ପିଲାକୁ କୋଳରେ ନେଇ ଭିଭିଆଇପିଙ୍କ ଡିୟୁଟି କରୁଥିଲେ ଲେଡି କଂଷ୍ଟେବଳ, ଜୋସ ଦେଖି ଲୋକେ କଲେ ସଲାମ

ଜଣେ ମହିଳାର ବହୁତ ରୂପ ଥାଏ । ସେଥିପାଇଁ ସେ ଘର ପରିବାର ସହିତ ବାହାରର ଦାୟିତ୍ଵକୁ ବି ସମ୍ଭାଳି ନେଇଥାନ୍ତି । ଦୁଇଟି ଭିତରେ ତାଳମେଳ ବସାଇବା ଚକ୍କରେ ସେ ନିଜର ଡିୟୁଟିରେ ଢିଲା କରନ୍ତି ନାହିଁ । ଏହି କଥାର ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ ଜଣେ ଲେଡି କଂଷ୍ଟେବଳଙ୍କ ଫଟୋରେ ଦେଖିବାକୁ ମିଳିବ । ଯେଉଁଥିରେ ସେ ଏକ ଭିଭିଆଇପି ଡିୟୁଟି ରେ ଥିଲେ । ସେ ତାଙ୍କ ସହିତ ହିଁ ପିଲାକୁ ଘରେ ଏକ ନ ଛାଡି ସେ ତାକୁ କୋଳରେ ଉଠାଇ ନିଜର କର୍ତ୍ତବ୍ୟ କରୁଥିବାର ଦେଖା ଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ପାଇଁ ଦାବି କରାଯାଉଛି କି ସୋମବାର ଦିନ ସେହି ସମୟରେ ଉଠାଯାଇଛି ଯେତବେଳେ ମହିଳା କଂଷ୍ଟେବଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନୋଏଡା ଯାଉଥିବା ସମୟରେ ଡିୟୁଟି କରୁଥିଲେ ।

ମହିଳା କଂଷ୍ଟେବଳ ଙ୍କ ନାମ ପ୍ରୀତି ରାଣୀ ଅଟେ । କୁହାଯାଇଛି କି ତାଙ୍କର ଦେଢ ବର୍ଷର ଏକ ଛୋଟ ପିଲା ଅଛି । କାରଣ ଯେଉଁ ଦିନ ସେ ଭିଭିଆଇପି ଙ୍କ ସୁରକ୍ଷା ଡିୟୁଟିରେ ଲାଗିଯାଇଥିଲେ ସେହି ଦିନ ତାଙ୍କ ସ୍ଵାମୀଙ୍କର ପରୀକ୍ଷା ଥିଲା । ଏଥିପାଇଁ ସେ ପିଲାକୁ ଏକୁଟିଆ ଘରେ ଛାଡି ନଥିଲେ । ପରିବାର ଏବଂ ଡିୟୁଟି ଦୁଇଟିର କର୍ତବ୍ୟ ନିଭାଇବା ପାଇଁ ପ୍ରୀତି ନିଜର ପିଲାକୁ ଠିକ ସମୟରେ ନିଜ ସହିତ ନେଇ ପହଞ୍ଚିଲେ ।

ସେ ନିଜ ପିଲାକୁ କୋଳରେ ଉଠାଇ ଡିୟୁଟି କରୁଥିବାର ଦେଖା ଯାଇଛି । କୁହାଯାଇଛି କି ପ୍ରୀତି ଗ୍ରେଟର ନୋଏଡା ର ଦାଦରୀ ପୋଲିସ ଷ୍ଟେସନ ସହିତ ସବନ୍ଧ ଅଛି । ସେ ସକାଳ ୬ଟା ରୁ ଭିଭିଆଇପି ଡିୟୁଟିରେ ଉପସ୍ଥିତ ଥିଲେ । ପ୍ରୀତିଙ୍କର ଏହି କର୍ତବ୍ୟ ନିଷ୍ଠାକୁ ଲୋକ ବହୁତ ତାରିଫ କରିଛନ୍ତି । ସୋସିଆଲ ମିଡିଆରେ କେତେକ ୟୁଜର୍ସ ଲେଖି ଛନ୍ତି କି ଏଥିପାଇଁ ମା ଦୂର୍ଗାଙ୍କ ସ୍ୱରୂପ କୁହାଯାଇଥାଏ ,କାରଣ ସେ ଦଶ ହାତରେ ଦଶ କାମ କରି ପାରନ୍ତି ।

Leave a Reply

Your email address will not be published. Required fields are marked *