ଆଜି ୧୧ ଅକ୍ଟୋବର ବଲୀଉଡର ମହାନାୟକ ସୁପର ଷ୍ଟାର ବିଗ ବ ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ । କିନ୍ତୁ ସେ ନିଜର ଜନ୍ମଦିନରେ ହିଁ ଗୋଟିଏ ବଡ ଭୁଲ କରିଦେଲେ । କହିବାକୁ ଗଲେ ଜନ୍ମ ଦିନରେ ସେ ଗୋଟିଏ ପୋସ୍ଟ କରିଥିଲେ ଓ ସେଥିରେ ସେ ତାଙ୍କର ବୟସ ଭୁଲ ଲେଖି ଦେଲେ । ଆଜି ଅମିତାଭ ବଚ୍ଚନ ୭୯ ବର୍ଷରେ ଗୋଡ ରଖିଛନ୍ତି । ଏହି ଉପଲକ୍ଷେ ଅମିତାଭ ବଚ୍ଚନ ଗୋଟିଏ ଫଟୋ ପୋସ୍ଟ କରିଛନ୍ତି । ସବୁଠୁ ବଡ କଥା ହେଉଛି କି ଏହି ପୋସ୍ଟରେ ସେ ନିଜର ହିଁ ବୟସକୁ ଭୁଲ କରି ଦେଇଛନ୍ତି ।
କିନ୍ତୁ ସଙ୍ଗେ ସଙ୍ଗେ ତାଙ୍କ ଝିଅ ଏହି ଭୁଲକୁ ଦେଖି ଏକ କମେଣ୍ଟ ଦେଇ ଠିକ କରି ଦେଇଛନ୍ତି । କିଛି ଦିନ ତଳେ ଅମିତାଭ ବଚ୍ଚନ ବଲୀଉଡରେ ୫୨ ବର୍ଷ କାମ କରିବାକୁ ନେଇ ଖୁସି ପାଳନ କରିଥିଲେ ଓ ଆଜି ସେ ତାଙ୍କର ଜନ୍ମଦିନ ଉପଲକ୍ଷେ ନିଜର ଏକ ଫଟୋ ଶେୟାର କରି ଲେଖିଛନ୍ତି କି ୮୦କୁ ଚାଲିଲି ।
ଏହି ପୋସ୍ଟରେ ରିପ୍ଳାଏ କରି ଅମିତାଭଙ୍କ ନତୁଣୀ ନବ୍ୟାନନ୍ଦା ଏକ ଇମୋଜି ଦେଇଥିଲେ । ସଙ୍ଗେ ସଙ୍ଗେ ଅମିତାଭଙ୍କ ଝିଅ ଶ୍ଵେତା ବଚ୍ଚନ ତାଙ୍କର ବୟସକୁ ଠିକ କରିବା ପାଇଁ କମେଣ୍ଟ ଦେଇ ଥିଲେ । ଶ୍ଵେତା ବଚ୍ଚନ ହାର୍ଟ ଇମୋଜି ସହ ୭୯ ବୟସ ଲେଖି ଥିଲେ । କହିଦେଛୁ କି ଅମିତାଭ ବଚ୍ଚନ ନିଜ ଜୀବନରେ ବହୁତ ଫିଲ୍ମରେ କାମ କରିଛନ୍ତି ଓ ସେ ନିଜର ଆସନ୍ତା ଫିଲ୍ମରେ ରନବୀର ଓ ଆଲିୟାଙ୍କ ସହ ନଜର ଆସିବେ ।
କହିଦେଉଛୁ କି ବୟସ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହାର ମାନିଛି । ଛୋଟ ହେଉ କିମ୍ବା ବଡ ସବୁ ପରଦାରେ ସେ ହିଟ । ଟ୍ରାଜେଡି, ରୋମାନ୍ସ, ଆକ୍ସନ, କମେଡି କିମ୍ବା ପାରିବାରିକ ଭଳି ସବୁ ଫିଲ୍ମରେ ସେ ନିଜକୁ ଫିଟ କରି ଦିଅନ୍ତି । ଭଲ ହାଇଟ ସହ ତାଙ୍କର ଦମଦାର ଡାଇଲଗ ଫିଲ୍ମକୁ ହିଟ କରିଦିଏ । ସେ କେତେବେଳେ ଅଙ୍ଗରୀ ମ୍ୟାନ ଲୁକ ନେଇ ସାମ୍ନାକୁ ଆସନ୍ତି ତ କେତେବେଳେ ପୁରା କମେଡି ଲୁକରେ ନଜର ଆସନ୍ତି ।
ଏହିଭଳି ଭବାରେ ଭିନ୍ନ ଭିନ୍ନ ରୋଲରେ ସେ ୫ ଦଶକ ହେବ ଦର୍ଶକମାନଙ୍କୁ ମନୋରଞ୍ଜନ କରି ଆସୁଛନ୍ତି । ବଲୀଉଡର ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କୁ ଆମ ତରଫରୁ ଜନ୍ମଦିନ ଉପଲକ୍ଷେ ହାର୍ଦିକ ଶୁଭକାମନା । କୋଟି କୋଟି ଦର୍ଶକମାନଙ୍କ ହୃଦୟରେ ରାଜ କରୁଥିବା ଅମିତାଭ ବଚ୍ଚନଙ୍କ ପାଖକୁ ଆଜି କୋଟି କୋଟି ଦର୍ଶକମାନଙ୍କ ତରଫରୁ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଆସୁଛି ।