ଟିମ୍ ଇଣ୍ଡିଆ କୁ ବଡ଼ ଝଟକା, ନ୍ୟୁଜଲ୍ୟାଣ୍ଡ ସହ ୱାନଡେ ଓ ଟେଷ୍ଟ ସିରିଜ୍ ରୁ ରୋହିତ ଶର୍ମା ହେଲେ ବାହାର

ନ୍ୟୁଜଲ୍ୟାଣ୍ଡ ରେ ୫-୦ ରେ ଟି-୨୦ ସିରିଜ୍ ଜିତିଥିବା ଟିମ୍ ଇଣ୍ଡିଆ କୁ ବଡ଼ ଝଟକା ଲାଗିଛି । ସମାଚାର ଏଜେନ୍ସି ପିଟିଆଇ କୁ ବିସିସିଆଇ ସୂତ୍ରରେ କହିଛନ୍ତି ଯେ, ଭାରତୀୟ ଓପନର ରୋହିତ ଶର୍ମା ନ୍ୟୁଜଲ୍ୟାଣ୍ଡ ମ୍ୟାଚ୍ ରୁ ବାହାର ହେଇଛନ୍ତି । ୫ ମ ଟି-୨୦ ରେ ରୋହିତ ଶର୍ମା ଙ୍କ ଗୋଡ଼ରେ ଖଣ୍ଡିଆ ଲାଗିଥିଲା, ଯାହା ପାଇଁ ସେ ମ୍ୟାଚ୍ ଖେଳି ପାରି ନଥିଲେ । ତେଣୁ ଏବେ ନ୍ୟୁଜଲ୍ୟାଣ୍ଡ ର ଖିଲାପ ୱାନ୍ ଡେ ଓ ଟେଷ୍ଟ ସିରିଜ୍ ରୁ ବାହାର ହେଇଗଲେ ।

ୱାନ୍ ଡେ ସିରିଜ୍  ହୈମିଲ୍ଟନ୍ ରେ ୫ ଫେବୃଆରୀ ଠୁ ହେଉଛି । ୨ଟେଷ୍ଟ ମ୍ୟାଚ୍ ସିରିଜ୍ ୨୧ଫେବୃଆରୀ ରୁ ହେବ ।

ରୋହିତ ଶର୍ମା ଙ୍କ ବାହାର ହେବା ଟିମ୍ ଇଣ୍ଡିଆ କୁ ଝଟକା

ପୂର୍ବ ରୁ ଗୋଟେ ବର୍ଷ ଟି-୨୦ ସିରିଜ୍ ରେ ସେ ଇଣ୍ଡିଆ କୁ ଜିତେଇଥିଲେ । ଟି-୨୦ ସିରିଜ୍ ରେ ୪ ଟି ମ୍ୟାଚ୍ ରେ ୪୬.୬୬ ଓଭର ରେ ୧୪୦ ରନ୍ ଓ ହୈମିଲ୍ଟନ୍ ରେ ୬୫ରନ କରିଥିଲେ । ଭଲ ଓଭର ରେ ୨ ଟା ଛକା ବି ମାରିଥିଲେ । ତାପରେ ୫ ମ ଟି-୨୦ ରେ ମଧ୍ୟ ୬୦ ରନ୍ କରିଥିଲେ । ଟେଷ୍ଟ ମ୍ୟାଚ୍ ରେ ୩ ଶତକ ବି କରିଛନ୍ତି । ଏମିତିରେ ରୋହିତ ଶର୍ମା ଙ୍କ ବାହାରିବା ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା ।

ପୃଥ୍ବୀ ସାଃ ଓ ରାହୁଲ କରିବେ ଓପନିଂ

ୱାନ୍ ଡେ ସିରିଜ୍ ରେ ଟିମ୍ ଇଣ୍ଡିଆ ପାଇଁ କେ ଏଲ୍ ରାହୁଲ ଓ ପୃଥ୍ବୀ ସାଃ ମ୍ୟାଚ୍ ର ଆରମ୍ଭ କରିବେ । କ୍ୟାପଟେନ ବିରାଟ କୋହିଲି କହିଥିଲେ ରାହୁଲ ମଧ୍ୟକ୍ରମ ରେ ବାହାରିବେ ହେଲେ ଓପେନର ଭାବେ ଖେଳିବାକୁ ଯାଉଛନ୍ତି ।

ୱାନ୍ ଡେ ସିରିଜ୍ ର ଇଣ୍ଡିଆ ଟିମ୍

ବିରାଟ କୋହିଲି,ଯଶପ୍ରୀତ ବୁମ୍ରାହ , ଯୁଜବେନ୍ଦ୍ର ଚହଳ, ଶିବମ୍ ଦୁବ୍ବେ, ଶ୍ରେୟସ ଅୟର, ରବୀନ୍ଦ୍ର ଜାଡେଜା, କେଦାର ଯାଧବ, କୁଳଦୀପ୍ ଯାଦବ, ମହମ୍ମଦ ସମି, ମନିସ୍ ପାଣ୍ଡେ, ଋଷବ ପଂତ,କେ ଏଲ୍ ରାହୁଲ , ନବଦିପ୍ ସୈନି,ପୃଥ୍ବୀ ସାଃ , ସାର୍ଧୂଲ୍ ଠାକୁର ।

ୱାନ୍ ଡେ ସିରିଜ୍ ର କାଯ୍ୟକ୍ରମ

ଏହାର ପ୍ରଥମ ମ୍ୟାଚ୍ ୫ ଫେବୃଆରୀ କୁ ହୈମିଲ୍ଟନ୍ ରେ ଖେଳା ଯିବ । ଦ୍ଵିତୀୟ ମ୍ୟାଚ୍ ୮ଫେବୃଆରୀ କୁ ଇଂଲଣ୍ଡ ରେ ହେବ ଓ ତୃତୀୟ ଟା ୧୧ରେ ମାଉଣ୍ଟ ମାଉଁଗାନୁଇ ରେ ଖେଳ ହେବ । ତାପରେ ଦୁଇ ଟିମ୍ ୨୧ଫେବୃଆରୀ ରୁ ୨୯ ଯାଏ ଟେଷ୍ଟ ସିରିଜ୍ ରେ ସାମ୍ନା ସାମ୍ନି ହେବେ ।

Leave a Reply

Your email address will not be published. Required fields are marked *