ଜାଣନ୍ତୁ କିପରି ସୁଧୁରିବ ଆର୍ଥିକ ଅବସ୍ଥା- Ajira Anuchinta

୧. ବନ୍ଧୁଗଣ ମନ୍ଦିର ଯିବା ସମୟରେ ଦିଅଁ ପୂଜା କରିସାରିକି ସାଙ୍ଗ ଘର କୁ ଫେରନ୍ତୁ ନାହିଁ । ମନ୍ଦିର ବେଢାରେ କିଛି ସମୟ ପାଇଁ ନିଶ୍ଚିତ ଭାବେ ବସନ୍ତୁ । ଏହାଦ୍ଵାରା ମନ ଓ ହୃଦୟ ପବିତ୍ର ହେବ ଏବଂ ମନ ଶାନ୍ତି ଲାଗିବ । ଏହା ପରେ ଘର କୁ ଫେରନ୍ତୁ ।

୨. ଯଦି ଜଣେ ବ୍ୟକ୍ତି ଚାରି କୋଳା କଳା ରାଶି ଖାଏ ତେବେ ତାର ଶରୀର ବଳବାନ ରହିବ । ବୃଦ୍ଧ ସମୟରେ ହାଡ ଗଣ୍ଠି ରୋଗ ମଧ୍ୟ ହେବ ନାହିଁ । ମରିଲା ପର୍ଯ୍ୟନ୍ତ ଦାନ୍ତ ପଡିବ ନାହିଁ । ହାଡ କେବେ ଦୁର୍ବଳ ହେବ ନାହିଁ ଏହାକୁ ମାତ୍ର ୬ ମାସ ଲଗାତାର ବ୍ୟବହାର କରନ୍ତୁ । ଏହା କଲେ ମଙ୍ଗଳ ହେବ ।

୩. ଆଷାଢ଼ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଯଦି ବର୍ଷା ହୁଏ ତେବେ ସେହି ବର୍ଷ ଯାହାହେଲେ ବି ଦୁର୍ବିକ୍ଷ ପଡିବ । ଯଦି ସେହିଦିନ ଅଳ୍ପ ବର୍ଷା ହୁଏ ତେବେ ସେହି ବର୍ଷ ବନ୍ୟା ହେବ । ଏହା ମନ ରଖିଲେ ମଙ୍ଗଳ ହେବ ।

୪. ବନ୍ଧୁଗଣ ବହୁ ପୁରାତନ ପୁସ୍ତକ ଯାହା ନାମ ହେଉଛି ପୁଷ୍କର ପୁରାଣ । ଯେଉଁଥିରେ ଲେଖା ଅଛି ଯେ ଜଣେ ବ୍ୟକ୍ତି କାର୍ତିକ ମାସ ସନ୍ଧ୍ୟା ସମୟରେ ଶ୍ରୀ ହରୀଙ୍କ ନାମ ନେଇ ରାଶି ତେଲରେ ଗୋଟିଏ ଦୀପଟିଏ ଜାଳେ ସେମାନେ ଧନ ଓ ସମ୍ପତି ଲାଭ କରନ୍ତି ।

୫. ବନ୍ଧୁଗଣ ଏହି ୪ଟି କାମ କରିବା ଦ୍ଵାରା ମଣିଷ ଜଲଦି ବୁଢା ହୋଇଯାଏ । ତାହା ହେଉଛି -ଅତ୍ୟଧିକ ଭ୍ରମଣ, ଅତ୍ୟଧିକ ଉପବାସ,ଅତ୍ୟଧିକ ମୈଥୁନ, ଅତ୍ୟଧିକ ପରିଶ୍ରମ ।

୬. ପାନର ଅଗ ଭାଗ କେବେ ଖାଇବେ ନାହିଁ କି ଏହାର ମଝି ଭାଗ ମଧ୍ୟ କେବେ ଖାଇବେ ନାହିଁ । ଏହାଦ୍ଵାରା ବହୁତ କ୍ଷତି ହୋଇଥାଏ । ପାଳନ କଲେ ମଙ୍ଗଳ ହୋଇଥାଏ ।

୭. ଅନୁଭୂତି ଯୋଗମ୍ୟୟା ବହିରେ ଲେଖା ହୋଇଛି ଆମିଷ ଖାଇବା ଭଲ ନୁହେଁ ଯଦି ବି ଆମିଷ ଭୋଜନ କରୁଛନ୍ତି ତେବେ ତାହା ସଂଗେ ଦୁଗ୍ଧ ସେବନ କରନ୍ତୁ ନାହିଁ । ଏହା ଦ୍ଵାରା ବହୁତ ଖରାପ ହୋଇଥାଏ ।

୮. ଘରେ ଘରେ ସମସ୍ତେ ପୁଅ ଜନ୍ମ ହେଲେ ଖୁସି ହୋଇଥାନ୍ତି । ହେଲେ ଯେଉଁ ଘରେ ଝିଅ ନାହିଁ ସେମାନେ ଝିଅ ଦାନର ପୁଣ୍ୟ ଫଳ ପାଇନଥାନ୍ତି । ତେଣୁ ଆପଣ ଏକ ବର ଗଛ ଓ ଅଶ୍ୱତ୍ଥ ଗଛ ର ବାହାଘର କରିଦିଅନ୍ତୁ । ଏହାଦ୍ଵାରା ଦୁଇଟି ପୁଣ୍ୟ ମିଳିବ । ଏକ ଗଛ ଲଗାଇବାର ଓ କନ୍ୟାଦାନ ର ପୁଣ୍ୟ ଫଳ ମଧ୍ୟ ପାଇବେ ।

୯. ପୂର୍ବକୁ ମୁଣ୍ଡ କରିକି ସୋଇଲେ ବିଦ୍ୟା ବୁଦ୍ଧି ବଢିଥାଏ କିନ୍ତୁ ଯଦି ଶଶୁର ଘରକୁ ଯାଇଛନ୍ତି ତେବେ ଦକ୍ଷିଣକୁ ମୁଣ୍ଡ କରିକି ଶୁଅନ୍ତୁ । ଆଉ ବିଦେଶ ଯାତ୍ରା ସମୟରେ ପଶ୍ଚିମ ଦିଗକୁ ମୁଣ୍ଡ କରିକି ଶୁଅନ୍ତୁ ।

୧୦. ଖାଇବା ସମୟରେ ବାମ ହାତରେ ପାଣି ପିଇବା ଦ୍ଵାରା ତାହା ନିଶା ପାନ କରିବା ସହିତ ସମାନ । ତେଣୁ ଖାଇବା ପରେ ଡାହାଣ ହାତ ଦ୍ଵାରା ପାଣି ପିଅନ୍ତୁ । ଆଉ ବୋତଲରେ ପାଣି ସେବନ ନ କରି ଗ୍ଲାସ ରେ ପାଣି ପିଇବା ଉଚିତ । ଗ୍ଲାସ ରେ ପାଣି ପିଇବା ସମୟରେ କାଣି ଆଙ୍ଗୁଳି କୁ ଗ୍ଲାସରେ ଲାଗେଇ ରଖାନ୍ତୁ । ଏହାଦ୍ଵାରା ପାଣି ଅମୃତ ସହିତ ସମାନ ହୋଇଥାଏ । ମାନିବା ଦ୍ଵାରା ମଙ୍ଗଳ ହେବ ।

୧୧. ପ୍ରଚଣ୍ଡ ଖରାରେ ବୁଲିବେ ନାହିଁ ,ଶବ ଦାହ ସମୟରେ ଅତି ଜରୁରି ହୋଇନଥିଲେ ସେଠାକୁ ଯିବେ ନାହିଁ ଆସୁଥିବା ଧୂଆଁ ଠାରୁ ଦୂରେଇ ରହିବେ ,ନିଜ ଠୁ ଅଧିକ ବୟସ୍କ ନାରୀ ସାଙ୍ଗରେ ପ୍ରେମ ସମ୍ପର୍କ ରଖିବେ ନାହିଁ । ଏହି ତିନିଟା କାମ ଠାରୁ ଦୁରେଇ ରହିବ । ଏହା କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ନିଶ୍ଚିତ ଭାବେ ଆପଣଙ୍କୁ ବହୁତ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *