ଅମ୍ଫାନ ପରେ ପୁଣି ଆସିଲା ନିସର୍ଗ ଓ ଛାରଖାର କରିଦେଲା ଭାରତର ଏହି ରାଜ୍ୟ

ପଶ୍ଚିମ ବଙ୍ଗଳା ଓ  ଓଡିଶା ରେ ବହୁତ କ୍ଷୟ କ୍ଷତି କରିଥିବା ଅମ୍ଫାନ ପରେ ଏବେ ଚକ୍ରବତୀ ତୋଫାନର  ଭୟ ମହାରାଷ୍ଟ୍ର ,ଗୁଜୁରାଟ ଓ ତାର ଆଖ ପାଖ ଜାଗାରେ ଦେଖିବାକୁ ମିଳିଛି । ଭାରତୀୟ ପାଣିପାଗ ବିଭାଗ ନିସର୍ଗ କୁ ନେଇ ଯେଉଁ ଚେତାବନୀ ଦେଇଥିଲେ ତାହା ବର୍ତ୍ତମାନ ସଠିକ ହୋଇ ସାରିଛି । ଆଜି ପ୍ରାୟ 12.30 ସମୟରେ ମହାରାଷ୍ଟ୍ରର ରାୟଗଡ ଜିଲ୍ଲା ନିକଟରେ ଘୂର୍ଣ୍ଣିବଳୟ ନିସର୍ଗ ଅବତରଣ କରିଥିଲା । ଘୂର୍ଣ୍ଣିବଳୟ ଏକ ଘଣ୍ଟା ପରେ ଆଲିବାଗ ପାର ହୋଇଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି । ପ୍ରବଳ ସାଇକ୍ଲୋନିକ୍ ଝଡ 20 କିଲୋମିଟର ବେଗରେ ଯାତ୍ରା କରୁଛି ଏବଂ ପବନର ବେଗ 90-100 କିଲୋମିଟର ମଧ୍ୟରେ, 110 କିଲୋମିଟର ପର୍ଯ୍ୟନ୍ତ ଗତି କରୁଛି ।

 

ନିସର୍ଗ ର ଭୟ ଦେଖି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ଭିଡିଓ କନଫରେସିଙ୍ଗ ଜରିଆରେ ଆଲୋଚନା କରିଛନ୍ତି ଓ ସ୍ଥିତି କଣ ଅଛି ପଚାରିଛନ୍ତି। ବାତ୍ୟାର ଭୟ କୁ ଦେଖି NDRF ର ୧୧ ଜଣିଆ ଟିମକୁ ସଂବେଦନଶୀଳ ଜାଗାରେ ଆଲର୍ଟ ରହିବା ପାଇଁ କୁହାଯାଇଥିଲା ।

ଗୁଜୁରାଟ ଓ ଦମନ-ଦିବ ଏଲର୍ଟ

ଗୁଜୁରାଟ ଓ ଦମନ ଦିବ କୁ ସଚେତନ  ରହିବା ପାଇଁ କୁହାଯାଇଥିଲା । ଦକ୍ଷିଣ ଗୁଜୁରାତ୍ ସୁରାଟ ,ନବସରି, ବଲସାଡ ,ଡାଙ୍ଗ ଓ ଭରୁଚ କୁ ମଧ୍ୟ ସଚେତନ କରାଯାଇଛି । ଗୁଜୁରାଟରେ ୧୧ ଓ ଦମନ ଓ ଦିବ ରେ ୧-୧ ଟିମ କୁ ରଖାଯାଇଛି । ଏହା ଛଡା SDRFରଟିମ କୁ ବି ସଚେତନ ରହିବାକୁ କୁହାଯାଇଛି ।

ବାତ୍ୟାର ଗତି

ପାଣିପାଗ ବିଭାଗ କହିଛି କି ନିସର୍ଗ ଜୁନ 3 ସନ୍ଧ୍ୟାରେ ରାୟଗଡ ଓ ଦମନ ଦେଇ ଯାଉଛି ଓ ଏହାର ଗତି ପାଖା ପାଖି ୧୦୫ ରୁ ୧୧୫ କିଲୋମିଟର ଭିତରେ ହବ । ୪ ଜୁନରେ ଆହାର ଗତି କମହୋଇ ୬୦-୭୦ ରୁ ୮୦ କିଲୋମିଟର ପ୍ରତି ଘଣ୍ଟାରେ ରହିବ । ପୂର୍ବ ମାସରେ ଓଡିଶା ଓ ପଶ୍ଚିମ ବଙ୍ଗଳାରେ ବହୁତ କ୍ଷୟ କ୍ଷତି କରିଥିବା ଅମ୍ଫନର ଗତି ପ୍ରତି ଘଣ୍ଟାକୁ ୧୮୦ କିଲୋମିଟର ବେଗରେ ଥିଲା ।

ବାତ୍ୟାର ପ୍ରଭାବ :-

ମହାରାଷ୍ଟ୍ର ଓ ଗୁଜୁରାଟ ର ଉପକୂଳବର୍ତୀ ଜାଗା ରେ ବହୁତ ଜୋରରେ ପବନ ବହିବ ତା ସହିତ ବହୁତ ବର୍ଷ ହେବାର ସମ୍ବାଭନା ରହିଛି । ମାଛ ଧରାଳି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା  ପାଇଁ  ପରାମର୍ଶ ଦିଆଯାଇଛି । IMD  ନିସର୍ଗ ଉପରେ ବହୁତ ପକ୍ଷରୁ ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *