ଯେମିତି ଦେଖିବୁ ଦେଖ, ସବୁଯାକ ସମାନ… କାହିଁକି ଏମିତି କହିଲେ ଗଣ ଶିକ୍ଷା ମନ୍ତ୍ରୀ Samir Ranjan Dash- ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସରକାରୀ ସ୍କୁଲରେ ଚାଲିଛି ଅବ୍ୟବସ୍ଥା । ବର୍ଷ ବର୍ଷ ଧରି ପ୍ରାୟତ ସବୁ ସ୍କୁଲରେ ଦେଖା ଯାଉଛି । ଉପାନ୍ତ ଅଞ୍ଚଳର ଗାଁ ଗହଳି ସ୍କୁଲ କଥା ନ କହିଲେ ଭଲ । ଅବ୍ୟବସ୍ଥା ସୁଧାରିବାକୁ ଗଣ ଶିକ୍ଷା ବିଭାଗର କୌଣସି ତାଗିଦ କାମ ଦେଉ ନାହି । ହାତ ଟେକି ଦେଲେଣି ମନ୍ତ୍ରୀ । ଯୁଆଡେ ଦେଖିବ ସିଆଡେ ଅଳିଆ । ନିକଟରେ ଗଣଶିକ୍ଷା ମନ୍ତ୍ରୀ ବାଲେଶ୍ଵର ଯାଇଥିଲେ । ସେଠାରେ ତିକ୍ତ ଅନୁଭୂତି ନେଇ ଫେରିଲେ । ଏବେ ନିଜ ନିର୍ବାଚନ ମଣ୍ଡଳୀକୁ ଲାଗିଥିବା ଏକ ସ୍କୁଲ ରେ ବୁ ସମାନ ଅବ୍ୟବସ୍ଥା ଦେଖା ଯାଉଛି ।

ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନିମାପଡା ଗସ୍ତ ସମୟରେ ପିପିଲି ଟୋଲ ଗେଟ ନିକଟରେ ଦିନ ୧୦ତା ୨୦ ମିନିଟରେ ଶିକ୍ଷୟତ୍ରୀଙ୍କୁ ଟିୟୁସନ କରିଛନ୍ତି । ଦୁଇ ଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବା ଦେଖି ସେମାନଙ୍କୁ ଅଟକାଇ ଏତେ ଲେଟରେ କାହିଁଙ୍କି ସ୍କୁଲ ଆସୁଥିବା କଥା ମନ୍ତ୍ରୀ ପଚାରିଥିଲେ । ଶିକ୍ଷୟତ୍ରୀ ଦୁହେଁ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ।

ତେବେ ନ ନେଇ ମନ୍ତ୍ରୀ କହିଛନ୍ତି ସେ ଦୁଇ ଜଣକ ଶିକ୍ଷୟତ୍ରୀଙ୍କୁ ରାସ୍ତା ଅଟକାଇ ପଚରାଉଚରା କରିବା ସହ ଏତେ ଲେଟ ରେ କଣ ପାଇଁ ସ୍କୁଲ ଆସୁଛନ୍ତି ତାହାର କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଛନ୍ତି । ଦିନ ୧୦ତା ପରେ ସ୍କୁଲ ର ଶିକ୍ଷା ଆରମ୍ଭ ନ ହୋଇଥିବା କଥା ମଧ୍ୟ ମନ୍ତ୍ରୀ କହିଛନ୍ତି ।

ଏହା ପରେ ପିପିଲି ନିମାପଡା ମୁଖ୍ୟ ରାସ୍ତା ଜଗନ୍ନାଥ ୟୁପି ସ୍କୁଲ କୁ ଅଚାନକ ଗସ୍ତ କରିଥିଲେ ମନ୍ତ୍ରୀ । ସେଠାରେ ଦିନ ୧୦ତା ୨୩ ରେ ମଧ୍ୟ ପିଲା ମାନେ ହତାରେ ଏଣେତେଣେ ବୁଲୁ ଥିବାର ଦେଖିଥିଲେ । ଶିକ୍ଷକ ମାନେ ଅଫିସରେ ବସି ଏକାଠି ଖଟି ମାରିବାର ଦେଖିଥିଲେ ମନ୍ତ୍ରୀ । ଆଉ ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବହରଇ ଥିବାର ଦେଖିଥିଲେ ।

ପଚାରିବାରୁ ଜଣା ପଡିଥିଲା କି ପ୍ରଧାନ ଶିକ୍ଷକ ପାରିବ କିଣିବାକୁ ଯାଉଥିଲେ । ସମସ୍ତ ଶିକ୍ଷକ ମନ ଇଚ୍ଛା ଆସୁଛନ୍ତି ହେଲେ ଖାତା ରେ ଉପସ୍ଥାପନା କିନ୍ତୁ ଠିକ ସମୟରେ ପଡୁଛି ଏହା କିପରି ସମ୍ଭବ ହେଲା ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ । DO ଓ BO ଙ୍କୁ ପ୍ରାଣ କରି ଏହି ସ୍କୁଲର ୮ ଜଣ ଶିକ୍ଷକ ଙ୍କୁ କାରଣ ଦର୍ଶାଇବାକୁ ଜାରି କରିବା ସହ ଦରମା ବନ୍ଦ କରିବାର ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଦୃଶ୍ୟ ଆପଣଙ୍କୁ ଚକିତ କରିପାରେ । କିନ୍ତୁ ବଡ କଥା ହେଉଛି ଗାଁ ଗହଳି ର ସରକାରୀ ସ୍କୁଲ ପାଇଁ ଏହା ନୀତିଦିନିଆ କଥା । ଏହାକୁ ସମସ୍ତେ କହିଲେଣି ମନ୍ତ୍ରୀ ଥରେ ଆମ ସ୍କୁଲକୁ ଆସନ୍ତେନି । ତେବେ ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ବାସ୍ତବରେ ଗ୍ରହଣୀୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଶିକ୍ଷା ବ୍ୟବସ୍ଥା କୁ ନେଇ ମତାମତ କଣା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *