ଯଦି ଆପଣଙ୍କୁ ମଧ୍ୟ ଆସୁ ନାହିଁ ନିଦ ତେବେ କରନ୍ତୁ କଦଳୀ ଚା’ର ସେବନ- ଫାଇଦା ଜାଣି

ଆଜିକା ସମୟରେ ପ୍ରାୟତଃ ସମସ୍ତଙ୍କ ଦିନ ଆରମ୍ଭ ଚା ସହ ହୋଇଥାଏ ବହୁତ ଲୋକଙ୍କୁ ବେଡ ଟି ଅଭ୍ଯାସ ଥାଏ, ତେବେ କୌଣସି ଜିନିଷ ଅତ୍ୟଧିକ ଭଲ ହୋଇନଥାଏ ଚା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କମ ମାତ୍ରାରେ ପିଇଲେ ଲାଭକାରୀ ହୋଇଥାଏ ନଚେତ ଏହା ହାନିକାରକ କାମ କରିଥାଏ କାହିଁକିନା ଚା’ରେ କ୍ୟାଫିନ ଥାଏ ଯାହା ଆମ ଶରୀରକୁ ହାନି କରିଥାଏ, କଦଳୀ ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଆଜି ଯାଏଁ ଆପଣ ତୁଳସୀ, କ୍ଷୀର, ବ୍ଲାକ ଟି ଏବଂ ଲେମ୍ବୁ ଚା ସେବନ କରିଥିବେ, ହେଲେ ଆଜି ଆମେ କଦଳୀ ଚା ବିଷୟରେ କହିବାକୁ ଯାଉଛୁ । କଦଳୀ ଚାରେ ଭରପୁର ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ, ଭିଟାମିନ, ପୋଟାସିୟମ,ମାଗ୍ନେଶିୟମ, ମିନେରାଲ ଓ ଫାଇବର ଇତ୍ୟାଦି ରହିଛି ।

Image Courtesy: Google

କଦଳୀ ଚା ବନେଇବାର ପ୍ରଣାଳୀ

ଗୋଟେ କପ ପାଣି ଗରମ କରନ୍ତୁ । ତାପରେ ଏଥିରେ ଅଧା ଚାମଚ ଡାଲଚିନି ପାଉଡର ପକାଇ ଫୁଟାନ୍ତୁ । ତାପରେ କଦଳୀକୁ ଚୋପା ଛଡ଼ାଇ କାଟି ନିଅନ୍ତୁ ଓ ପାଣିରେ କିଛି ସମୟ ଫୁଟାନ୍ତୁ । ତାପରେ ଏବେ ଛାଣି କୁଳି କରି ପିଅନ୍ତୁ ।

କଦଳୀ ଚା ଲାଭକାରୀ

ଏଥିରେ ଆଣ୍ଟିଆକ୍ସିଡେଣ୍ଟ, ପୋଟାସିୟମ, ମାଗ୍ନେଶିୟମ, ରହିଛି ଏହା ପେଟ ପାଇଁ ଭଲ । ଯଦି ପେଟରେ ଏସିଡିଟି ସମସ୍ୟା ଆସେ ତ ଏହାକୁ ପିଇବା ଭଲ । ଏହାକୁ ପିଇଲେ କବ୍ଜ ସମସ୍ୟାରୁ ମୁକ୍ତି ମିଳେ । ଏହାକୁ ସବୁବେଳେ ସେବନ କଲେ ପାଚନ କ୍ରିୟା ସଠିକ ରହିଥାଏ । ନିଦ୍ରାଗତ ସମସ୍ୟା ଦୂର ହୁଏ, ଭଲ ନିଦ ଆସେ ।

Image Courtesy: Google

ଆଜିକାଲି ଅଧିକ ଚିନ୍ତା ଓ ଟେଂସନ ର ସମସ୍ୟା ଦେଖାଦେଉଛି । ଏହାକୁ ବ୍ୟବହାର କଲେ ଜଲଦି ମତିଷ୍କ ଉପରେ ପ୍ରଭାବ ପଡିଥାଏ ଓ ଚିନ୍ତା ଓ ଟେଂସନ ଦୂର ହୋଇଥାଏ । ଏହା ଆପଣମାନେ ସମସ୍ତେ ଜାଣିଛନ୍ତି ଯେ କଦଳୀ ଆମ ପାଇଁ ଲାଭକାରୀ ହୋଇଥାଏ ଏବଂ କଦଳୀ ଚା ମଧ୍ୟ ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ, ସେଥିପାଇଁ ଆଜି ଆମେ ଆପଣଙ୍କୁ କଦଳୀ ଚା ବିଷୟରେ କହିଲୁ, ତେବେ ନିଜ ଏବଂ ନିଜ ପରିବାର ଧ୍ୟାନ ରଖନ୍ତୁ ଏବଂ କଦଳୀ ଚା ସେବନ କରନ୍ତୁ ।

Image Courtesy: Google

ତେବେ ଏହା ବିଶେଷ କରି ଧ୍ୟାନ ରଖନ୍ତୁ ଯେ କୌଣସି ଜିନିଷ ଅତ୍ୟଧିକ ସେବନ କରିବା ଉଚିତ ନୁହ ସେଥିପାଇଁ ନିୟମିତ ରୂପରେ ସେବନ କରନ୍ତୁ କିନ୍ତୁ ଧ୍ୟାନ ରଖନ୍ତୁ ଏହାର ମାତ୍ରା । କଦଳୀ ଏମିତି ଗୋଟେ ଫଳ ଯାହା ୧୨ ମାସ ମିଳିଥାଏ ଏବଂ ଏହାର ଦାମ ମଧ୍ୟ ସାମାନ୍ୟ ଥାଏ ଯାହା ଗରିବ ଏବଂ ଧନୀ ଦୁହେଁ କିଣି ପାରିବେ ।

Leave a Reply

Your email address will not be published. Required fields are marked *