ଯେଉଁ ଘର ସାମ୍ନାରେ ଏହି ଗଛ ମନକୁ ଉଠିଥାଏ ସେହି ଘରେ ଧନର ବର୍ଷା ହୋଇଥାଏ, ସ୍ଵୟଂ ମା’ଲକ୍ଷ୍ମୀ ସେହି ଘରେ କରନ୍ତି ବାସ

ଗଛଲତା ଦ୍ଵାରା ଆମକୁ ଜୀବନ ଉପଯୋଗୀ ସମସ୍ତ ବସ୍ତୁ ମିଳିଥାଏ । ଆମର ଜୀବନ ବି ଗଛଲତା ଉପରେ ନିର୍ଭର କରିଥାଏ । କାରଣ ଗଛରୁ ହିଁ ଆମକୁ ଅକ୍ସିଜେନ ମିଳିଥାଏ । ଚାରିଆଡେ ଥିବା ଗଛଲତା ପରିବେଶକୁ ଶୁଦ୍ଧ କରିବା ସହିତ ଆମର ମନ ମସ୍ତିଷ୍କକୁ ଶାନ୍ତ ରଖିଥାଏ । ଗଛଲତାରୁ ବାହାରୁଥିବା ସକରାତ୍ମକ ଊର୍ଜା ଦ୍ଵାରା ଆଖପାଖରେ ଥିବା ନକରାତ୍ମକ ଊର୍ଜା ବି ସମାପ୍ତ ହୋଇଯାଏ । ବାସ୍ତୁ ଶାସ୍ତ୍ରରେ ବି ଗଛଲତାର ବହୁତ ମହତ୍ଵ ବିଷୟରେ କୁହାଯାଇଛି ।

ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି ଗଛଲତା ଅଛି ଯାହାକି ଆମ ପାଇଁ ବହୁତ ହିଁ ଶୁଭ ହୋଇଥାଏ । ଯଦି ଆମେ କିଛି ଗଛ ଘରେ ଲଗାଉଛୁ କିମ୍ବା ଏମାନଙ୍କ ମଧ୍ୟରୁ କିଛି ଗଛ ଆମ ଘର ସାମ୍ନାରେ ମନକୁ ମନ ଉଠି ଯାଉଛି ତେବେ ଏହା ଘରେ ସୁଖ ଶାନ୍ତି ସମୃଦ୍ଧି ଆସିବାର ସଂକେତ ଦେଇଥାଏ ।

ଏହିଭଳି ଗଛ ଘରେ ଥିବା କାରଣରୁ ଆମର ବର୍ତ୍ତମାନ ହିଁ ନୁହେଁ ଅଥବା ଭବିଷ୍ୟତ ବି ସୁନ୍ଦର ହୋଇଯାଏ । ସେଥିପାଇଁ ଆମକୁ ଏହି ଗଛ ଘରେ ନିଶ୍ଚିତ ରୂପରେ ଲଗାଇବା ଉଚିତ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଗଛ ବିଷୟରେ କହିବୁ ଯାହାକି ଆମ ପାଇଁ ବହୁତ ଶୁଭ ଅଟେ ।

ତୁଲସୀ ଗଛ: ତୁଲସୀ ଗଛକୁ ଧନର ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ଓ ପବିତ୍ର ବୋଲି କୁହାଯାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ସମସ୍ତଙ୍କ ଘରେ ତୁଲସୀ ଗଛ ନିଶ୍ଚିତ ରୂପରେ ଥିବା ଉଚିତ । ତୁଲସୀ ଗଛ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ ।

ସେଥିପାଇଁ ତୁଲସୀ ଗଛ ଆମ ଘରେ ରହିବା କାରଣରୁ ଆମ ଘରେ ଧନ ଧାନ୍ୟରେ ପରିପୂର୍ଣ ରହିଥାଏ । ଏହା ସହିତ ତୁଲସୀ ଗଛରୁ ସକରାତ୍ମକ ପ୍ରଭାବ ବାହାରିବା ଦ୍ଵାରା ଆମ ଜୀବନରେ ବି ସକରାତ୍ମକତା ଆସିଥାଏ । ଘରର ଅଗଣାରେ ଥିବା ତୁଲସୀ ଗଛ ଆମ ଘରେ ଖରାପ ଶକ୍ତିକୁ ପ୍ରବେଶ କରିବା ଠାରୁ ଦୂରେଇ ରଖିଥାଏ ।

ବେଳ ଗଛ: ଯେଉଁ ଘରେ ବେଳ ଗଛ ଥାଏ ସେହି ଘରର ଲୋକମାନେ ସବୁବେଳେ ଖୁସିରେ ରୁହନ୍ତି । ବେଳ ଗଛକୁ ଆପଣ ପ୍ରଥମେ ଗୋଟିଏ ଗାଙ୍ଗୁଳାରେ ଓ ଏହା ପରେ ଏହାକୁ ନିଜ ଅଗଣାରେ ଲଗାଇ ପାରିବେ । ଏହି ଗଛ ବଢୁ ବଢୁ ବହୁତ ବଡ ହୋଇଥାଏ । ଆମ ଜୀବନରେ ସୁଖ ସମୃଦ୍ଧି ମଧ୍ୟ ଦେଇଥାଏ । ଏହି ଗଛ ଶିବଙ୍କୁ ଅତି ପ୍ରିୟ ଅଟେ ।

ଲେମ୍ବୁ ଗଛ: ଆପଣ ସମସ୍ତେ ଜାଣିଛନ୍ତି କି ତନ୍ତ୍ର ମନ୍ତ୍ର ସାଧନା ଓ ଖରାପ ଦ୍ରୁଷ୍ଟିରୁ ବଞ୍ଚିବା ପାଇଁ ପ୍ରମୁଖ ରୂପରେ ଲେମ୍ବୁର ଉପଯୋଗ କରାଯାଏ । କାରଣ ଲେମ୍ବୁରେ ନକାରତ୍ମକତା ଶକ୍ତିକୁ ଟାଣିବାର ଶକ୍ତି ଥାଏ । ସେଥିପାଇଁ ଯଦି ଘରେ ଲେମ୍ବୁ ଗଛ ଅଛି ତେବେ ଖରାପ ନଜର ଆମ ଘରେ ପଡେ ନାହିଁ ।

ଅରଖ ଫୁଲ: ଅରଖ ଫୁଲର ଗଛ ବି ବହୁତ ଶୁଭ ହୋଇଥାଏ । ଏହାର ଫୁଲ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ । ଅରଖ ଫୁଲ ଆମ ଜୀବନରେ ଆସୁଥିବା ବାଧାକୁ ଦୂର କରିଥାଏ । ଯେଉଁ ଲୋକମାନଙ୍କ ଘରେ ସାମ୍ନାରେ ଅଚାନକ ଅରଖ ଫୁଲର ଗଛ ଉଠିଯାଏ ସେହି ଘରେ କେବେ ବି କୌଣସି ବି ପ୍ରକାରର ଅଭାବ ରୁହେ ନାହିଁ । ଯଦି କୌଣସି ବ୍ୟକ୍ତିର ଜାତକରେ ଦୋଷ ଅଛି ଓ କାହାକୁ ବାରମ୍ବାର ନଜର ଲାଗୁଛି ତେବେ ଅରଖ ଗଛର ହାର ତିଆରି କରି ବେକରେ ପିନ୍ଧିବା ଦ୍ଵାରା ଲାଭ ମିଳିଥାଏ ।

କଦଳୀ ଗଛ: କଦଳୀ ଗଛ ବି ଘରେ ସୁଖ ସମୃଦ୍ଧି ଆଣିଥାଏ । ସେଥିପାଇଁ ଘର ସାମ୍ନାରେ କଦଳୀ ଗଛ ହେବା ଦ୍ଵାରା ଘରେ ମାତା ଲକ୍ଷ୍ମୀର ବାସ ହୋଇ ଥାଏ ।

Leave a Reply

Your email address will not be published. Required fields are marked *