ଜେରା ପରେ ଥାନାରୁ ବାହାରିଲେ Babushan କିନ୍ତୁ ମନ ଟେନସନରେ ଥିଲା, କାହିଁକି ?

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ ଶନିବାର ଦିନ ସକାଳୁ ରାସ୍ତା ମଝିରେ ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ଗାଡି ରେ ଯାଉଥିବାର ଦେଖି ସ୍ତ୍ରୀ ତୃପ୍ତି ସେମାନଙ୍କର ପ୍ରେମ ସ୍ମାପର୍କ ବିଷୟରେ ମିଡିଆ ଆଗରେ କହିଥିଲେ । ଯାହାକୁ ନେଇ ବିବାଦ ଜୋର ଧରିଥିଲା । ଓଡିଶା ସହ ଓଡିଶା ବାହାରେ ମଧ୍ୟ ବାବୁସାନ-ପ୍ରକୃତି-ତୃପ୍ତି ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଦୁହେଁ ମାଡ ଖାଇବା ପରେ ତୃପ୍ତିଙ୍କ ଠାରୁ ଚେନ୍ନାଇ ଚାଲି ଯାଇଥିଲେ । ଏହା ପରେ ପ୍ରକୃତି ଘରକୁ ଫେରିଥିଲେ କିନ୍ତୁ ବାବୁସାନ ଫେରି ନ ଥିଲେ । ପରେ ବାବୁସାନ ନିଜ ମାନଙ୍କର ଅନୁରୋଧ କ୍ରମରେ ଘରକୁ ଫେରିଥିଲେ ।

ଏହା ପରେ ସ୍ତ୍ରୀ ତୃପ୍ତି ମଧ୍ୟ ଥାନାରେ ଏତାଲା ରୁଜୁ କରିଥିଲେ ଯେଉଁଥିରେ ତାଙ୍କ ଶାଶୁ ଅପରାଜିତା ମହାନ୍ତି ତାଙ୍କର ସାଥ ଦେଇଥିଲେ । ବର୍ତ୍ତମାନ ପ୍ରକୃତି ମିଶ୍ର ଙ୍କୁ ପୋଲିସ ଜେରା କରି ସାରିଛି ତାଙ୍କ ଘରକୁ ଯାଇ । ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲା ଖାରବେଳ ନଗର ପୋଲିସ । ତେବେ ଆଜି ଜନ୍ମ ଦିନରେ ବାବୁସାନ ପହଞ୍ଚିଥିଲେ ଥାନାରେ । ଆଉ ତାଙ୍କୁ ପୋଲିସ ଜେରା ମଧ୍ୟ କରିଛି ।

ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବା ସହ ବାବୁସାନ ଥାନାରୁ ବାହାରିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ମାନେ ଦେଖି ପାରିବେ ଗଣମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଜନତା ମାନେ ବାବୁସାନ ଙ୍କୁ ଚାରି ଆଡୁ ଘେରି ରହିଛନ୍ତି । ସେ ଥାନରୁ ବାହାରିବା ପରେ ତାଙ୍କୁ ମିଡିଆ ବାଲା ଅନେକ ପ୍ରକାରର ପ୍ରଶ୍ନ ପଚାରିଛନ୍ତି ।

କିନ୍ତୁ କୌଣସି ଉତ୍ତର ଦେଇ ନାହାନ୍ତି ବାବୁସାନ । ତାଙ୍କର ସୁରକ୍ଷା କର୍ମୀ ମାନେ ତାଙ୍କୁ ସୁରକ୍ଷା ର ସହ ଗାଡି ଭିତରେ ବସାଉଛନ୍ତି । କିନ୍ତୁ ସବୁଠାରୁ ବଡ କଥା ଦେଖିବାକୁ ମିଳିଛି ଥାନା ରୁ ବାହାରିବା ପରେ ବାବୁସାନ ବହୁତ ଚିନ୍ତା ରେ ଥିବାର ନଜର ଆସୁଛନ୍ତି । ଆଜି ନିଜ ଜନ୍ମ ଦିନ କୁ ନେଇ ବେଶ ଖୁସି ଥିଲେ ବାବୁସାନ ।

କିନ୍ତୁ ପୋଲିସ ଏମିତି କଣ ପ୍ରଶ୍ନ ପଚାରିଅଛି ଯେ ଯାହା ପାଇଁ ବାବୁସାନ ବହୁତ ଚିନ୍ତା ରେ ପଡି ଯାଇଛନ୍ତି । ତେବେ ଚିନ୍ତା ରେ ପଡିବା ସ୍ଵାଭାବିକ କଥା । କାରଣ ତାଙ୍କର ଓ ପ୍ରକୃତିଙ୍କ ସଂପର୍କକୁ ନେଇ ଯେଉଁ ବିବବାଦ ସୃଷ୍ଟି ହୋଇଛି ତାହା ପାଇଁ ସେମାନେ ଦୁହେଁ ଦାୟୀ ଅଟନ୍ତି । ତେବେ ସ୍ଵାଭାବିକ କଥା ତୃପ୍ତି ଯେଉଁ ମାମଲା ରୁଜୁ କରିଛନ୍ତି ସେହି ସବୁ ପ୍ରଶ୍ନ ପଚାରିଥିବ ପୋଲିସ ବାବୁସାନ ଙ୍କୁ ଯାହାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି । ତେବେ ସେ ଯାହା ବି ହେଉ ପୋଲିସ ବାବୁସାନ ଙ୍କୁ କଣ ସବୁ ପ୍ରଶ୍ନ କରିଥିଲା ଆଉ ତାର ଜବାବ ସେ କଣ ଦେଇଥିଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *