ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ବେଶ୍ୟା କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ପୁରା ମୁମ୍ବାଇ ଶହର ଜାଣିଛି, ତେବେ ଆଜି ଆମେ ଆପଣଙ୍କୁ ଗଙ୍ଗୁବାଇ ନାମକ ମହିଳା ବିଷୟରେ କହିବାକୁ ଯାଉଛୁ, ତେବେ ତାଙ୍କ ଉପରେ ଗୋଟେ ବହି ମଧ୍ୟ ଲେଖା ହୋଇଛି ମାଫିଆ କ୍ଵିନ । ବେଶ୍ୟାବୃତି ସମସ୍ତଙ୍କ ନଜରରେ ଖରାପ କିନ୍ତୁ ଏହା ଆମ ସମାଜରେ ଅଛି କାହିଁକିନା ଏହାକୁ ଖରାପ କହୁଥିବା ପୁରୁଷ ଏହି ଜାଗାକୁ ଯାଇଥାନ୍ତି ଓ ନିଜ ରାକ୍ଷାସକୁ ଶାନ୍ତ କରି ଆସନ୍ତି ।
ତେବେ ଯଦି ପୁରୁଷ ଏମିତି ଜାଗାକୁ ଯିବେ ନାହିଁ ତେବେ ଏହି ଧନ୍ଦା ଚାଲିବ ନାହିଁ କିନ୍ତୁ ଏହା ଦେଶରେ ଲୁଚି ଛପି କରା ଯାଉଛି କାହିଁକିନା ଲୋକ ଏହା ପାଇଁ ଯେତେ ଟଙ୍କା ହଉ ଦବାକୁ ରାଜି ଅଛନ୍ତି ଯାହା କାରଣରୁ କେତେ ନିର୍ଦୋଷ ଝିଅ ମାନେ ମଧ୍ୟ ଏହି ପଙ୍କରେ ପଶି ଆସିଛନ୍ତି ଏହି ଭଳି ଗଙ୍ଗୁବାଇ ମଧ୍ୟ ଆସିଲେ ।

ଏହି କାହାଣୀ ଆରମ୍ଭ ୧୯୩୯ରେ କାଠିୱାର ଗୁଜୁରାତରେ ଗୋଟେ ବଡ ଘରେ ଗଙ୍ଗା ହରଜୀବନ ଦାସଙ୍କ ଜନ୍ମ ହୋଇଥିଲା । ଗଙ୍ଗା ନିଜ ମା ବାପାଙ୍କ ଏକମାତ୍ର ଛୁଆ ଥିଲେ ଯାହା କାରଣରୁ ତାଙ୍କ ବାପା ମା ତାଙ୍କୁ ସବୁ ପ୍ରକାର ସ୍ଵତନ୍ତ୍ରତା ଦେଇଥିଲେ । ଗଙ୍ଗାକୁ ଛୁଆବେଳୁ ସିନେମା ବହୁତ ପସନ୍ଦ ଥିଲା ଓ ସିନେମା ପାଇଁ ମୁମ୍ବାଇ ସେହି ସମୟରେ ବମ୍ବେ ନା ରେ ପ୍ରସିଦ୍ଧ ଥିଲା । ଗଙ୍ଗା ସବୁବେଳେ ମୁମ୍ବାଇ ସପନ ଦେଖୁଥିଲେ ତେବେ ଗଙ୍ଗା ସବୁବେଳେ ଟିଭି ଆଗରେ ବସି ରୁହନ୍ତି ଓ ସବୁ ପ୍ରକାର ଚଳଚିତ୍ର ଦେଖୁଥିଲେ ।
ଯାହା ପରେ ତାଙ୍କୁ ଅଭିନେତ୍ରୀ ହବାର ଇଛା ହେଲା ଯାହା ପରେ ତାଙ୍କ ଘରେ ଏକାଉଣ୍ଟିଂ କାମ କରୁଥିବା ବ୍ୟକ୍ତି ଯିଏ ଆଗରୁ ମୁମ୍ବାଇ ରେ କାମ କରୁଥିଲା ତା ସହ ଗଙ୍ଗା ର ମିତ୍ରତା ହେଲା ଯାହା ପରେ ଗଙ୍ଗା ତାକୁ ଭଲ ପାଇଗଲେ ଓ ତାଙ୍କ ଏହି ସମ୍ପର୍କ ଗଙ୍ଗା ବାପାଙ୍କୁ ପସନ୍ଦ ଆସିଲା ନାହିଁ ଯାହା ପରେ ଗଙ୍ଗା ଦିନେ କିଛି ଟଙ୍କା ଓ ମା ଗହଣା ନେଇ ସେହି ଲୋକ ସହ ଫେରାର ହୋଇଗଲେ ମୁମ୍ବାଇ ଆସିଲା ପରେ ସେହି ଲୋକ କେବଳ ୫୦୦ଟଙ୍କା ପାଇଁ ଗଙ୍ଗାକୁ ରେଡ ଲାଇଟ

ଏରିଆ ରେ ବିକି ଦେଲା ବହୁତ କନ୍ଦା କଟା କଲା ପରେ ଗଙ୍ଗା ନିଜ ଭାଗ୍ୟ ମାନି ଗଲେ ଓ ବେଶ୍ୟା କାମ କଲେ ଗୋଟେ ଦିନ ତାଙ୍କ ପାଖରେ ଗୋଟେ ଲୋକ ଆସିଲା ଯାହା ନାମ ଶୋକତ ଖାନ ଥିଲା ଯିଏ ଗଙ୍ଗୁବାଇ ସହ ବହୁତ ଖରାପ ବ୍ୟବହାର କଲା ଯାହା ପରେ ତା ଶରୀର ଖଣ୍ଡିଆ ହୋଇଗଲା କିନ୍ତୁ ପ୍ରଥମ ଥର ଗଙ୍ଗୁବାଇ କିଛି କହିଲା ନାହିଁ ।

ଏହା ପରେ ଶୋକତ ଖାନ ଦ୍ଵିତୀୟ ଥର ଆସିଲା ଓ ଏଥର ଗଙ୍ଗୁବାଇ ସହ ସେ ଯାହା କଲା ତା ପରେ ଗଙ୍ଗୁବାଇ ହସ୍ପିଟଲରେ ଏଡମିଟ ହୋଇଗଲେ । ଏହା ପରେ ଗଙ୍ଗୁବାଇ ଶୋକତ ଖାନ ବିଷୟରେ ଜାଣିବା ପାଇଁ ଚେଷ୍ଟା କଲା ଯାହା ପରେ ସେ ଏହା ଜାଣିବାକୁ ପାଇଲେ ଯେ ଶୋକତ ଖାନ ସେହି ସମୟ ମୁମ୍ବାଇ ଡନ କରିମ ଲାଲା ଲୋକଥିଲା । ଏହା ଜାଣିଲା ପରେ ଗଙ୍ଗୁବାଇ କରିମ ଲାଲା ଘରେ ଗଲେ ଓ ତାଙ୍କ ସହ ଦେଖା କଲେ ଓ ନିଜ ସହ ହୋଇଥିବା ସବୁ ଘଟଣା କହିଲେ ।
ଏହି କଥା ଶୁଣି କରିମ ଲାଲା କହିଲେ ଆଜି ଠାରୁ କେବେ ବି ନିଜକୁ ଏକୁଟିଆ ଭାବିବ ନାହିଁ, କେବେ ନିଜ ଉପରେ ଅତ୍ୟାଚାର ସାହିବ ନାହିଁ । ଏହି କଥା ଶୁଣି ଗଙ୍ଗୁବାଇ କରିମ ଲାଲାକୁ ଗୋଟେ ସୂତା ରାଖି ଭଳି ପିନ୍ଧାଇଲେ ଓ ନିଜ ଜାଗାକୁ ଫେରିଲେ ଯାହା ପରେ ସମସ୍ତେ ଗଙ୍ଗୁବାଇକୁ ଡରିଲେ କିନ୍ତୁ ଗଙ୍ଗୁବାଇ କାହା ସହ କିଛି ଖରାପ ବ୍ୟଭାର କଲେ ନାହିଁ ଏହା ଛଡା ରେଡ ଲାଇଟ ଏରିଆ ଇଲେକ୍ସନ ଜିତି ସେ ରେଡ ଲାଇଟ ଏରିଆ ପାଇଁ ବହୁତ କିଛି କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।