ଯଦି ଘରକୁ ଆସୁଛନ୍ତି ଏହି ସବୁ ପଶୁପକ୍ଷୀ ତେବେ ଜାଣି ନିଅନ୍ତୁ କେଉଁ ସଂକେତ ମିଳିଥାଏ!

ବନ୍ଧୁଗଣ ଆମ ଆଖ ପାଖରେ ଏମିତି କିଛି ଘଟଣାମାନ ଘଟିଥାଏ ଯାହା ଆମକୁ ପୂର୍ବରୁ ଶୁଭ ଅଶୁଭ ର ସଙ୍କେତ ଦେଇଥାଏ । ଏହି ସଂକେତ ଆଖ ପାଖରେ ଥିବା ପଶୁପକ୍ଷୀ ଙ୍କ ଠାରୁ ମିଳି ଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପଶୁପକ୍ଷୀ ଙ୍କ ବିଷୟରେ ଯେଉଁ ମାନେ ଆମ ଆଖପାଖରେ ଥାଇ ଶୁଭ ଶୁଭ ସଂକେତ ଦେଇଥାନ୍ତି ।

1- ବିଲେଇ : ଯେଉଁ ଘରେ ବିଲେଇ ଶବ୍ଦ କରୁଥାଏ ସେହି ଘରେ ବିଭ୍ରାଟ, ବିବାଦ ଦେଖାଯିବାର ସମ୍ଭାବନା ଥାଏ । ଯେଉଁ ଘରେ ବିରାଡି ମାନେ କଳହ କରିଥାନ୍ତି ସେଠାରେ ମତଭେଦ ଲାଗି ରହିଥାଏ ।

2- ଗାଈ : ଯେଉଁ ଘରେ ଗାଈ ଆସି ଜୋର ରେ ଶବ୍ଦ କରିଥାଏ ସେହି ଘରେ ସୁଖର ବୃଦ୍ଧି ହୋଇଥାଏ । ଘର ବାହାରେ ଗାଈ ଶବ୍ଦ କରିବା ଏକ ଶୁଭ ସଂକେତ ବିଚାର କରାଯାଏ ।

3- କୁକୁର : କୁକୁରୁ କାନ୍ଦିବା ଅଶୁଭ ସଂକେତ ଅଟେ । କୌଣସି ଘରେ କୁକୁର ଟି କାନ୍ଦିଲେ ସେହି ଘରେ ବିପଦ ଆସିବାର ସମ୍ଭାବନା ଥାଏ । ଏହି ବିପଦ କାହାର ମୃତ୍ୟୁର ସୂଚନା ସହ ଜଡିତ ହୋଇଥାଏ ।

4- ପିମ୍ପୁଡି : ଯେଉଁ ଘରେ କଳା ପିମ୍ପୁଡି ଦଳ ବଦଳ ଭାବେ ଦେଖା ଯାଆନ୍ତି ସେହି ଘରେ ଐଶ୍ଚର୍ଜ୍ୟ ର ବୃଦ୍ଧି ହୋଇଥାଏ । ଧନ ବୃଦ୍ଧି ହେବ । କଳା ପିମ୍ପୁଡି ଲାଇନରେ ଦେଖାଗଲେ ଗୃହରେ ମତଭେଦ ଦେଖାଯାଏ । ନାଲି ପିମ୍ପୁଡି ଘରେ ଦେଖା ଦିଅନ୍ତି ଏହା ଅଶୁଭ ଅଙ୍କେତ ହୋଇଥାଏ । ଏହାର ଅର୍ଥ ଗୃହରେ ଝଗଡା ହୋଇଥାଏ ।

5- ମୟୂର : ମୟୂର ଦେଖିବା ଶୁଭ ସଂକେତ ବିଚାର କରାଯାଏ । ଘର ବାହାରେ ମୟୂର ଦେଖାଗଲେ ଶୁଭ ହେବା ସହ ଗୃହକୁ ଶୁଭ ଖବର ଆସିପାରେ ।

6- ବିଛା : ଘରେ ଏକ ଲାଇନରେ ବିଛା ଦେଖାଗଲେ ଏହା ଅଶୁଭ ସଂକେତ ବିଚାର କରାଯାଏ । ଘରେ ଯଦି ଗୋଟେ ଲାଇନରେ ଦୁଇ ତିନି ବିଛା ଦେଖା ଦିଅନ୍ତି ଏହାର ଅର୍ଥ ମା ଲକ୍ଷ୍ମୀ ଘରୁ ଯାଇଥାନ୍ତି । କିନ୍ତୁ ହଳଦିଆ ବିଛା ଶୁଭ ବିଚାର କାରାଯାଏ । ହଳଦିଆ ରଙ୍ଗର ବିଛା ଦେଖାଗଲେ ଧନ ପ୍ରାପ୍ତିର ସୂଚକ ହୋଇଥାଏ ।

7- ଚୁଚୁନ୍ଦ୍ରା : ଏହାକୁ ଏକ ଶୁଭ ସଂକେତ ବିଚାର କରାଯାଏ । ଯଦି ଗୃହରେ ଚୁଚୁନ୍ଦ୍ରା ଦେଖାଯାଏ ତେବେ ଏହା ଧନର ଦେବୀ ମାତା ଲକ୍ଷ୍ମୀ ଙ୍କ ଆଗମନର ସୂଚନା ଦେଇଥାଏ ।

8- କୋଇଲି : କୋଇଲି ଘରେ ଉପରେ ଉଡିବା ବା ବସିବା ଶୁଭ ସଂକେତ ହୋଇଥାଏ । ଘରର ଛାତ ଉପରେ କୋଇଲି ବସିବା ଗୃହର ଉନ୍ନତିର ସଂକେତ ଦେଇଥାଏ । ଯଦି କୋଇଲି ଓ ପେଚା ଏକତ୍ର ହୋଇ ଛାତ ଉପରେ ବସିଥାନ୍ତି ଏହା ଅଶୁଭ ହୋଇଥାଏ ଓ କିଛି ସମସ୍ଯା ଆସୁଥିବାର ସଂକେତ ଦେଇଥାଏ ।

9- ଆହତ ପକ୍ଷୀ : ଆହତ ପକ୍ଷୀ ଘର ଉପରେ ପଡିଲେ ଅଶୁଭ ସଂକେତ ବିଚାର କରାଯାଏ । ଘରର ଛାତ ବା ବାହାରେ ପଡିଲେ ଘରେ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *