଷୟରେ ଅଧିକ ଜାଣିବା । ବନ୍ଧୁଗଣ ପ୍ରହଲ୍ଲାଦ ଭଗବାନ ବିଷ୍ଣୁ ଙ୍କ ର ବହୁତ ବଡ଼ ଭକ୍ତ ଥିଲେ । କିନ୍ତୁ ତାଙ୍କ ପିତା ହୀରଣ୍ୟକଶ୍ୟପ ଜଣେ ରାକ୍ଷସ ଥିଲେ ।

ତାଙ୍କୁ ଏହା ପସନ୍ଦ ନ ଥିଲା । ତେଣୁ ତାଙ୍କ ପୁତ୍ର କୁ ଏହି ମାର୍ଗ ରୁ ବାହାରକୁ ଆଣିବା ପାଇଁ ସେ ତାଙ୍କ ଭଉଣୀ ହୋଲିକା ର ସାହାଯ୍ୟ ନେଇଥିଲେ । ହୋଲିକା ପ୍ରହଲ୍ଲାଦ ଙ୍କୁ ଧରି ଅଗ୍ନି ରେ ବସିଯାଇଥିଲେ । ହୋଲିକା କୁ ବରଦାନ ହୋଇଥିଲା ଯେ ସେ ଅଗ୍ନି ଦ୍ଵାରା ଜଳି ପାରିବେ ନାହିଁ । ଭଗବାନ ବିଷ୍ଣୁ ଙ୍କ କୃପା ରୁ ପ୍ରହଲ୍ଲାଦ ଙ୍କ ର କିଛି ହୋଇନଥିଲା କିନ୍ତୁ ହୋଲିକା ରାକ୍ଷସୀ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା । ତେଣୁ ପ୍ରତ୍ୟକ ବର୍ଷ ହୋଲି ରେ ହୋଲିକା ଦହନ ଉତ୍ସବ ପାଳନ କରାଯାଇଥାଏ ।

ଏହି ଦିନ ବିଭିନ୍ନ ପ୍ରକାର ଗଛ ର କାଠ ଓ ଗୋବର କୁ ଆଣି ଏକତ୍ର କରି ସେଥିରେ ଅଗ୍ନି ସଂଯୋଗ କରାଯାଇଥାଏ ଏବଂ ଏହା ର ଚାରି ପାଖରେ ପୂଜା କରାଯାଏ । ଏହି ହୋଲିକା ଦହନ ପରେ ଯେଉଁ ପାଉଁଶ ବାହାରି ଥାଏ ତାହା ଆମ ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ପାଉଁଶ କୁ ଦେହ ରେ ବୋଳି ହୋଇ ଉଷୁମ ପାଣି ରେ ଗାଧୋଇବା ଦ୍ୱାରା ଆମର କୌଣସି ପ୍ରକାର ଚର୍ମ ରୋଗ ଦେଖିବାକୁ ମିକି ନ ଥାଏ । ଏହି ପାଉଁଶ କୁ ଘର ମୁଖ୍ୟ ଦ୍ୱାର ରେ ରଖିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ମାନେ ପ୍ରବେଶ କରି ପାରନ୍ତି ନାହିଁ ।

ହୋଲିକା ଦହନ ର ପାଉଁଶ କୁ ଏକ ନାଲି କପଡା ରେ ବାନ୍ଧି କରି ଆପଣଙ୍କ ଘରେ ଟଙ୍କା ରଖୁଥିବା ସ୍ଥାନ ରେ ରଖିବା ଦ୍ଵାରା ଆପଣଙ୍କ ଘରେ ଅର୍ଥ ଜନିତ କୌଣସି ସମସ୍ୟା ଦେଖିବାକୁ ମିଳି ନ ଥାଏ । ଆପଣଙ୍କ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ । ଏହାକୁ ଆପଣ ନିଜ ପର୍ସ ରେ ମଧ୍ୟ ରଖି ପାରିବେ । ପର୍ସ ରେ ରଖିବା ଦ୍ଵାରା ଆପଣଙ୍କ ପର୍ସ କେବେ ମଧ୍ୟ ଖାଲି ହୋଇ ନ ଥାଏ । ସେଥିରେ ସବୁବେଳେ ଟଙ୍କା ରହିଥାଏ । ତେଣୁ ଯଦି ଆପଣଙ୍କ ଘରେ ଏହିପରି କିଛି ସମସ୍ୟା ରହୁଛି ତେବେ ଆପଣ ଏହି ପାଉଁଶ କୁ ଆଣି ଏହିପରି ଭାବରେ ବ୍ୟବହାର କରନ୍ତୁ ଆପଣଂକୁ ନିଶ୍ଚିତ ଶୁଭ ଫଳ ମିଳିବ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *