ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ତେବେ ଯେଉଁ ଲୋକଙ୍କ ଭିତରେ ଏହି ୩ଟି ଲକ୍ଷଣ ହୋଇଥାଏ ସେହି ଲୋକଙ୍କ ଉପରେ ମହାଦେଙ୍କ କୃପା ହୋଇଥାଏ । ତେବେ ଆପଣ ଏହା ଜାଣିଛନ୍ତି ଯେ ଭଗବାନ ଭୋଳେନାଥ ବହୁତ ଶୀଘ୍ର ପ୍ରଶନ ହୋଇଥାନ୍ତି, ଶିବ ଭଗବାନଙ୍କୁ ପ୍ରଶନ କରିବା ପାଇଁ କିଛି ବିଶେଷ ଉପାୟ ଏବଂ କଷ୍ଟ କରିବା ଆବଶ୍ୟକ ପଡିନଥାଏ ମନ ସ୍ଵଛ କରି ସଫା ହୃଦୟରେ ଭଗବାନଙ୍କ ଚରଣରେ କେବଳ ପାଣି ଢାଳିବା ଯଥେଷ୍ଟ ଅଟେ ।
ଆଜି ଆମେ ଆପଣଙ୍କୁ ମାହାତ୍ମା ବିଦୁର ଯିଏ ମହାଭାରତରେ ହସ୍ତିନାପୁର ମହାମନ୍ତ୍ରୀ ଥିଲେ ଏବଂ ପାଣ୍ଡଊ ଓ ଦ୍ଧୃତରାଷ୍ଟ୍ର ଭାଇଥିଲେ ସେ ବହୁତ ଭଲ ଏବଂ ଆବଶ୍ୟକ କଥା କହିଥିଲେ ଏବଂ ତାଙ୍କ କହିବା ଅନୁଯାଇ ଏହି ୩ଟି ଲକ୍ଷଣ ପାଇଥିବା ଲୋକ ଉପରେ ମହାଦେବଙ୍କ କୃପା ହୋଇଥାଏ ।
ମହାଦେବଙ୍କ କୃପା ପାଇଥିବା ଲୋକ ସାମାନ୍ଯ ଜୀବନ ବ୍ଯତୀତ କରିବା ପସନ୍ଦ କରନ୍ତି, କେବେ କାହାକୁ ଅସୁବିଧାରେ ଛାଡନ୍ତି ନାହିଁ, କେବେ କାହାକୁ ଅସୁବିଧାରେ ପକାନ୍ତି ନାହିଁ, ନିଜ କାମ ସଫଳତା ସହ କରିବା ପାଇଁ ଚେଷ୍ଟା କରନ୍ତି କେବେ କାହାକୁ ଦୂରବ୍ୟବହାର କରନ୍ତି ନାହିଁ । ମହାଦେବଙ୍କ କୃପା ପ୍ରାପ୍ତ ମଣିଷ ପଶୁ ପ୍ରେମୀ ହୋଇଥାନ୍ତି ସେ ସବୁବେଳେ ପଶୁ ପଖିଙ୍କ ଭଲ ପାଇଁ ସବୁ କାମ କରନ୍ତି ଏବଂ ପଶୁ ପଖିମାନଙ୍କୁ କେବେ କଷ୍ଟ ଦବା କାମ କରନ୍ତି ନାହିଁ ।
ଏହି ଗୁଡିକ କଥା ମାହାତ୍ମା ବିଦୁର ଦ୍ଵାରା କୁହା ଯାଇଥିଲା, ଯେଉଁ ବ୍ୟକ୍ତି ଜ୍ଞାନ, ଧନ, ବିପୁଲ ସମ୍ପତ୍ତି ସବୁ ପାଇ ମଧ୍ୟ ଅହଂକାର କରି ନଥାଏ ସେହି ବ୍ୟକ୍ତି ଉପରେ ମହାଦେବ କୃପା କରିଥାନ୍ତି । ଯେଉଁ ପରି ନଦି ନିଜ ଜଳ ପିଅନ୍ତି ନାହିଁ, ବୃକ୍ଷ ନିଜ ଫଳ ନିଜେ ସେବନ କରନ୍ତି ନାହିଁ, ସେହି ଭଳି ଯେଉଁ ବ୍ୟକ୍ତି ନିଜ ଜୀବନ ପରୋପକାର ରେ ବିତେଇ ଥାଏ ସେହି ବ୍ୟକ୍ତିକୁ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ ।
ଯେଉଁ ଭଳି ଫଳ ପ୍ରାପ୍ତ ବୃକ୍ଷ ନଇ ଯାଇଥାଏ, ପାଣି ଥିବା ବାଦଲ ନଇ ଥାଏ ସେହି ଭଳି ଜ୍ଞାନୀ ଏବଂ ଭଲ ମଣିଷ ସବୁବେଳେ ବିନମ୍ର ହୋଇଥାନ୍ତି ସେ ନିଜ କଥା ବା କାର୍ଯ୍ୟ ଦ୍ଵାରା କାହାକୁ କଷ୍ଟ ଦିଅନ୍ତି ନାହିଁ, ଯେଉଁ ବ୍ୟକ୍ତି ମହାବଳୀ ହବା ପରେ ବି ଯେଉଁ ଲୋକ ଦୁର୍ବଳ ଉପରେ ଅତ୍ୟାଚାର କରନ୍ତି ନାହିଁ ଓ ସବୁବେଳେ ସତ୍କର୍ମ କରିବା ପାଇଁ ଆଗେଇ ଯାନ୍ତି ତାଙ୍କ ଉପରେ ଭଗବାନ ଶିବଙ୍କର ଅସିମ କୃପା ହୋଇଥାଏ ।