ଜୟା ବଚନଙ୍କ କଥା ଶୁଣି ଐଶ୍ଵର୍ଯ୍ୟା ରାୟଙ୍କ ଆଖିରେ ଆସିଗଲା ଲୁହ, ସବୁ ଶାଶୂ ବୋହୁଙ୍କୁ ଶିଖିବା ଦରକାର ଏହି କଥା

ଆପଣମାନେ ସମସ୍ତ କିଛି ବର୍ଷ ତଳେ ଐଶ୍ଵର୍ଯ୍ୟା ରାୟ ଏବଂ ଜୟା ବଚନ ମଧ୍ୟରେ ହୋଇଥିବା ଭୁଲ ବୁଝା ମଣା ବିଷୟରେ ଖବର ରେ ପଢିବାକୁ ପାଇଥିଲେ, କିନ୍ତୁ କିଛି ସମୟ ପରେ ଏହାକୁ ମୂଳରୁ ମନା କରି ଦିଆ ଗଲା । ଯେତେବେଳେ ଐଶ୍ଵର୍ଯ୍ୟା ରାୟଙ୍କ ବିବାହ ଅଭିଷେକ ବଚ୍ଚନଙ୍କ ସହ ହେବାର କଥା ଉଠିଥିଲା ସେହି ସମୟରେ ଗୋଟେ ଜାଗାରେ ଜୟା ବଚ୍ଚନ ସବୁ ଲୋକଙ୍କୁ ଐଶ୍ଵର୍ଯ୍ୟାକୁ ନିଜ ଘର ସଦସ୍ୟ କହି ଦେଖା କରେଇଥିଲେ ଯାହା ପରେ ଐଶ୍ଵର୍ଯ୍ୟାଙ୍କ ଆଖିରେ ଲୁହ ଆସି ଯାଇଥିଲା । ତେବେ ଏହି ସମ୍ପର୍କ ଦେଖି ସମସ୍ତେ କୁହନ୍ତି ଯେ ଶାଶୂ ବୋହୁ ସମ୍ପର୍କ ଏହି ଭଳି ହବା ଉଚିତ ତେବେ ଆସନ୍ତୁ ଜାଣିବା କେଉଁ କଥା ଦ୍ଵାରା ସମ୍ପର୍କ ଏମିତି ହୋଇଥାଏ ।

ଦୁହେଁ ଦୁହିଁଙ୍କୁ ବୁଝିବାକୁ ପ୍ରୟାସ କରିବା ଉଚିତ :

ଶାଶୂ ଏବଂ ବୋହୂ ଦୁହେଁ ଅଲଗା ଅଲଗା ପରିବେଶରୁ ଆସିଥାନ୍ତି, ଏମିତି ସ୍ଥିତି ରେ ଏହା ସ୍ଵାଭାବିକ ଯେ ପ୍ରଥମେ ଆପଣଙ୍କୁ ଦୁହିଙ୍କୁ ବିଚାର ଅଲଗା ଅଲଗା ହୋଇପାରେ, କିନ୍ତୁ ଏହାର ଅର୍ଥ ଏହା ନୁହ ଯେ ଆପଣ ଛୋଟ ଛୋଟ କଥା ପାଇଁ ବାହୁକୁ କିଛି ବି କହିବେ, ବା ବୋହୂ ନିଜ ଶାଶୂକୁ ଓଲଟା ଜବାବ ଦବ । ପ୍ରାୟତଃ ଏହି ବିନା କାରଣ କଥା ସମ୍ପର୍କ ମଧ୍ୟରେ ଦୂରତା କରିଥାଏ ।

ଶଶୁର ଘରକୁ ପ୍ରାଥମିକ୍ତା ଦିଅନ୍ତୁ :

ବୋହୂକୁ ସବୁବେଳେ ଏହି କଥା ଧ୍ୟାନ ରଖିବା ଉଚିତ ଯେ ତାଙ୍କ ପ୍ରାଥମିକ୍ତା ତାଙ୍କ ସସୁରଘର ଅଟେ ନା କି ତାଙ୍କ ବାପଘର, ସବୁବେଳେ ନିଜ ସସୁରଘର ତୁଳନା ନିଜ ବାପଘର ସହ କରିବା ଉଚିତ ନୁହ, ତେବେ ଶାଶୂକୁ ମଧ୍ୟ ଏହି କଥା ଧ୍ୟାନ ରଖିବା ଉଚିତ ଯେ ବୋହୂ ଅନ୍ୟ ଜାଗାରୁ ଆସିଛି ତାଙ୍କୁ ଏଡଯଷ୍ଟ କରିବା ପାଇଁ କିଛି ସମୟ ଲାଗିଥାଏ, ଏମିତି ସ୍ଥିତି ରେ ସବୁବେଳେ ବୋହୂକୁ ଝିଅ ଭଳି ଭଲ ପାଇବା ଦିଅନ୍ତୁ ।

ଦୁହେଁ ଦୁହିଙ୍କ ପ୍ରଶଂସା କରନ୍ତୁ :

ଯଦି ଆପଣଙ୍କ ବୋହୂ ବା ଆପଣଙ୍କ ଶାଶୂ କୌଣସି ଭଳି ରୋଷେଇ ବା ଆପଣଙ୍କ ପସନ୍ଦ କୌଣସି ଜିନିଷ କରିଛନ୍ତି, ତେବେ ତାଙ୍କ ମନ ରଖିବା ପାଇଁ ପ୍ରଶଂସା କରନ୍ତୁ, ଦୁହେଁ ଦୁହିଙ୍କ ଅନୁଭବ ଶୁଣନ୍ତୁ ଏବଂ ପ୍ରୟାଶ କରନ୍ତୁ ଯେ ଦୁହେଁ ଦୁହିଙ୍କ ସହ ପ୍ରତିଦିନ ସମୟ ବ୍ଯତୀତ କରନ୍ତୁ ଏହା ଦ୍ଵାରା ସମ୍ପର୍କ ଗଭୀର ହୋଇଥାଏ ।

ଭୁଲ ବୁଝାମଣା ଦୂର କରିବା ପାଇଁ ଚେଷ୍ଟା କରନ୍ତୁ :

କେତେ ଥର ଏହା ଦେଖିବାକୁ ମିଳିଥାଏ ଯେ ଶାଶୂ ବୋହୂ ବିଚାର ଏକା ହୋଇନଥାଏ, ଓ ଗୋଟେ ଛୋଟ କଥା ପାଇଁ ଘରେ ଝଗଡା ଭଳି ବାତାବରଣ ହୋଇଥାଏ, ଏମିତି ରେ ଆପଣ ଦୁଇ ଜଣ ଏହା ପ୍ରୟାଶ କରନ୍ତୁ ଯେ ଆପଣଙ୍କ ବିଚାର ଅଲଗା ହେଲେ ମଧ୍ୟ ଆପଣ ଏହାକୁ ଶାନ୍ତି ଭାବରେ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *