ସୁଖୀ ଜୀବନ ମନ୍ତ୍ର: ଲୋକ ଯଦି ଖରାପ କାମ କରନ୍ତି ତେବେ ଆପଣ ଏହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ନିଜ ଲକ୍ଷ୍ୟ ଆଡକୁ ବଢି ଚାଲନ୍ତୁ

ଯେଉଁ ଲୋକ ଭଲ କାମ କରନ୍ତି ତାଙ୍କୁ ଲୋକ ଖରାପ କୁହନ୍ତି କିନ୍ତୁ ଲୋକଙ୍କ କଥା ଉପରେ ଧ୍ୟାନ ଦବା ଠିକ ନୁହ ଆପଣଙ୍କୁ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦବା ଉଚିତ ଅଟେ । ଏହି କଥା ପାଇଁ ବହୁତ ପ୍ରଚଳିତ ଗପ ଟିଏ ଅଛି ତେବେ ଆସନ୍ଥୁ ଆଜି ଆମେ ଆପଣଙ୍କୁ ଏହି ଗପ କହିବୁ ଯାହାର ସାଂସାର ଆପଣଙ୍କ ପାଇଁ ଲାଭକାରୀ ହବ । ବହୁତ ସମୟ ଆଗରୁ ଗୋଟେ ଗାଁ ରେ ଗୋଟେ ସନ୍ଥ ନିଜ ଶିଷ୍ୟ ସହ ରହିବା ପାଇଁ ଆସିଲେ । କିଛି ଦିନ ମଧ୍ୟ ରେ ସନ୍ଥ ଗାଁ ଓ ଆଖ ପାଖ ଗାଁ ରେ ନିଜ ପ୍ରବଚନ ପାଇଁ ପ୍ରସିଦ୍ଧ ହୋଇ ଗଲେ ।

ବହୁତ କମ ସମୟ ରେ ବହୁତ ଲୋକ ତାଙ୍କ ବିଷୟରେ ଜାଣି ଯାଇଥିଲେ ବହୁତ ଦୂର ଦୂରରୁ ଲୋକ ସନ୍ଥ ପାଖକୁ ଆସୁଥିଲେ ।

ଏହା ଦେଖି ଯେଉଁ ଗାଁରେ ସନ୍ଥ ବାସ କରୁଥିଲେ ଗୋଟେ ପଣ୍ଡିତ ବହୁତ ଚିନ୍ତିତ ହେଲା ଓ ତା ମନରେ ଆସିଲା ଯଦି ସନ୍ଥ ଏହି ଭଳି ପ୍ରବଚନ ଦେଲା ତେବେ ମୋ ଭକ୍ତ କମି ଯିବେ ଓ ଜୀବନ ଜ୍ଞାପନ ପାଇଁ ମୋ ପାଖରେ କିଛି ରହିବ ନାହିଁ । ଏହା ଭାବି ପଣ୍ଡିତ ସନ୍ଥ ବିଷୟରେ ଦୂଷପ୍ରଚାର କରିବା ଆରମ୍ଭ କଲା, ସେହି ପଣ୍ଡିତ ସନ୍ଥ ବିଷୟରେ ଖରାପ କଥା ଲୋକଙ୍କ ଆଗରେ କହିବା ଆରମ୍ଭ କଲା ।

ଏହି କଥା ଗୁଡିକ ସନ୍ଥଙ୍କ ଶିଷ୍ୟ ଶୁଣିବାକୁ ପାଇଲେ ଯାହା ପରେ ତାଙ୍କୁ ବହୁତ କ୍ରୋଧ ଆସିଲା ଓ ସେ ସନ୍ଥ ପାଖକୁ ଗଲେ ଯିଏ ତାଙ୍କ ଗୁରୁଥିଲେ ତାଙ୍କୁ ପଣ୍ଡିତ ସବୁ କଥା କହିଲେ । ଏହା ପରେ ସନ୍ଥ ନିଜ ଶିଷ୍ୟକୁ ପଣ୍ଡିତ ବିଷୟରେ ଭାବି ପାଇଁ ମନା କଲେ ଓ କହିଲେ ତାଙ୍କୁ ଛାଡି ଦିଅ, ଏହା ପରେ ଯେତେବେଳେ ଶିଷ୍ୟ ରାଗ କମିଲା ନାହିଁ ସେତେବେଳେ

ସନ୍ଥ କହିଲେ ଶିଷ୍ୟ ଯେତେବେଳେ ହାତି ଜଙ୍ଗଲରୁ ହଟାତ ଗାଁକୁ ପଳେଈ ଆସେ ସେତେବେଳେ ବୁଲା କୁକୁର ହାତି ଉପରେ ଭୁକିବା ଆରମ୍ଭ କରନ୍ତି କିନ୍ତୁ ହାତି ଉପରେ କିଛି ଫରକ ପଡେ ନାହିଁ ଓ କୁକୁର ଭୁକି ଭୁକି ଥକି ଯାଇ ନିଜ ନିଜ ଜାଗାକୁ ପଳାନ୍ତି ଏମିତି ଲୋକ ସେହିଭଳି ଥାନ୍ତି ତାଙ୍କ କଥା ଶୁଣିଲେ ତମେ ନିଜ କାମ କରି ପାରିବ ନାହିଁ ସେଥିପାଇଁ ତାଙ୍କ କଥା ଶୁଣ ନାହିଁ ତମ ପାଇଁ ଭଲ ରହିବ ।

ଶିକ୍ଷା-

ଏହି କଥାରୁ ଏହା ଶିକ୍ଷା ମିଳିଲା କି ଅନ୍ୟମାନଙ୍କ ନକାରାତ୍ମକ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ଯଦି ଆମେ ମଧ୍ୟ ଅନ୍ୟମାନଙ୍କ ଭଳି ନକାରାତ୍ମକ ବ୍ୟବହାର କରିବାକୁ ଲାଗିବା ତ ନିଜ ଲକ୍ଷରୁ ଭଟକି ଯିବା । ସେଥିପାଇଁ ଏଭଳି କଥା ପ୍ରତି ଧ୍ୟାନ ଏବାରୁ ବଞ୍ଚାନ୍ତୁ ।

Leave a Reply

Your email address will not be published. Required fields are marked *