ସକାଳୁ ଉଠି ଭୁଲରେ ବି କରନ୍ତୁ ନାହିଁ ଏହି 3ଟି କାମ! ନ ହେଲେ ଧନୀ ବି ହୋଇପାରେ କାଙ୍ଗାଳ- Ajira Anuchinta

ଆପଣ ମାନେ ଜାଣିଥିବେ ଯଦି ସକାଳର ଆରମ୍ଭ ଭଲ ହୁଏ ତେବେ ସାରା ଦିନ ଭଲରେ କଟିଥାଏ । ସେଥି ପାଇଁ ସକାଳୁ ଏମିତି କିଛି କାମ କରିବା ଠିକ ନୁହେ ଯାହା ପାଇଁ ଦିନ ସାରା ସବୁ କାମ ବିଗିଡି ଯିବା ସହ ମନ ଖରାପ ରହିବ । ଆଜି ଆମେ ଆପଣ ମାନଙ୍କୁ ସକାଳୁ ଉଠିବା ପରେ କେଉଁ ୩ଟି କାମ କରିବା ଠିକ ନୁହେ ସେହି ବିଷୟରେ କହିବାକୁ ଯାଉଛୁ ।

୧- ପ୍ରଥମ କଥା ହେଉଛି ସକାଳୁ ଉଠିବା ପରେ ପରିବାର ଓ ଜୀବନ ସାଥି ଙ୍କ ସହ ବାଦ ବିବାଦ କରିବା ଉଚିତ ନୁହେ । ସକାଳୁ ଉଠିବା ପରେ ପରିବାର ସହ ହସ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ । ଯଦି ଥରେ କଳହ ଆରମ୍ବ ହୋଇଯାଏ ତେବେ ଏହାର ପ୍ରଭାବ ଦିନ ତମାମ ରହିଥାଏ । ଏହା ସହ ଆପଣ ଦୁଖୀ ରହିବା ସହ ପରିବାର ଲୋକ ମାନେ ମଧ୍ୟ ଦୁଖୀ ରହିବେ ।

୨- କ୍ରୋଧ ମଣିଷ ର ବଡ ଶତ୍ରୁ ହୋଇଥାଏ । କ୍ରୋଧ ରେ ବ୍ୟକ୍ତି କଣ ସବୁ କରିଥାଏ ତାହା ସେ ଜାଣିପାରେ ନାହି । ଯାହା ଦ୍ଵାରା ବ୍ୟକ୍ତି କୁ ପଛରେ ଅନୁତାପ କରିବାକୁ ପଡିଥାଏ । କ୍ରୋଧ ଦ୍ଵାରା ବ୍ୟକ୍ତି ତା ଜୀବନର ମୂଲ୍ଯବାନ ସମ୍ପତି ମଧ୍ୟ ହରାଇଥାଏ । ଯଦି ସକାଳୁ ଉଠିବ ପରେ ଆମ ମନରେ ରାଗ ଆସିଥାଏ ତେବେ ଦିନ ତମାନ ଏହି ସ୍ଵଭାବ ରହିବ ।

କ୍ରୋଧ କରୁଥିବା ବ୍ୟକ୍ତି ନିଜ ବଚନ ଉପରେ ନିୟନ୍ତ୍ରଣ କରିପାରେ ନାହି । ଏମିତି କିଛି ବ୍ୟକ୍ତି କହିଦିଏ ଯାହା ଦ୍ଵାରା ସମ୍ପର୍କ ରେ ଫାଟ ଆସିଥାଏ । କ୍ରୋଧ କୁ ନିୟନ୍ତ୍ରଣ କରିବା ପାଇଁ ସକାଳୁ ଉଠିବା ପରେ ଯୋଗ ବା ଧ୍ୟାନ କରିବା ଉଚିତ । ଯାହା ଦ୍ଵାରା ଶରୀର ସୁସ୍ଥ ରହିବା ସହ ଦିନ ସାରା ଭଲ ରହିବ ।

୩- ସକାଳର ସମୟରେ କାହାରି ଅପମାନ କରିବା ଉଚିତ ନୁହେ । ପରିବାର ରେ କିଛି ସମୟରେ ଏମିତି କିଛି ହୋଇଥାଏ ଯାହା ସମ୍ପର୍କ ରେ ଫାଟ ସୃଷ୍ଟି କରିଥାଏ । ବିଶେଷ କରି ମାତା ପିତା ଙ୍କୁ ଅପମାନ ହେଲା ଭଳି କିଛି କଥା ବା କାମ କରିବା ଉଚିତ ନୁହେ ।

ପରିବାର ରେ କୁହା ଯାଇଥିବା ଅପମାନ ଯତିତ କଥା ଦୁଇ ପକ୍ଷ କୁ ବହୁତ କଷ୍ଟ ଦେଇଥାଏ । ଯଦି ସକାଳୁ ଉଠିବା ପରେ ଏମିତି କିଛି କଥା ପାଇଁ ଅପମାନ ହେବାକୁ ପଡେ ତେବେ ଦିନ ସାରା ଏହାର ପ୍ରଭାବ ଆପଣଙ୍କ କାମ ଉପରେ ପଡିବା ସହ ଦୈନନ୍ଦିନ ଜୀବନରେ ମଧ୍ୟ ପଡିଥାଏ ।

ତେବେ ଏହା ଥିଲା ସକାଳୁ ଉଠିବା କେଉଁ କାମ କରିଲେ ନିଜର ହିଁ କ୍ଷତି ହୋଇଥାଏ । ତେଣୁ ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରି ପାରିବ । ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିବ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *