ଯଦି କରଜ ଭାର ରେ ବୁଡି ରହୁଛନ୍ତି ଜାଣନ୍ତୁ କଣ କରିବେ- Ajira Anuchinta

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଯଦି କୌଣସି ବ୍ୟକ୍ତି ର ବିଭିନ୍ନ ସମସ୍ୟା ପାଇଁ ସେ ଧାର କରଜ ରେ ବୁଡିବା ର ସମ୍ଭାବନା ପ୍ରାୟ ଦେଖା ଦେଇଛି ତେବେ ଏହି କେତୋଟି ଉପାୟ କରିବା ଦ୍ୱାରା କରଜ ରୁ ମୁକ୍ତି ମିଳିପାରେ ।ଯଦି କୌଣସି ବ୍ୟକ୍ତି ନିଜ ଆୟ ର ଅଧା ଭାଗ ସଞ୍ଚୟ କରି ଅଧା ଭାଗ ଖର୍ଚ୍ଚ କରେ ତେବେ କେବେ ବି କରଜ କରିବାକୁ ପଡି ନ ଥାଏ ଓ ଧନ ର ଅଭାବ ହୋଇ ନ ଥାଏ । ସକାଳୁ ଉଠିବା ମାତ୍ରେ ନିଜ ହାତ ପାପୁଲି କୁ ଦେଖିଲେ ଏବଂ ଯେଉଁ ଠାକୁର ଙ୍କୁ ପୂଜା କରୁଛନ୍ତି ତାଙ୍କ ନାମ ସକାଳେ ଲେଖିଲେ ଧାର କରଜ ରୁ ମୁକ୍ତି ମିଳିଥାଏ ।

ଯଦି ପିଞ୍ଜରା ମଧ୍ୟରେ ଆବଦ୍ଧ ଥିବା କୌଣସି ଜୀଵ ଜନ୍ତୁ ବା ପକ୍ଷୀ ଙ୍କୁ କିଣି ତାଙ୍କୁ ମୁକ୍ତି କଲେ ଆପଣଂକୁ କରଜ ରୁ ସହଜ ରେ ମୁକ୍ତି ମିଳିଥାଏ ।

ପ୍ରତ୍ୟକ ମଙ୍ଗଳବାର ଏବଂ ଶନି ବାର ଦିନ ହନୁମାନ ଙ୍କୁ ତୈଳ ଓ ସିନ୍ଦୁର ଅର୍ପଣ କରିବା ଦ୍ୱାରା ଓ ହନୁମାନ ଚାଳିଶା ପାଠ କରିବା ଦ୍ୱାରା କରଜ ରୁ ଶୀଘ୍ର ମୁକ୍ତି ମିଳିଥାଏ ।

ରାତିରେ ଶୋଇବା ସମୟ ରେ ଦୁଇଟି କର୍ପୂର ଖଣ୍ଡ କୁ ଘିଅ ରେ ବୁଡାଇ ଜାଳିବା ଦ୍ଵାରା ନକରାତ୍ମକ ଶକ୍ତି ଦୁର ହୋଇଥାଏ ଓ ଆପଣଙ୍କୁ ଋଣ କରଜ ରୁ ମଧ୍ୟ ମୁକ୍ତି ମିଳିଥାଏ ।

ପ୍ରତ୍ୟକ ଦିନ ଘରେ ଶୋରିଷ ତେଲ ରେ ଦିପ ଜାଳିବା ଦ୍ଵାରା ଆପଣଙ୍କ ର କାର୍ଯ୍ୟ କରିବା ର ଇଚ୍ଛା ବୃଦ୍ଧି ହୋଇଥାଏ ଯାହା ଫଳରେ କରଜ ଧୀରେ ଧୀରେ କମ ହୋଇଥାଏ ।

ପଶୁ ଏବଂ ପକ୍ଷୀ ଙ୍କୁ ଖାଦ୍ୟ କିମ୍ବା ଦାନା ନିୟମିତ ଭାବେ ଖାଇବାକୁ ଦେବା ଦ୍ଵାରା କରଜ ରୁ ମୁକ୍ତି ମିଳିଥାଏ ଓ ଅଟକି ରହିଥିବା କାମ ହୋଇଯାଇଥାଏ ।

ଘରୁ ବାହାରକୁ ଯିବା ସମୟ ରେ ପ୍ରଥମେ ବାମ ପାଦ ପକାଇ ଘରୁ ଯିବା ଦ୍ଵାରା କାର୍ଯ୍ୟ ସଫଳ ହୋଇଥାଏ ଏବଂ କରଜ ସୁଝିବାରେ ସହଜ ହୋଇଥାଏ ।

ଘର ର ଐଶ୍ୱନ୍ୟ କୋଣ ସବୁବେଳେ ସଫା ସୁତୁରା ରଖିବା ଦ୍ଵାରା ଘରେ ସକାରତ୍ମକ ପ୍ରଭାବ ପଡ଼ିଥାଏ ଏବଂ କରଜ ସୁଝିବାରେ ସହଜ ହୋଇଥାଏ ।

ମଙ୍ଗଳବାର ଦିନ କାହାକୁ କରଜ ଦେବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ନଚେତ ଆପଣଂକୁ କରଜ କରିବାକୁ ପଡିପାରେ ।

ପ୍ରତ୍ୟକ ଦିନ ଗଣେଶ ଓ ଲକ୍ଷ୍ମୀ ଙ୍କୁ ପୂଜା କରି ଭୋଗ ଲଗାଇବା ଦ୍ଵାରା କରଜ ରୁ ଶୀଘ୍ର ମୁକ୍ତି ମିଳିଥାଏ ।

ରବିବାର ଓ ମଙ୍ଗଳବାର ଦିନ ମସୁର ଡାଲି ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଧାର କରଜ ରୁ ମୁକ୍ତି ମିଳିଥାଏ ।

ଶିବ ମନ୍ଦିର ରେ କଦଳୀ ଭୋଗ ଲଗାଇ ଓଁ ମୁକ୍ତେଶ୍ଵରାୟ ନମଃ ମନ୍ତ୍ର କୁ ୧୦୮ ଥର ଜପ କରିବା ଦ୍ୱାରା କରଜ ରୁ ମୁକ୍ତି ମିଳିଥାଏ ।

ବୁଧବାର ଦିନ ମୁଗ ସହିତ ଗୁଡ଼ ମିଶାଇ ଗାଈ କୁ ଖାଇବାକୁ ଦେବା ଦ୍ଵାରା ଆପଣଙ୍କ ର ଋଣଭାର କମ ହୋଇଥାଏ ଏବଂ ଋଣ କରଜ ରୁ ମୁକ୍ତି ମିଳିଥାଏ ।

ଚାରୋଟି ଶନିବାର ଶନି ମନ୍ଦିର ଯାଇ ଶନି ଦେବ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ହୋଇଥାଏ ଏବଂ ଋଣ ଭାର କମିଥାଏ ।

ଶୁକ୍ଳପକ୍ଷ ବୁଧବାର ଠାରୁ ଆରମ୍ଭ କରି ପ୍ରତ୍ୟକ ଦିନ ରଣହର୍ତା ଗଣେଶ ସୋତ୍ର ପାଠ କରିବା ଦ୍ୱାରା ଧାର କରଜ ରୁ ମୁକ୍ତି ମିଳିଥାଏ ।

ଗୋଟିଏ ନଡ଼ିଆ ରେ ସ୍ୱସ୍ତିକ ଚିନ୍ହ ଅଙ୍କନ କରି ମଙ୍ଗଳବାର ଦିନ ହନୁମାନ ଙ୍କୁ ଅର୍ପଣ କରିବା ଦ୍ୱାରା ଏବଂ ଋଣ ମୋଚକ ସ୍ରୋତ୍ର ପାଠ କରିବା ଦ୍ୱାରା ଧାର କରଜ ରୁ ମୁକ୍ତି ମିଳିଥାଏ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

 

Leave a Reply

Your email address will not be published. Required fields are marked *