ଭାରତ ରେ ହିନ୍ଦୁ ଧର୍ମ ରେ ଗଛ, ନଦୀ ଠାରୁ ଆରମ୍ଭ କରି ପଶୁ ପଖି ମଧ୍ୟରେ ଠାକୁର ସ୍ୱରୂପ ମାନି ପୂଜା କରା ଯାଏ । ଗାଈକୁ ମାତା ସ୍ୱରୂପ ମାନି ପୂଜା କରା ଯାଇଥାଏ, ଧର୍ମ ଶାସ୍ତ୍ର ଅନୁଯାଇ ଏହା ମାନ୍ୟତା ଅଛି ଯେ ଗାଈ ଶରୀର ରେ ତେତିଶ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ । ସେଥିପାଇଁ ଆମେ ଗାଇଙ୍କୁ ଗୋମାତା କହି ପୂଜା ଅର୍ଚ୍ଚନା କରିଥାଉ ।
ଏହା ମାନ୍ୟତା ଅଛି ଯେ ଯଦି କୌଣସି ଲୋକ ମାସ ର ପ୍ରତି ଦିନ ବା ୧୧ ଦିନ ନିୟମିତ ରୂପରେ ଗାଈ ଶରୀର ଉପରେ ହାତ ମାରେ ଏବଂ ସକାଳେ ସନ୍ଧ୍ୟାରେ ଗାଈର ସାତଟି ପରିକ୍ରମା କରେ ତେବେ ସେହି ଲୋକ କଷ୍ଟ ଦୂର ହୋଇଥାଏ ଏବଂ ମନୋକାମନା ପୂର୍ଣ ହୋଇଥାଏ ।
ଗୋମାତା ବିଷୟରେ ଆମ ଧର୍ମ ଶାସ୍ତ୍ର ରେ ଗ୍ରନ୍ଥ, ରିଷି, ସନ୍ତ ମହାତ୍ମା ଏବଂ ଅନେକ ମହାପୁରୁଷ କେତେକ ଅଦ୍ଭୁତ କଥା କହିଛନ୍ତି –
୧. ଭଗବାନ କୃଷ୍ଣ ଭଗବତ ଗୀତା ଗ୍ରନ୍ଥ ରେ କହିଥିଲେ‘ଧେନୁନାମସିମ’ମୁଁ ଗାଈ ରେ କାମଧେନୁ ଅଟେ ।
୨. ସ୍ଵାମୀ ବିବେକାନନଦ କହିଥିଲେ ଗାଈ ପରିକ୍ରମା କଲେ ସମ୍ପୂର୍ଣ ବ୍ରମ୍ହାଣ୍ଡ ପରିକ୍ରମା ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ।
୩. ବାଲ ଗଙ୍ଗାଧର ତିଳକ କହିଥିଲେ ମତେ ଯେତେ ଇଛା ମାର କିନ୍ତୁ ମୁଁ ଗାଈ ଉପରେ ହାତ ଉଠେଇବି ନାହିଁ ।
୪. ଗୁରୁ ଗୋବିନ୍ଦ ସିଂହ କହିଥିଲେ ‘ୟହି ଦେହୁ ଆଜ୍ଞା ତୁରୁକ କୋ ଖାପାଉଁ, ଗୌ ମାତା କା ଦୁଃଖ ସଦା ମେଂ ମିଟାଉଁ ।
୫.ୟାଜ୍ଞବଳକା କହିଛନ୍ତି – ଗାଈ ଘିଅ ରେ ହୋମ କଲେ ବାତାବରଣ ସୁଧା ହୋଇଥାଏ ।
୬. ମୁସ୍ଲିମ ସନ୍ତ ରସଖାନ କହିଥିଲେ – ଯଦି ଠାକୁର ମତେ ପୁନର ଜନ୍ମ ଦିଅନ୍ତି ତେବେ ମୁଁ ଗାଈ ଗର୍ଭରୁ ଜନ୍ମ ହବାକୁ ଚାହେଁ ।
୭. ଇସାଇ କହିଥିଲେ ଗୋଟେ ଗାଈ ହତ୍ୟା ଗୋଟେ ମଣିଷ ହତ୍ୟା ଠାରୁ ବଡ ମହାପାପ ଅଟେ ।
୮. ଭଗବାନ ଶିବଙ୍କ ସବୁଠାରୁ ପ୍ରିୟା ଶ୍ରୀ ସମ୍ପନ ‘ବିଲ୍ଵପତ୍ର’ଉତପତି ଗାଈ ଗୋବର ଦ୍ଵାରା ହୋଇଥିଲା ।
ତେବେ ଯଦି ଆପଣ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତ୍ୟକ ଦିନ ଗୋମାତାଙ୍କ ପୂଜା କରନ୍ତୁ ଦେଖିବେ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।