ଆସନ୍ତୁ ଜାଣିବା ପିରିୟଡ୍ସ କେମିତି ଆରମ୍ଭ ହୋଇଥାଏ, ଆସିବା ଆଗରୁ ଦେଇଥାଏ ଏହି ସଂକେତ, ଭୁଲରେ ବି କରନ୍ତୁ ନାହିଁ ଏହି କାମ

ପିରିୟଡ୍ସ ମାନେ ମାସିକ ଧର୍ମ ଯାହା ଝିଅମାନଙ୍କୁ ୧୨ ବର୍ଷରୁ ଆରମ୍ଭ ହୋଇଥାଏ ଓ ୪୫ ବର୍ଷ ରେ ସମାପ୍ତ ହୁଏ ତେବେ କିଛି ମହିଳାଙ୍କର ୫୦ ବର୍ଷ ରେ ମଧ୍ୟ ବନ୍ଦ ହୋଇ ଥାଏ । ଏହି ସମୟରେ ମହିଳାଙ୍କୁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିଥାଏ, ଯେତେବେଳେ କୌଣସି ଝିଅ କିଶୋର ଅବସ୍ଥା ରେ ପ୍ରବେଶ କରିଥାଏ ସେତେବେଳେ ଅଂଡାଶୟ ଇସ୍ଟ୍ରୋଜନ ଏବଂ ପ୍ରୋଜେକ୍ତ୍ରୋନ ନାମକ ହର୍ମୋନ ଉତ୍ପନ୍ନ ହୋଇ ଥାଏ । ଏହି ହର୍ମୋନ କାରଣ ପାଇଁ ପ୍ରତି ମାସ ରେ ଥରେ ଗର୍ଭାଶୟ ପରସ୍ତ ମୋଟା ହୋଇଥାଏ ।

Image Courtesy: Google

ସାମାନ୍ୟତଃ : ଯଦି ଝିଅକୁ ପିରିୟଡ୍ସ ଆଖାପାଖରେ ଯୌନ ସମ୍ପର୍କ କରୁନାହିଁ ତେବେ ଗର୍ଭାଶୟ ପାଇଁ ତିଆରି ହେଉଥିବା ସେହି ମୋଟା ପରସ୍ତ ଭାଙ୍ଗି ଯାଏ ଓ ରକ୍ତସ୍ରାବ ରୂପରେ ବାହାରି ଯାଏ । ଏହାକୁ ହିଁ ମାସିକ ଧର୍ମ କୁହାଯାଏ ।

ଆସିବା ଆଗରୁ ହୋଇଥାଏ ଏହି ଲକ୍ଷଣ :

ମାସିକ ଧର୍ମ ଆସିବା ଆଗରୁ କିଛି ଲକ୍ଷଣ ଦେଖା ଯାଇଥାଏ, ଯେମିତିକି ପେଟ ଦରଜ ହୋଇଥାଏ, ପିଠି ଦରଜ ହୋଇଥାଏ, ଚେହେରା ଉପରେ ପିମ୍ପଲ୍ସ, କମ ବା ଅଧିକ ଭୋକ ଲାଗିବା, ଥକା ଲାଗିବା । ଏହି ଲକ୍ଷଣ ମାସିକ ଧର୍ମ ଆସିବାର କିଛି ଦିନ ଆଗରୁ ଆରମ୍ଭ ହୋଇ ଯାଏ କିନ୍ତୁ ମାସିକ ଧର୍ମ ସାରିଲା ପରେ ଏହି ସମସ୍ୟା ଗୁଡିକ ଆପେ ଆପେ ଭଲ ହୋଇଯାଏ ।

Image Courtesy: Google

ମାସିକ ଧର୍ମ ସମୟ ରେ ଭୁଲରେ ବି ଏହି କାମ କରନ୍ତୁ ନାହିଁ :

ଅସୁରକ୍ଷିତ ସମ୍ବନ୍ଧ :

ଏହା ଜମା ବି ଭାବନ୍ତୁ ନାହିଁ ଯେ ଆପଣ ଗର୍ଭବତୀ ହୋଇ ପାରିବେ ନାହିଁ, ଏହି ସମୟ ରେ ମଧ୍ୟ ଗର୍ଭବତୀ ହବାର ସମ୍ଭାବନା ହୋଇଥାଏ । ଏହା ସହ ମାସିକ ଧର୍ମ ସମୟ ରେ ସମ୍ବନ୍ଧ ବନେଇଲେ ସଂକ୍ରମଣ ହବାର ଚାନ୍ସ ଥାଏ ।

ଖାଇବା ଛାଡିବା ଆପଣଙ୍କ ପାଇଁ ବିପଦ ହୋଇପାରେ :

ମାସିକ ଧର୍ମ ସମୟରେ ଏହା ଆବଶ୍ୟକ ଅଟେ ଯେ ଆପଣ ସମୟରେ ଭୋଜନ ଖାଉଛନ୍ତି ଓ ପର୍ଯ୍ୟାପ୍ତ ଭୋଜନ ଖାଉଛନ୍ତି । ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ ଏହି ସମୟ ରେ ଶରୀର ବହୁତ ଦୁର୍ବଳ ହୋଇଥାଏ ଓ ଭୋଜନ ନକରିବା ବା କମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରି ପାରେ ।

Image Courtesy: Google

ଏମିତି ରୁହନ୍ତୁ ସାବଧାନ :

ମାସିକ ଧର୍ମ ସମୟରେ ଝିଅ ବା ମହିଳାମାନଙ୍କୁ ସେନେଟ୍ରି ନ୍ୟାପ୍କିନ ଉପଯୋଗ କରିବା ଉଚିତ ଅଟେ । ନ୍ୟାପ୍କିନ ଛଡା କଟନ ସଫା କପଡା ପ୍ରୟୋଗ କରି ପାରନ୍ତି । କଫି ସେବନ କରିବା ଉଚିତ ଅଟେ ଓ ଏହା ଦ୍ଵାରା ଆପଣଙ୍କୁ ଆରାମ ମଧ୍ୟ ମିଳି ଥାଏ ।

Leave a Reply

Your email address will not be published. Required fields are marked *