ଜାଣନ୍ତୁ କେମିତି ହୋଇଥିଲା ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ? ବିବାହରେ ଆସିଥିଲା ଏହିସବୁ ବାଧା

ଆମେ ସମସ୍ତେ ଜାଣିଛେ କି ମହାଶିବରାତ୍ରି ଦିନ ଭଗବାନ ଶିବଙ୍କ ପୂଜା କରାଯାଏ, ସବୁ ଭକ୍ତ ଏହି ଦିନ ଶିବଙ୍କୁ ପୂଜା କରି ତାଙ୍କୁ ପ୍ରସନ୍ନ କରିବା ପାଇଁ ସମ୍ଭବତ ପ୍ରୟାସ କରିଥାନ୍ତି, ଯଦି ଆମେ ଧାର୍ମିକ ମାନ୍ୟତା ଅନୁସାରେ ଦେଖିବା ତାହେଲେ କୁହା ଯାଇଥାଏ କି ଏହି ଦିନ ଶିବ ଏବଂ ପାର୍ବତୀଙ୍କର ବିବାହ ହୋଇଥିଲା । ଏହି ବର୍ଷ ମହାଶିବରାତ୍ରି ୨୧ ଫେବୃୟାରୀ ଶୁକ୍ରବାର ଦିନ ପଡୁଛି । ତେବେ ଆସନ୍ତୁ ଜାଣିବା ଭଗବାନଙ୍କ ବିଷୟରେ କିଛି ଖାସ କଥା ।

କଣ ଆପଣଙ୍କୁ ଜଣା ଅଛି କି ଶିବ ଏବଂ ପାର୍ବତୀଙ୍କର ବିବାହ କେମେତି ହୋଇ ଥିଲା ? ଏହା ପଛରେ କଣ କାହାଣୀ ଅଛି ଏବଂ ଏହି ବିବାହରେ କେଉଁମାନେ ଆସିଥିଲେ ?

ଆଜି ଆମେ ଏହି ପୋସ୍ଟ ମାଧ୍ୟମରେ ଶିବ ଏବଂ ପାର୍ବତୀଙ୍କର ବିବାହ ବିଷୟରେ କହିବାକୁ ଯାଉଛୁ ।

ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ କଥା

ଆମେ ସମସ୍ତେ ଜାଣିଛୁ କି ମାତା ପାର୍ବତୀ ଭଗବାନ ଶିବଙ୍କୁ ବିବାହ କରିଥିଲେ କିନ୍ତୁ ଏମିତି ବହୁତ କମ ଲୋକ ଥିବେ ଯିଏ ଏହି ବିବାହ ବିଷୟରେ ସମ୍ପୂର୍ଣ ଭାବେ ଜଣାଥିବେ । ପାର୍ବତୀ ଶିବଙ୍କୁ ବିବାହ କରିବା ପାଇଁ ଚାହିଁଲେ ଏବଂ ପାର୍ବତୀ ଶିବଙ୍କ ପାଖକୁ ନିଜ ବିବାହର ପ୍ରସ୍ତାବ ଦେଇ କନ୍ଦର୍ପଙ୍କୁ ଶିବଙ୍କ ପାଖକୁ ପଠାଇଲେ, ସେତବେଳେ ଶିବ ସେହି ପ୍ରସ୍ତାବକୁ ନିଜର ତୃତୀୟ ଆଖିରେ ଭସ୍ମ କରିଦେଇ ଥିଲେ, କିନ୍ତୁ ଏହା ପରେ ବି ପାର୍ବତୀ ହାର ମାନି ନଥିଲେ ଏବଂ ସେ ଶିବଙ୍କୁ ପାଇବା ପାଇଁ ତପସ୍ୟା ଆରମ୍ଭ କରିଥିଲେ ଯାହା ଫଳରେ ସବୁଆଡେ ହାହାକାର ମଚିଯାଇ ଥିଲା ।

ଭଗବାନ ଶିବ ପାର୍ବତୀଙ୍କ ତପସ୍ୟାରେ ପ୍ରସନ୍ନ ହେଲେ ଏବଂ ସେ ବିବାହ ପାଇଁ ରାଜି ହୋଇ ଯାଇଥିଲେ ,କିନ୍ତୁ ଯେତବେଳେ ଶିବ ବିବାହ ପାଇଁ ପାର୍ବତୀଙ୍କ ପାଖରେ ବରଯାତ୍ରୀ ନେଇ ପହଞ୍ଚିଲେ ସେଠାରେ ଉପସ୍ଥିତ ଥିବା ସବୁ ଲୋକ ଭଉତ ଭୟଭୀତ ହୋଇଗଲେ କାରଣ ଶିବଙ୍କ ସହିତ ଭୂତ ପ୍ରେତ ଆସିଥିଲେ ,ଶିବ ଭସ୍ମରେ ସଜାଇ ହୋଇଥିଲେ ଏବଂ ସେ ହାଡର ମାଳ ପକାଇଥିଲେ । ଯେମିତି ବରଯାତ୍ରୀ ଦୁଆର ମୁହଁରେ ପହଞ୍ଚିଲେ ସେତବେଳେ ପାର୍ବତୀ ବିବାହ ପାଇଁ ମନା କରିଦେଇଥିଲେ ।

ଦେଖୁ ଦେଖୁ ସେଠାକାର ପରିସ୍ଥିତି ବିଗିଡି ବାକୁ ଲାଗିଥିଲା ସେତବେଳେ ପାର୍ବତୀ ଶିବଙ୍କୁ ଏହା ପାର୍ଥନା କରିଥିଲେ କି ସେ ତାଙ୍କ ବିଧି ଅନୁସାରେ ପ୍ରସ୍ତୁତ ହୋଇ ଆସନ୍ତୁ ,ସେତବେଳେ ଶିବ ପାର୍ବତୀଙ୍କର କଥା ମାନିଲେ ଏବଂ ସୁନ୍ଦର ଭାବେ ପ୍ରସ୍ତୁତ ହୋଇ ଆସିଲେ । ତାହା ପରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ସଂପର୍ଣ୍ଣ ହେଲା ।

Leave a Reply

Your email address will not be published. Required fields are marked *