ଜଣେ ଏମିତି ସମ୍ରାଟ, ଯାହାକୁ ଦେଶର ଲୋକ ମାନୁଥିଲେ ଜୀବନ୍ତ ଭଗବାନ- ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା

କଣ କେଉଁ ଲୋକ ଭଗବାନ ହେଇ ପାରେ ? ନୁହେଁ ନା ,କିନ୍ତୁ ଲୋକ କେବେ କେବେ କାହାକୁ ଏତେ ମାନିବାକୁ ଲାଗନ୍ତି ଯେ ତାଙ୍କୁ ଲାଗିଥାଏ କି ସେ ଜୀବନ୍ତ ଭଗବାନ ଅଟନ୍ତି । ଆଜି ଆମେ ଆପଣଙ୍କୁ ଜଣେ ଏମିତି ହିଁ ରାଜାଙ୍କ ବିଷୟରେ କହିବାକୁ ଯାଉଛୁ ,ଯାହାକୁ ସେହି ଦେଶର ଲୋକ ଜୀବନ୍ତ ଭଗବାନ ମାନିଥାନ୍ତି ।

ଏହି ରାଜାଙ୍କ ନାମ ହେଉଛି ହେଲ ସେଲାସି ,ଯିଏ ଇଥିୟୋପିୟାର ଶେଷ ସମ୍ରାଟ ଥିଲେ । ସେ ପାଖାପାଖି ୪୫ବର୍ଷ ପର୍ଯ୍ୟନ୍ତ ଇଥିୟୋପିୟା ରେ ରାଜ କଲେ । ରାସ୍ତାଫେରିୟନ ଲୋକ ତାଙ୍କୁ ଜୀବନ୍ତ ଭଗବାନ ମାନୁଥିଲେ । ତାଙ୍କ ମାତା ପିତା ତାଙ୍କ ନାମ ତଫରି ରଖିଥିଲେ ,କିନ୍ତୁ ପରେ ବାପତିମସା ସମୟରେ ତାଙ୍କୁ ପବିତ୍ର ନାମ ହେଲ ସେଲାସି ପ୍ରାପ୍ତ ହେଲା ,ଯାହାର ଅର୍ଥ ହେଉଛି ‘ଟ୍ରେନିଟ ର ଶକ୍ତି’ ।

୧୯୭୪ ମସିହାରେ ସମ୍ରାଟ ହେଲ ସେଲାସିଙ୍କୁ ଶାସନରୁ ହଟାଇ ଦିଆଗଲା ଏବଂ ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ମହଲରେ ବନ୍ଦୀ କରି ରଖାଗଲା । ସେହି ମହଲରେ ତାଙ୍କର ମୃତ୍ୟୁ ବି ହୋଇ ଯାଇଥିଲା । କୁହାଯାଏ କି ସମ୍ରାଟ ହେଲ ସେଲାସି ବନ୍ଦୀ କରିଥିବା ଲୋକ ହିଁ ମହଲରେ ତାଙ୍କର ହତ୍ୟା କରିଦେଇ ଥିଲା । ତାଙ୍କ ମୃତ୍ୟୁର ୨୫ବର୍ଷ ପରେ ୨୦୦୦ ମସିହାରେ ତାଙ୍କୁ ଅଦିସ ଅବାବା ଙ୍କ ଟ୍ରେନିଟ କେଥେଡ୍ରଲ ରେ ପୁଣି ଥରେ ପୋତି ଦିଆଯାଇ ଥିଲା ।

ହେଲ ସେଲାସି ଙ୍କ କବର କୁ ୧୯୯୨ ମସିହାରେ ସେହି ସମୟରେ ମାଟି ତଳୁ ବାହାର କରିଦିଆ ଯାଇଥିଲା ,ଯେତବେଳେ ଏହା ଜଣାପଡିଲା କି ସେ ଅଦିସ ଅବାବା ଙ୍କ ଇଂପିରିୟଲ ପ୍ରାସାଦ ରେ ଶୌଚାଳୟ ତଳେ ପୋତା ହୋଇଛି ।

Leave a Reply

Your email address will not be published. Required fields are marked *