ତୁଳସୀ ଗଛରେ ଯଦି ଆସି ଯାଏ ଏହି ଗଛ ତେବେ ଏହାକୁ ଏଇଠି ରଖନ୍ତୁ ଲୁଚାଇ, ଧନକୁ ଟାଣିବ ଚୁମ୍ବକ ପରି

ତୁଳସୀ ଗଛକୁ ଆମ ହିନ୍ଦୁ ଶାସ୍ତ୍ରରେ ବହୁତ ପବିତ୍ର ଗଛ କୁହା ଯାଇଛି ଶାସ୍ତ୍ର ଅନୁଯାଇ ତୁଳସୀ ଗଛକୁ କେବେ ଅପମାନ କରିବା ଉଚିତ ନୁହଁ କାହିଙ୍କିନା ତୁଲସୀ ଗଛରେ ଭଗବାନ ଶ୍ରୀ ହଋ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେବେ ଶାସ୍ତ୍ର ଅନୁଯାଇ ଯେଉଁ ଘରେ ତୁଳସୀ ପତ୍ରରେ ବୁଡା ହୋଇଥିବା ଜଳ ଘର ସାରା ପକା ଯାଇଥାଏ ସେହି ଘରେ କେବେ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ । ଯଦି ଆପଣଙ୍କ ଘରେ ଅଶାନ୍ତି ହେଉଛି ତେବେ ଆଜି ରାତିରେ ୨ରୁ ୩ ପତ୍ର ତୁଳସୀ ଗୋଟେ ଛୋଟ ତାଟିଆରେ ପାଣିରେ ଭେଦେଇ ରଖୀ ଦିଅନ୍ତୁ ।

ଆଉ ଆର ଦିନ ସକାଳେ ଉଠି ସ୍ନାନ ସମାପ୍ତ କରି ପୂଜା କରିବା ପରେ ପୁରା ଘରେ ଏହି ସୁଧ ପାଣି ପକାନ୍ତୁ ଦେଖିବେ ଘରର ଶାନ୍ତି ଫେରି ଆସିବ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ସମସ୍ତଙ୍କୁ କରିବା ଉଚିତ ଏହା ଦ୍ଵାରା ଘରେ ଶାନ୍ତି ରହିଥାଏ ଆଉ ଆପଣଙ୍କ ପାଖରେ ମାତା ଲକ୍ଷ୍ମୀ ସବୁବେଳେ ରହିବେ । ଆପଣ ନିଜ ଘରେ ତୁଳସୀ ଗଛ ଲଗାଇଥିବେ ଆଉ କେବଳ ଗୋଟେ ଗଛ ନଥିବ ବହୁତ ତୁଳସୀ ଗଛ ଥିବ ସେଥିରେ ଆପଣ ଯେଉଁ ତୁଳସୀ ଗଛର ସବୁ ଦିନ ପୂଜା କରନ୍ତି ତାକୁ ଛାଡି ଅନ୍ୟ ତୁଲସୀ ଗଛର ଚେର ନିଅନ୍ତୁ ଆଉ କିଛି ପତ୍ର ମଧ୍ୟ ଆଣି ରଖନ୍ତୁ ।

ଆପଣ ସକାଳେ ଉଠି ସ୍ନାନ ଓ ନିତ୍ୟ କର୍ମ ସମାପ୍ତ କରି ପୂଜା କରିବା ପାଇଁ ବସନ୍ତୁ ମନେ ରଖନ୍ତୁ ଏହି ଉପାୟ ଆପଣଙ୍କୁ ଗୁରୁବାର ଦିନ କରିବାକୁ ହବ ଆଉ ସେହି ଦିନ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ହଳଦିଆ ରଙ୍ଗର ଗୋଟେ ଛୋଟ ପୂଜା ବସ୍ତ୍ର ଆଣନ୍ତୁ ଏହାକୁ ଭଗବାନ ଶ୍ରୀ ହଋ ବିଷ୍ନୁଙ୍କ ଆଗରେ

ପକାଇ ସେଥିରେ ଆଣିଥିବା ତୁଲସୀ ଚେର ପକାନ୍ତୁ ଆଉ ଘୋଡେଇ ଦିଅନ୍ତୁ ଏହା ପରେ ଆପଣ ଆରତୀ କରନ୍ତୁ ଆଉ ଚଉରା ମୂଳେ ଘିଅ ଦୀପ ଲଗାଇ ଦିଅନ୍ତୁ ମନେ ରଖିବେ ଦୀପ ଖାଲି ରଖନ୍ତୁ ନାହିଁ ଦୀପ ତଳେ ଚାଉଳ ରଖିବେ କିନ୍ତୁ ଧ୍ୟାନ ଦେବେ ଗୋଟେ ବି ଚାଉଳ ଭଙ୍ଗା ନଥିବ । ଏହା ପରେ ଆପଣ ସେହି ଚେର କପଡା ସହ ନିଜ ଟଙ୍କା ବା ଧନ ରଖିବା ସ୍ଥାନରେ ରାଖୀ ଦିଅନ୍ତୁ ଆଉ ଏମିତି କରିବା ସମୟରେ ଆପଣଙ୍କୁ ଯେମିତି କେହି ନ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *