ଝିଅ ରଖିଦେଲା ୨ କୋଟି ଟଙ୍କାର ମୁଦି, କିନ୍ତୁ ପ୍ରସ୍ତାବ କୁ ମନା କରି ଦେଇଥିଲେ 

ଗୋଟେ ଝିଅ ୨ କୋଟି ରୁ ଅଧିକ ମୂଲ୍ୟ ର ମୁଦି ରଖିଦେଇ, ପ୍ରସ୍ତାବ ଟିକୁ ମନା କରିଦେଲେ । ଲଣ୍ଡନ ରେ ରହୁଥିବା ମଡେଲ ଅମଣ୍ଡା କ୍ରୋନୀନ କୁ ଜଣେ ଅଜଣା ବ୍ୟକ୍ତି ସମ୍ପର୍କ ସ୍ଥାପନ ର ପ୍ରସ୍ତାବ ଦେଇଥିଲେ । ଦୁଇ ଜଣ ପ୍ରଥମ ଥର ନ୍ୟୁ୍ୟୋର୍କ ର ହୋଟେଲ୍ ରେ ଦେଖା ହେଇଥିଲେ । ସେ ଅଜଣା ବ୍ୟକ୍ତି ଜଣଙ୍କ ଅମଣ୍ଡା କୁ van Cleef & Arpels ବ୍ରାଣ୍ଡ୍ ର ଗୋଟେ ମୁଦି ଦେଇଥିଲେ । ମୁଦି ଟିର ଦାମ୍ ୨ କୋଟି ୩୩ ଲକ୍ଷ ଟଙ୍କା । ସେ ଇନଷ୍ଟଗ୍ରମ୍ ର ମଡେଲ ଭାବରେ ପରିଚିତ ।

ସେ କହିଛନ୍ତି ଯେ ପ୍ରସ୍ତାବ ଦେଇଥିବା ଜଣଙ୍କ ଉତ୍ତର ୟୁରୋପ ର ସବୁଠୁ ଶକ୍ତିଶାଳୀ ଲୋକଙ୍କ ମଧ୍ୟ ରୁ ଜଣେ ଥିଲେ ।

ସେ କହିଛନ୍ତି ଯେ, ତାଙ୍କୁ ସେ ବ୍ୟକ୍ତି ଜଣଙ୍କ ଆକର୍ଷିତ ହୋଇ ଚାହିଁ ରହିଥିଲେ , ତାପରେ ନିଜ ନାଁ କହି, ନମ୍ୱର୍ ବି ଦେଇଥିଲେ । ତାପର ଦିନ ଅମଣ୍ଡା ତାକୁ ମେସେଜ କରିଥିଲେ । ତାପରେ ସେ ବ୍ୟକ୍ତି ଜଣଙ୍କ ତାଙ୍କୁ ପ୍ରେମ ଭରା ମେସେଜ କରିଥିଲେ ।

ହେଲେ ଅମଣ୍ଡା ଜାଣି ଦେଇଥିଲେ ଯେ ତାଙ୍କର ସ୍ତ୍ରୀ ଅଛି, ସେ ବିବାହିତ ବୋଲିି ତେଣୁ ସେ ଜବାବ୍ ଦେଲେ ତାଙ୍କ ସମ୍ପର୍କ ସମ୍ଭବ ନୁହେଁ । ତାପରେ ସେ ବ୍ୟକ୍ତି ଜଣଙ୍କ କହିଲେ ସେ ତାଙ୍କ ବିବାହ କୁ ଭାଙ୍ଗିବାକୁ ପ୍ରସ୍ତୁତ, ତାଙ୍କ ସ୍ତ୍ରୀ କୁ ଛାଡ଼ିଦେବେ । ତାପରେ ସେ ଅମଣ୍ଡା କୁ ପ୍ରପୋଜ କଲେ ।

ପରେ ପୁଣି ଯେତେବେଳେ ସେ ବ୍ୟକ୍ତି ଜଣଙ୍କ ସହ ଦେଖାହେଲେ ଓ ବ୍ୟକ୍ତି ଟି ସେଠାରେ ବହୁତ୍ ଦାମୀ ମୁଦି ଯାହାର ଦାମ୍ ୨ କୋଟି ୩୩ ଲକ୍ଷ ଟଙ୍କା, ତାକୁ ଦେଇ ପ୍ରପୋଜ କଲେ । କିନ୍ତୁ ଅଜବ କଥା ହେଲା ଝିଅ ଟି ମୁଦି ଫେରେଇବାକୁ ଚାହୁଁଥିଲା ହେଲେ ବ୍ୟକ୍ତି ଟି କହିଲା ଯଦି ମୁଦି ରଖିବେ ମୁଁ ବହୁତ ଖୁସି ହେବି । ତେଣୁ ସେ ଦାମୀ ମୁଦି ଟିକୁ ରଖିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଏବେ ଅମଣ୍ଡା କ୍ରୋନୀନ କାନାଡା ରେ ଆଉ ଜଣେ ବ୍ୟକ୍ତି କୁ ଡେଟ୍ କରୁଛନ୍ତି । ହେଲେ ଏଯାଏ ତାଙ୍କ ପାର୍ଟନର ଙ୍କ ନା ଜଣେଇ ନାହାନ୍ତି । ସେ ତାଙ୍କ ଜୀବନରେ ବହୁତ ଖୁସି ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *