ଝାଡ଼ଖଣ୍ଡ: କ୍ରିକେଟର ଧୋନି ସାଜିଲେ କୃଷକ, କରୁଛନ୍ତି ତରଭୁଜ ଓ ଅମୃତଭଣ୍ଡାର ଚାଷ

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପ୍ଟନ ମହେନ୍ଦ୍ର ସିଂ ଧୋନି ଏବେ କୃଷକ ହୋଇଯାଇଛନ୍ତି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେବି ଏହା ସତ ଅଟେ । ଏ ବିଷୟରେ ସୂଚନା ଧୋନି ନିଜେ ଦେଇଛନ୍ତି । ବୁଧୁବାର ଦିନ ନିଜ ଫେସବୁକ ଆକାଉଣ୍ଟରେ ଧୋନି ଗୋଟେ ଭିଡିଓ ସେଣ୍ଡ କରିଛନ୍ତି, ସେଥିରେ ସେ ଜୈବିକ ଖେତ ଆରମ୍ଭ କରିବାର ଦେଖା ଯାଇଛନ୍ତି । ଏହା ସହ ଲେଖିଛନ୍ତି କି ରାଞ୍ଚିରେ 20 ଦିନରେ ତରଭୁଜ ଓ ଅମୃତଭଣ୍ଡା ଅର୍ଗାନିକ କ୍ଷେତ ଆରମ୍ଭ କରିଛନ୍ତି ।

ଏଥର ମୁଁ ବହୁତ ଉତ୍ସାହିତ । ଭିଡିଓ ଟି ରେ ମାହୀ ଚାଷ କରିବା ପୂର୍ବରୁ ବିଧିବତ ଭାବେ ପୂଜାର୍ଚ୍ଚନା କରିବାର ଦେଖା ଯାଇଛନ୍ତି ।

ତାପରେ ନଡ଼ିଆ ଭାଙ୍ଗି କିଛି ଲୋକଙ୍କ ସହ ମିଶି ରୋପଣ କାମ କରୁଛନ୍ତି । ଏସବୁ ଦିନରେ ଧୋନି ରାଞ୍ଚିରେ ଓ ଅନ୍ୟ ମିତ୍ରମାନଙ୍କ ସହ ବୁଲୁଛନ୍ତି ।ସେ ଜେଏସସିଏ ଷ୍ଟାଡିୟମ୍ ରେ ଅଭ୍ୟାସ କରୁଛନ୍ତି ।

ସେ ବୁଧବାର ଦିନ ନିଜର ପୁରୁଣା ସାଙ୍ଗ ମାନଙ୍କ ସହ ପତରାତୁ ଘାଟି, ସିକିଦରୀ ଘାଟି ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟ ର ଉପଭୋଗ କରିବା ପାଇଁ ପହଞ୍ଚିଥିଲେ ।ଧୋନି ନିଜେ ଗାଡ଼ି ମଧ୍ୟ ଚଳାଇଥିଲେ ।

Leave a Reply

Your email address will not be published. Required fields are marked *