କହଲୋ ବଉଳ କିଏ ତୋ ବର, ଏ ବର ଅଧା ତୋର ଅଧା ମୋର… ସମ୍ପୁର୍ଣ ଘଟଣା ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ନିଜର ବନ୍ଧୁତ୍ଵ ଓ ଏହାକୁ ବଜାୟ ରଖିବାକୁ ଅନେକ ଲୋକ ବିଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି । ଯାହା ପାଇଁ ସେମାନଙ୍କର ବନ୍ଧୁତ୍ଵ ସବୁଠାରୁ ନିଆରା ଓ ନିବିଡ ରହିବ । ତେବେ ଏହି ବନ୍ଧୁତ୍ବକୁ ଚିରଦିଆ ପାଇଁ ନିଜ ସହ ରଖିବାକୁ ଦୁଇ ଜଣ ଝିଅ ଏଭଳି ଏକ ନିସ୍ପତି ନେଇଛନ୍ତି ଯାହାକୁ ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେମାନେ ନିଜର ବନ୍ଧୁତ୍ଵ ବଜାୟ ରଖିବା ପାଇଁ ଓ ସବୁଦିନ ଏକାଠି ରହିବା ଲାଗି ଗୋଟିଏ ପୁଅକୁ ବାହା ହୋଇଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଏହି ଘଟଣାଟି ହେଉଛି ପାକିସ୍ତାନର । ଏହି ଦୁଇ ବନ୍ଧୁଙ୍କ ନାଁ ହେଉଛି ସେହନାଜ ଓ ନୁର । ଦୁଇ ବନ୍ଧୁ ପରସ୍ପରଙ୍କ ସହମତିରେ ଗୋଟିଏ ପୁଅକୁ ବିବାହ କରିଥିଲେ । ବର୍ତ୍ତମାନ ଏହି ୩ ଜଣ ଗୋଟିଏ ଘରେ ହସ ଖୁସିରେ ରହିବାର ନଜର ଆସୁଛନ୍ତି । ଦୁଇ ବନ୍ଧୁଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ନାଁ ହେଉଛି ଏଜାଜ ।

ତେବେ ପାକିସ୍ତାନରେ ହୋଇଥିବା ଏକ ୟୁଟ୍ଯୂବ ଚ୍ୟାନେଲ ରେ ହୋଇଥିବା ସାକ୍ଷାତକାର ରେ ସେହନାଜ କହିଛନ୍ତି ସେ ପୂର୍ବରୁ ଏଜାଜ ଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ତାଙ୍କ ବନ୍ଧୁ ନୁର ଙ୍କ ଠାରୁ ଦୂରେଇ ଯାଇଥିଲେ । ଯଦିଓ ନୁର ସେହନାଜଙ୍କ ଘରକୁ ଆସୁଥିଲେ କିନ୍ତୁ ପରସ୍ପର ଏକାଠି ରହିପାରୁ ନ ଥିଲେ । ଯାହା ପାଇଁ ନୁର ସେହନାଜଙ୍କ ସ୍ବାମୀଙ୍କୁ ବିବାହ କରିବାକୁ ନିସ୍ପତି ନେଇଥିଲେ ।

ଏହି ବିବାହ ପଚରା ଏକମାତ୍ର କାରଣ ଥିଲା ସେ ତାଙ୍କ ବନ୍ଧୁ ସେହନାଜଙ୍କ ସହ ଏକାଠି ଗୋଟେ ଘରେ ରହିପାରିବେ । ନୁର ଏନକେ ଏହି ପ୍ରସ୍ତାବକୁ ଶୁଣିବା ପରେ ସେହାନାଜ ଖୁସି ହେବା ସହ ଗ୍ରହଣ କରିଥିଲେ । ଏହା ସହ ସେହନାଜ ତାଙ୍କ ସ୍ଵାମୀ ଏଜାଜ ଙ୍କ ସହ ନୁର ଙ୍କ ପ୍ରସତବା ବିଷୟରେ କଥା ହୋଇଥିଲେ । ଯେଉଁଥିରେ ତାଙ୍କ ସ୍ଵାମୀ ମଧ୍ୟ ରାଜି ହୋଇଥିଲେ ।

ବର୍ତ୍ତମାନ ସେହନାଜଙ୍କର ୨ଟି ସନ୍ତାନ ଥିବା ବେଳେ ନୁର ଙ୍କର ଗୋଟିଏ ସନ୍ତାନ ଅଛି । ଏ ପରିବାର ଗୋଟେ ଘରେ ରହୁଥିବା ବେଳେ ସମସ୍ତେ ମଧ୍ୟରେ ଭଲ ପାଇବା ଓ ସଠିକ ବୁଝାମଣା ରହିଛି । ଏଟେଡ ବ୍ଯତୀତ ସେହନାଜ ସାକ୍ଷାତକାର ରେ ଆଗକୁ କହିଛନ୍ତି ସେ ତାଙ୍କ ସ୍ଵାମୀ ଏଜାଜଙ୍କ ସହ ଝଗଡା କରିପାରିବେ କିନ୍ତୁ ନୁର ଙ୍କ ସହ ନୁହେଁ କାରଣ ସେ ନିଜେ ନର ଙ୍କୁ ତାଙ୍କ ଘରକୁ ଆଣିଛନ୍ତି । ଏଥି ସହ ନୁର କହିଛନ୍ତି ସେହନାଜଙ୍କ ସହ ତାଙ୍କର କୌଣସି ଅଭିଯୋଗ ନାହି । ସେମାନେ ୩ ଜଣ ନିଜ ଜୀବନରେ ବେଶ ଖୁସିରେ ଅଛନ୍ତି ।

ସ୍ଵାମୀ ଏଜାଜଙ୍କ ଉଭୟ ସ୍ତ୍ରୀଙ୍କ ସହ ବେଶ ଖୁସି ରେ ଜୀବନ ବ୍ଯତୀତ କରୁଛନ୍ତି ଆଉ ଆଗକୁ ମଧ୍ୟ ଏମିତି ରହିବେ । ସତରେ ଦୁଇ ବନ୍ଧୁ ନିଜର ବନ୍ଧୁତ୍ଵ ରକ୍ଷା କରିବାକୁ ଏଭଳି ନିସ୍ପତି ନେଇଛନ୍ତି ଯାହା ପ୍ରଶଂସା ଯୋଗ୍ୟ ଓ ଗ୍ରହଣୀୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ବନ୍ଧୁତ୍ଵ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *