ଯଦି ପୂଜା କଲା ବେଳେ ନଡିଆ ବାହାରେ ଖରାପ, ତେବେ ବୁଝି ଯାଆନ୍ତୁ ଯେ ଭଗବାନ ଦେଉଛନ୍ତି କିଛି ବିଶେଷ ସଂକେତ

ଆମ ହିନ୍ଦୁ ଧର୍ମ ରେ ପୂଜା ପାଠ ପାଇଁ ବହୁତ ପ୍ରକାର ନିୟମ ଅଛି, ଆଜି ଆମେ ନଡିଆ ବିଷୟରେ କିଛି ବିଶେଷ କଥା ଆପଣଙ୍କୁ କହିବୁ । ତେବେ ଆପଣମାନେ ସମସ୍ତେ ନଡିଆ ଖାଇବା ପାଇଁ ବା ପୂଜା କରିବା ପାଇଁ ବ୍ୟବହାର କରିଥାନ୍ତି କେବଳ ଏତିକି ନୁହ ଶୁଭ କାର୍ଯ୍ୟ ପାଇଁ ମଧ୍ୟ ନଡିଆ ପ୍ରୟୋଗ କରା ଯାଏ । କାହିଁକିନା ନଡିଆ ପ୍ରୟୋଗ ଦ୍ଵାରା ସବୁ କାର୍ଯ୍ୟ ଶୁଭ ହୋଇଥାଏ । ଶାସ୍ତ୍ର ରେ ନଡିଆ ମାଁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହା ଯାଇଛି ଓ ଏହା ସହ ଶାସ୍ତ୍ର ରେ ଏହା ମଧ୍ୟ ଲେଖା ହୋଇଛି ଯେ ପୂଜା ରେ ନଡିଆ ବ୍ୟବହାର ନକଲେ ପୂଜା ଅଧା ହୋଇଥାଏ ।

Image Courtesy: Google

ଗୋଟେ କଥା ଏହା ମଧ୍ୟ ଯେ ନଡିଆକୁ ଉପରୁ ଦେଖି କେହି ଜାଣି ପାରନ୍ତିନୀ ଯେ ନଡିଆ ଭଲ ଅଛି କି ଖରାପ । କେତେକ ଥର ପୂଜା ହୋଇଥିବା ନଡିଆ ଖରାପ ବାହାରି ଥାଏ ଓ ଖରାପ ନଡିଆ ଦେଖି ଲୋକଙ୍କ ମନରେ କେତେକ ପ୍ରଶ୍ନ ଆସି ଥାଏ । କେତେକ ଲୋକ ଏହାକୁ ଅଶୁଭ ବୋଲି କହିଥାନ୍ତି, ତାଙ୍କ ଅନୁଯାଇ ଖରାପ ନଡିଆ ଠାକୁରଙ୍କ ତରଫରୁ ଗୋଟେ ଅଶୁଭ ସଂକେତ ଅଟେ କିନ୍ତୁ ଆଜି ଆମେ ଆପଣଙ୍କୁ ଏହା ଜଣେଇବା ପାଇଁ ଚାହୁଁ ଯେ ପୂଜା ରେ ବାହାରି ଥିବା ଖରାପ ନଡିଆ ଶୁଭ ଅଟେ ।

Image Courtesy: Google

ଯଦି ପୂଜା କରା ଯାଇଥିବା ନଡିଆ ଖରାପ ବାହାରେ ତେବେ ଆପଣଙ୍କ ଜୀବନ ରେ କିଛି ଶୁଭ ଘଟିବାକୁ ଯାଉଛି, ନଡିଆ ଖରାପ ବୋଲି ଜୀବନ ରେ କିଛି ଅଶୁଭ ହବ ଏହି ମାନ୍ୟତା ପୂର୍ବ ଭାବରେ ଭୁଲ ଅଟେ । ହିନ୍ଦୁ ଧର୍ମ ଅନୁଯାଇ ପୂଜା ସମୟ ରେ ବାହାରି ଥିବା ନଡିଆ ଯଦି ଖରାପ ହୁଏ ତେବେ ଏହାର ଅର୍ଥ ଆପଣଙ୍କ ଭୋଗ ଠାକୁର ଗ୍ରହଣ କଲେ ।

Image Courtesy: Google

ସେଥିପାଇଁ ଆପଣଙ୍କ ନଡିଆ ଖରାପ ବାହାରିଛି ଏହି କଥା ପାଇଁ ଚିନ୍ତା କରନ୍ତୁ ନାହିଁ ଏହି କଥା ପାଇଁ ଖୁସି ହୁଅନ୍ତୁ ଯେ ଆପଣଙ୍କ ଭୋଗ ଠାକୁର ଗ୍ରହଣ କଲେ । ପୂଜା ରେ ଖରାପ ନଡିଆ ବାହାରିବା ଅର୍ଥ ଖୁବ ଶୀଘ୍ର ଆପଣଙ୍କ ମନୋକାମନା ପୂର୍ଣ ହବ, କୁହା ଯାଏ ଯେ ଯଦି ଆପଣଙ୍କ ପୂଜା ସମୟରେ ଶୁଖିଲା ନଡିଆ ବାହାରେ ତେବେ ଆପଣଙ୍କ ସବୁ ଅସୁବିଧା ଖୁବ ଶୀଘ୍ର ସମାପ୍ତ ହୋଇ ଜୀବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *