ଜାଣନ୍ତୁ କେତେ ଶିକ୍ଷିତ ଅଛନ୍ତି ଆପଣଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ

ବନ୍ଧୁଗଣ ସେ ଫେସବୁକ ହେଉ କିମ୍ବା ୱାଟସପ ସେଥିରେ ଏକ ମେସେଜ ଘୁରି ବୁଲୁଛି ଯେଉଁଥିରେ ଲେଖା ହୋଇଥାଏ କି ଯଦି ଏକ ଚପ୍ରାସି ପାଇଁ ସେ କେତେ ଶିକ୍ଷିତ ହୋଇଥିବା ଦରକାର ତାହା ଲେଖା ହୋଇଥାଏ । ତେବେ କୌଣସି ରାଜନେତା ମନ୍ତ୍ରୀ ମାନଙ୍କ ପାଇଁ ଏହା କଣ ପାଇଁ ନିର୍ଧାରିତ ହୋଇ ନାହିଁ । ଏବଂ ସେ ମେସେଜ ରେ ଏହା କୁହାଯାଏ କି ମୁଖ୍ୟମନ୍ତ୍ରୀ ଓ କୌଣସି ବି ରାଜନେତା ଙ୍କ ପାଇଁ ଅତି କମ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

କିନ୍ତୁ ଆମେ ଜାଣିଛୁ ଏହା କେବେବି ହୋଇ ପାରିବ ନାହିଁ କାରଣ ଏହି ସବୁ ନିୟମ ସେହି ରାଜନେତା ମାନେ ହିଁ ବନେଇ ଥାଆନ୍ତି । କିନ୍ତୁ ଆମ ଦେଶର ସବୁ ରାଜନେତା କିମ୍ବା ମନ୍ତ୍ରୀ ମାନେ କମ ପଢି ନାହାନ୍ତି ଏପରି ଅନେକ ରାଜନେତା ବହୁତ ଶିକ୍ଷିତ ମଧ୍ୟ ଅଛନ୍ତି । ତେବେ ଚାଲନ୍ତୁ ଜାଣିନେବା ସମସ୍ତ ମୁଖ୍ୟମନ୍ତ୍ରୀଙ୍କର ଶିକ୍ଷିତ ଓ ଯୋଗ୍ୟତା ବିଷୟରେ ।

ମୁଖ୍ୟମନ୍ତ୍ରୀ ହେବା ପାଇଁ ତିନୋଟି ଯୋଗ୍ୟତା ରହିବା ଆବଶ୍ୟକ ।

୧- ପ୍ରଥମ ରେ ସେ ଭାରତୀୟ ହେବା ଆବଶ୍ୟକ ।

୨- ଦ୍ୱିତୀୟ ରେ ସେ ବିଧାନସଭା ଓ ବିଧାନ ପରିଷଦ ରେ ସଦସ୍ୟ ହେବା ଆବଶ୍ୟକ ।

୩- ଏବଂ ତୃତୀୟ ରେ ସେ ଅତି କମରେ ୨୫ ବର୍ଷରେ ହୋଇ ଥିବା ଆବଶ୍ୟକ ।

ତେବେ ଚାଲନ୍ତୁ ଜାଣିନେବା ସମସ୍ତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମାନଙ୍କ ଶିକ୍ଷା ଗତ ଯୋଗ୍ୟତା ବିଷୟରେ ।

୧- ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ୟାଇ. ଏସ. ଜଗନ ମୋହନ ରେଡ୍ଡୀ । ସେ ଆନ୍ଧ୍ରପ୍ରଦେଶ ର ମୁଖ୍ୟମନ୍ତ୍ରୀ । ସେ ଭାରତ ର ସବୁଠୁ ଆମିର ମୁଖ୍ୟମନ୍ତ୍ରୀ ଭାବେ ପରିଚିତ । ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏବଂ ଶିକ୍ଷିତ ମୁଖ୍ୟମନ୍ତ୍ରୀ ଙ୍କ ମଧ୍ୟ ରୁ ଜଣେ ।

୨- ପେମା ଖାଣ୍ଡୁ । ସେ ଅରୁଣା ଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ । ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ହିନ୍ଦୁ କଲେଜ ରୁ ଇତିହାସ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

୩- ସର୍ବନନ୍ଦା ସୋନବାଲ । ସେ ଆସାମ ର ମୁଖ୍ୟମନ୍ତ୍ରୀ । ସେ ଇଂରାଜୀ ଭାଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ଗୋହ୍ଵାଟି ବିଶ୍ୱବିଦ୍ୟାଳୟ ରେ ଏଲ.ଏଲ.ବି ଡିଗ୍ରୀ ହାସଲ କରିଛନ୍ତି

୪- ନୀତିଶ କୁମାର । ସେ ବିହାର ର ମୁଖ୍ୟମନ୍ତ୍ରୀ । ସେ ଇଞ୍ଜିନିୟର ଡିଗ୍ରୀ ହାସଲ କରିଛନ୍ତି ।

୫-ଭୁପେଶ ବାଘେଲ । ସେ ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ । ସେ ଜଣେ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ସେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ।

୬- ଅରବିନ୍ଦ କେଜରିବାଲ । ସେ ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ । ସେ ମଧ୍ୟ ଜଣେ ଶିକ୍ଷିତ ନେତା । ସେ B.tech କରିଛନ୍ତି ।

୭- ପ୍ରମୋଦ ସାୱନ୍ତ । ସେ ଗୋଆ ର ମୁଖ୍ୟମନ୍ତ୍ରୀ ସେ ଆୟୁର୍ବେଦ ଔଷଧ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

୮- ବିଜୟ ରୂପାନୀ । ସେ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ । ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ L.L.B ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।

୯- ମନୋହର ଲାଲ ଖଟର । ସେ ହରିୟାଣା ର ମୁଖ୍ୟମନ୍ତ୍ରୀ । ସେ ଜଣେ ଶିକ୍ଷକ ମଧ୍ୟ ଥିଲେ । ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

୧୦- ଜୟରାମ ଠାକୁର । ସେ ହିମାଚଳ ପ୍ରଦେଶ ର ମୁଖ୍ୟମନ୍ତ୍ରୀ । ସେ ମଧ୍ୟ ଜଣେ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ସେ M.A ଡିଗ୍ରୀ ହାସଲ କରିଛନ୍ତି ।

୧୧- ହେମନ୍ତ ସୋରେନ । ସେ ଝାଡଖଣ୍ଡ ର ମୁଖ୍ୟମନ୍ତ୍ରୀ । ସେ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି ।

୧୨- ବି. ଏସ. ୟାଦିୟୁରପ୍ପା । ସେ କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ । ତାଙ୍କ ଶିକ୍ଷା ଗତ ଯୋଗ୍ୟତା ରେ ବହୁତ ସନ୍ଦେହ ରହିଛି । କିନ୍ତୁ ବର୍ତ୍ତମାନ ର ସୂଚନା ଦ୍ବାରା ସେ ମଧ୍ୟ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି

୧୩- ପିନାରୟୀ ବିଜୟନ । ସେ କେରଳ ର ମୁଖ୍ୟମନ୍ତ୍ରୀ । ସେ ମଧ୍ୟ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି ।

୧୪ – ନବୀନ ପଟ୍ଟନାୟକ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

୧୫ – ୱେଷ୍ଟ ବେଙ୍ଗଲ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ପ୍ରଥମେ ଇତିହାସ ବିଷୟରେ B.A ଡିଗ୍ରୀ ହାସଲ କଲେ ଏବଂ ପରେ ଇସଲାମୀକ୍ ଇତିହାସ ରେ M.Aଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଏବଂ ପରେ B.Ed ଡିଗ୍ରୀ ମଧ୍ୟ ହାସଲ କଲେ । ଏବଂ ପରେ ସେ L.L.B ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଏବଂ ତାଙ୍କୁ ଡ଼ି. ଲେଟ ଉପାଧି ମଧ୍ୟ ପ୍ରଦାନ କରାଯାଇଛି ।

୧୬- ଯୋଗୀ ଆଦିତ୍ୟ ନାଥ । ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ । ସେ ଗଣିତ ବିଷୟରେ B.SC ଡିଗ୍ରୀ ହାସଲ କରିଛନ୍ତି ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *